ଲୋକପ୍ରିୟ ଓଡିଆ ଅଭିନେତ୍ରୀ Priyanka Mohapatra ଙ୍କ ରିଅଲ ଲାଇଫ Family & Biography

ସାଧାରଣତଃ ଅଭିନେତା ଅଭିନେତ୍ରୀ ମାନେ ସବୁବେଳେ ନିଜର କିଛି କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି । ଆମ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନେ ନିଜର କଠିନ୍ ପରିଶ୍ରମ ଏବଂ ନିଷ୍ଠା ପାଇଁ ଆଜି ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି ଏବଂ ନିଜର ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତେବେ ସେମାନଙ୍କର ଅବଦାନ ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିକୁ ବହୁତ ରହିଛି ।ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ରଙ୍କ ଜୀବନ କାହାଣୀ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆଗରୁ କେହି କେବେ ଜାଣି ନ ଥିବେ ।

ଓଡିଆ ଜଗତରେ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ନିଜର ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କର ହୃଦୟରେ ଘର କରି ରହିଛନ୍ତି । ସେ ଅନେକ ଫିଲ୍ମରେ ଅଭିନୟ କରି ନିଜ ଦକ୍ଷତାର ପରିଦର୍ଶନ କରି ପାରିଛନ୍ତି ।

1929 ମସିହା ମେ ମାସରେ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ଜନ୍ମ ଗ୍ରହଣ କରିଥିଲେ । ସେ କଟକରେ ଜନ୍ମ ହୋଇ ନିଜ ପରିବାର ସହ ବେଶ ହସଖୁସିରେ ଜୀବନ ଅତିବାହିତ କରୁଥିଲେ । ସେ ତାଙ୍କର ଅଭିନୟ କ୍ୟାରିୟରରେ ଆଗକୁ ଯିବା ପାଇଁ ଅନେକ ସମସ୍ୟାର ସାମ୍ନା କରିଥିଲେ । ଆଉ ଯାହା ଫଳରେ ସେ ଆଜି ଜଣେ ଭଲ ଅଭିନେତ୍ରୀ ଭାବେ ପରିଚିତ ହୋଇ ପାରିଛନ୍ତି ।

ପ୍ରିୟଙ୍କା ବିବାହ ପରେ ତାଙ୍କ ଶାଶୁ ଘରେ ମଧ୍ୟ ସମସ୍ତଙ୍କ ସହ ଖୁସିରେ ଜୀବନ ବିତାଉଥିଲେ । ତାଙ୍କ ସ୍ଵାମୀ ଦେବୁ ପଟ୍ଟନାୟକ ଏବଂ ଝିଅ ଆକାଂକ୍ଷା ପଟ୍ଟନାୟକ ଅଟନ୍ତି । ତେବେ ସ୍ଵାମୀ ଓ ଝିଅଙ୍କ ସହ ତାଙ୍କର ବହୁତ ଭଲ ସମ୍ଭନ୍ଧ ରହିଛି । ସେ ତାଙ୍କ ସ୍ଵାମୀଙ୍କ ସହ ଅଧିକ ସମୟ ବିତାଇବାକୁ ଭଲ ପାଆନ୍ତି ।

ଓଡିଆ ଜଗତର ଖଳନାୟକ ଭାବେ ଅଭିନେତା ହର ପଟ୍ଟନାୟକଙ୍କୁ କିଏ ନ ଜାଣେ ।ସେ ତାଙ୍କର ଖୁବ ସୁନ୍ଦର ଅଭିନୟରେ ପୁରା ଓଡିଆ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ରହିଥିଲେ । ଅନେକ ହିଟ ଫିଲ୍ମ ପାଇଁ ଅଭିନେତା ହର ପଟ୍ଟନାୟକ ଆୱାର୍ଡ ମଧ୍ୟ ପାଇଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ରଙ୍କ ବଡ ଦେଢଶୁର ହର ପଟ୍ଟନାୟକ ଅଟନ୍ତି ଯାହାକୁ ଖୁବ କମ ଲୋକ ଜାଣିଛନ୍ତି ।

ଖଳନାୟକ ହର ପଟ୍ଟନାୟକ ଓ ପ୍ରିୟଙ୍କାଙ୍କ ସ୍ଵାମୀ ଦେବୁ ପଟ୍ଟନାୟକ ଦୁଇ ଭାଇ ଅଟନ୍ତି । ଦୁଇ ଭାଇଙ୍କ ମଧ୍ୟରେ ବହୁତ ଭଲ ପାଇବା ସହ ଭଲ ବୁଝାମଣା ମଧ୍ୟ ରହି ଆସିଛି ।

ପ୍ରିୟଙ୍କାଙ୍କ ସ୍ଵାମୀ ଦେବୁ ପଟ୍ଟନାୟକ ଫିଲ୍ମର ଜଣେ ଭଲ ଡାଇରେକ୍ଟର ଭାବେ ପରିଚିତ । ତାଙ୍କ ଅଭିନୟ କ୍ୟାରିଅର ବିଷୟରେ କହିବାକୁ ଗଲେ 1994 ମସିହାରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ “ସୁନା ଭାଉଜ” ରେ ସେ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ସେ ଓଡିଆ ଫିଲ୍ମରେ ଅଭିନୟ କରିବା ସହ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ସେ ପ୍ରାୟତ 50ଟି ଫିଲ୍ମରେ ଅଭିନୟ କରି ଖୁବ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।