Jyotish Shastra-ଲାଫିଙ୍ଗ ବୁଦ୍ଧ ଘରେ କେଉଁଠି ରହିଲେ ହୋଇଥାଏ ଧନର ବର୍ଷା ! ବିଶ୍ବାସ ନହେଲେ ବି ସତ ନିଶ୍ଚିତ …

ଆପଣମାନେ ଜାରରେ ଅନେକ ପ୍ରକାରର ଲାଫିଙ୍ଗ ବୁଦ୍ଧ ଦେଖିଥିବେ । କେଉଁଥିରେ ଲାଫିଙ୍ଗ ବୁଦ୍ଧ ହାତରେ ମିଠା ଧରି ଥିବେ ତ କେଉଁଥିରେ ଥଳି ଥିବ । କେଉଁଥିରେ ଲାଫିଙ୍ଗ ବୁଦ୍ଧ ଯୋଗ କରୁଥିବେ ତ କେଉଁଥିରେ ଡ୍ରାଗନ ଉପରେ ବସିଥିବେ । ଏଣୁ ଆପଣଙ୍କ ପାଇଁ କେଉଁ ଲାଫିଙ୍ଗ ବୁଦ୍ଧ ଲାଭ ଦାୟକ ଅଟେ ଏବଂ କେଉଁ ଲାଫିଙ୍ଗ ବୁଦ୍ଧ ଘରେ କିମ୍ବା ଅଫିସ୍ ରେ କେଉଁଠି ରଖିବେ ଏବଂ କେଉଁଠି ରଖିବେ ନାହିଁ , ଏହି ଚିନ୍ତାରେ ନିଶ୍ଚିତ ଥିବେ ।

1– ଲାଫିଙ୍ଗ ବୁଦ୍ଧ ବସିଛନ୍ତି ଏବଂ ହାତରେ ମୋତିର ହାର ଧରିଛନ୍ତି । ଏହିପରି ଲାଫିଙ୍ଗ ବୁଦ୍ଧକୁ ଘରର ଦୁଇ ତିନି ଫୁଟ୍ ଉଚ୍ଚତାରେ କୌଣସି ଷ୍ଟୁଲ୍ କିମ୍ବା ବେଞ୍ଚ ଉପରେ ରଖି ଦିଅନ୍ତୁ ।

ଧ୍ୟାନ ରଖିବେ କି ଏହି ଲାଫିଙ୍ଗ ବୁଦ୍ଧ କୁ ଏପରି ରଖିବେ . ଯେପରିକି ତାଙ୍କ ମୁଖ ବାହାରକୁ ରହିବ ଏବଂ ବାହାରୁ କୌଣସି ବି ବ୍ୟକ୍ତି ଘରକୁ ପ୍ରବେଶ କରିବା ସମୟରେ ତାଙ୍କର ନଜର ଯେପରି ସର୍ବ ପ୍ରଥମେ ଲାଫିଙ୍ଗ ବୁଦ୍ଧ ଉପରେ ପଡୁଥିବ । ଏହିପରି ଲାଫିଙ୍ଗ ବୁଦ୍ଧ ଘରେ ସକାରତ୍ମକ ଉର୍ଜା ବଢାଇଥାଏ ।ଧନ ,ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି କରାଇଥାଏ ।

2- ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧ – ଏପରି ଲାଫିଙ୍ଗ ବୁଦ୍ଧ ଦୋକାନ କିମ୍ବା ବ୍ୟବସାୟ ଏବଂ ଅଫିସ୍ ପାଇଁ ଏହା ଲାଭଦାୟକ ହୋଇଥାଏ । ମୁଖ୍ୟ ଦରଜା ପାଖକୁ ନିଶ୍ଚୟ ରଖିବେ ।ଏହା ଦ୍ୱାରା ାପଣଙ୍କ ରୋଜଗାର ବଢିଥାଏ ।ଦୋକାନ ବ୍ୟବସାୟରେ ଉନ୍ନତି ଦେଇଥାଏ । କାରଣ ଫେନସୁଇ ଅନୁସାରେ ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧ ଧନକୁ ଚୁମ୍ବକ ପରି ଆକର୍ଷିତ କରିଥାଏ ।

