ମାଳିକା ଦେଲା ଭବିଷ୍ୟତବାଣୀ ! କରