ଦେଖନ୍ତୁ ଭିଡିଓ-ରାଜଧାନୀ ଭୁବେନଶ୍ବରେ ଚାଲିଛି ଅନଲାଇନ୍ ସେ-କ୍ସ କାରବାର ….ଦେଖନ୍ତୁ କେମିତି ଅଶୀଳ ଫୋଟୋ ସେୟାର କରି vedio call ଦ୍ବାରା ହୋଇରାଣ କରୁଛନ୍ତି….

ଖବର ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅଟେ, ସାମ୍ନାକୁ ଆସିଲା କଳା ବ୍ୟବସାୟର ବିସ୍ତୃତ କାହାଣୀ । ପୋଲିସ୍ ନାକ ତଳେ ଓଡିଶାର ପର୍ଯ୍ୟଟନ ସ୍ଥଳି ମନ୍ଦିର ମାଳୀନି ଭୂବନେଶ୍ହର ରେ ଚାଲିଛି ଭର୍ଚୁଆଲ ସେକ୍ସ । ଆଉ ଏହି ସେକ୍ସ କରିବା ପାଇଁ ମାତିଛନ୍ତି ପାଗଳ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ରେ ଟଙ୍କା ନୁହେଁ ବରଂ ଭିଡିଓ କଲ୍ ମାଧ୍ୟମରେ ଭର୍ଚୁଆଲ୍ ସେକ୍ସ କରିବା ପାଇଁ କରୁଛନ୍ତି ବାଧ୍ୟ । ଯୁବତୀ ମାନଙ୍କ ସହ ବନ୍ଧୁତା କରି ଏଥିରେ ଫସାଉଛନ୍ତି ସେମାନେ । ଆଉ ସବୁଠାରୁ ବଡ କଥା ହେଉଛି କି ଏହି ଗ୍ୟାଙ୍ଗ ଏବେ ଓଡିଶାରେ ମଧ୍ୟ ମାତିଛନ୍ତି ।

ତେଣୁ ଏଥିପ୍ରତି ଆପଣମାନେ ହୋଇ ଯାଆନ୍ତୁ ସାବଧାନ , ଯଦି ଆପଣଙ୍କର ସୋସିଆଲ ମିଡିଆରେ ଫୋଟ ଛାଡିବାର ସଉକ ରହିଛି । କାରଣ ଏହି ସଉକ ଆପଣଙ୍କ ପାଇଁ ପଡିପାରେ ମହଙ୍ଗା । ସାବଧାନ ନ ହେଲେ ଆପଣ ବି ଶିକାର ହୋଇ ପାରନ୍ତି ଏହି ଗ୍ୟାଙ୍ଗ ର ବ୍ଲାକ ମେଲିଂରେ ।

ତେବେ ଲାଇକ୍ , ସେୟାର ଏବଂ ପ୍ରମୋଟ କରିବାର ନିଶା ଆପଣଙ୍କୁ ପକାଇପାରେ ଅସୁବିଧାରେ । କିଛି ନ କରି ମଧ୍ୟ ବ୍ଲାକମେଲିଂର ଶିକାର ହୋଇପାରନ୍ତି ଆପଣ । ସୂଚନା ଅନୁସାରେ ,ସୋସିଆଲ ମିଡିଆରେ ଆପଣ ଛାଡୁଥିବା ଫୋଟକୁ ଦେଖି ଆପଣଙ୍କର ଅବିକଳ ନଗ୍ନ ଫୋଟ ତିଆରି କରୁଛନ୍ତି ପ୍ରଫେସନାଲ ଫୋଟ ଏଡିଟରମାନେ ଏବଂ ଯୁବତୀ ମାନଙ୍କୁ ଏହି ଫୋଟ ଦେଖାଇ ସେମାନେ କରୁଛନ୍ତି ବ୍ଲାକମେଲିଂ । ତେବେ ଏହି ଭର୍ଚୁଆଲ୍ ସେକ୍ସ କଣ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ କେମିତି ହେଉଛି ଏହି କାମ ।


ଆପଣ ସୋସିଆମ ମିଡିଆରେ ଛାଡୁଥିବା ଏକାଧିକ ଫୋଟକୁ ବ୍ଲାକମେଲର୍ ଏକାଠି କରିବ । ତାପରେ ଅବିକଳ ଆପଣଙ୍କ ବଡି ଲାଙ୍ଗୁଏଜର୍ ନଗ୍ନ ଫୋଟକୁ ଏଡିଟ୍ କରି ରଖିବ । ପ୍ରଥମେ ଇନଷ୍ଟା କିମ୍ବା ଫେସବୁକ୍ ମାଧ୍ୟମରେ ସେ ଆପଣଙ୍କ ସବ ବନ୍ଧୁତା କରି କଥାବାର୍ତ୍ତା ଆରମ୍ଭ କରିବ , ତାପରେ ଆପଣଙ୍କ ସହ ସେକ୍ସ ଚାର୍ଟ କରିବାକୁ କହିବ । ଆଉ ଯଦି ଆପଣ ତା କଥାରେ ରାଜି ହେଉନାହାଁନ୍ତି ତାହେଲେ ସେତେବେଳେ ସେ ଆପଣଙ୍କର ଏଡିଟ୍ କରିଥିବା ନଗ୍ନ ଫୋଟକୁ ଆପଣଙ୍କ ପାଖକୁ ପଠାଇ ବ୍ଲାକମେଲ୍ କରିବ ଏବଂ ତାକଥା ମାନିବା ପାଇଁ ବାଧ୍ୟ କରିବ । ପରେ ଭିଡିଓ କଲ୍ ମାଧ୍ୟମରେ ସେ ତାର କହିବା ଅନୁସାରେ ଭର୍ଚୁଆଲ ସେକ୍ସ କରିବା ପାଇଁ ବାଧ୍ୟ କରିବ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆପଣ ଯଦି ଗୋଟିଏ ଆଇଡି ବ୍ଲକ କରୁଛନ୍ତି ତେବେ ସେ ଆଉ 10ୟ15ଟି ଅଲଗା ଆଇଡିରୁ ଆପଣଙ୍କୁ ଧମକ ଦେବେ ବ୍ଲାକମେଲର । ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ବ୍ଲାକମେଲ କରୁଥିବା ଗ୍ୟାଙ୍ଗମାନେ ହେଉଛନ୍ତି ରାଜ୍ୟ ଭିତରର ଏବଂ ସେମାନେ ଓଡିଆ ଭାଷାରେ ହିଁ କଥାବାର୍ତ୍ତା ହେଉଛନ୍ତି । ତେଣୁ ଆପଣ ଏଥିପ୍ରତି ଶତପ୍ରତିଶତ ସାବଧାନ ରୁହନ୍ତୁ ନଚେତ୍ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।