3– ଧାତୁ ନିର୍ମିତ ଲାଫିଙ୍ଗ ବୁଦ୍ଧ — ପ୍ରାୟତଃ ସମସ୍ତ ଲାଫିଙ୍ଗ ବୁଦ୍ଧ ମାଟିରେ ତିଆରି ହୋଇଥାଏ ।କିନ୍ତୁ ଯେଉଁମାନେ କିଛି କାର୍ଯ୍ୟ ପାଇଁ ସଫଳତା ପାଇବା ପାଇଁ କୌଣସି ନିର୍ଣ୍ଣୟ ସଠିକ୍ ଭାବେ ନେଇ ପାରନ୍ତି ନାହିଁ ସେମାନେ କିପରି ସଠିକ୍ ନିର୍ଣ୍ଣୟ ନେଇ ପାରିବେ ବା ତାଙ୍କର ନିର୍ଣ୍ଣୟ ନେବାର କ୍ଷମତା ବୃଦ୍ଧି କରିବା ପାଇଁ ଧାତୁ ନିର୍ମିତ ଲାଫିଙ୍ଗ ବୁଦ୍ଧ ଘରେ କିମ୍ବା ଅଫିସ୍ ରେ ନିଶ୍ଚୟ ରଖନ୍ତୁ । ଏହା ଦ୍ୱାରା ଆପଣଙ୍କ ନିର୍ଣ୍ଣୟ ନେବାର କ୍ଷମତା ବଢିଥାଏ । ଯେପରି ଲାଫିଙ୍ଗ ବୁଦ୍ଧ ମୂର୍ତ୍ତିଟି ଭଙ୍ଗା ଫଟା ହୋଇନଥିବ ।

4- ଧ୍ୟାନ ମଗ୍ନରେ ବସିଥିବା ଲାଫିଙ୍ଗ ବୁଦ୍ଧ – ଯଦି ଘରେ ସର୍ବଦା କଳହ , ଝଗଡା ଅଶାନ୍ତି ଲାଗି ରହୁଥାଏ , ଚିନ୍ତା ବା ବ୍ୟସ୍ତତା ଭିକରେ ସମୟ ବିତୁଥାଏ , ଏପର୍ କ୍ଷେତ୍ରରେ ଧ୍ୟାନ କରୁଥିବା ଲାଫିଙ୍ଗ ବୁଦ୍ଧ ର ମୂର୍ତ୍ତି ଘରେ ରଖନ୍ତୁ । ଏହା ଦ୍ୱାରା ଘରେ ଶାନ୍ତି ପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ ।

5– ହାତରେ ପୁଟୁଳି ଧରିଥିବା ଏବଂ ତାଙ୍କ ଉପରେ ପିଲାମାନେ ଖେଳୁଥିବେ — ଏହିପରି ଲାଫିଙ୍ଗ ବୁଦ୍ଧକୁ ନିଜର ଶୟନ କକ୍ଷରେ ରଖିଲେ ଯେଉଁମାନଙ୍କର ସନ୍ତାନ ହେଉନଥାଏ ସେମାନଙ୍କର ସନ୍ତାନ ହେବାର କ୍ଷମତା ଖୁବ୍ ଶୀଘ୍ର ବଢିଥାଏ ଏବଂ ଖୁବ୍ ଶୀଘ୍ର ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ ।

6- ନାଭ ଉପରେ ବସିଥିବା ଲାଫିଙ୍ଗ ବୁଦ୍ଧ – ଯେଉଁ ଲାଫିଙ୍ଗ ବୁଦ୍ଧ ନୌକା ଉପରେ ବସିଥିବେ ଏବଂ ତାଙ୍କର ହାତରେ ସ୍ୱର୍ଣ୍ଣ ମୂଦ୍ରା ଏବଂ ମୋତିର ମାଳା ଧରିଥିବେ , ଏହିପରି ଲାଫିଙ୍ଗ ବୁଦ୍ଧ କୁ ନିଜର ଅଫିସ୍ ରେ ରଖିବେ ।ଏହାଦ୍ୱାର ସଫଳତା ଧନବୈଭବର ଅଭାବ ଦେଖାଯାଇନଥାଏ ।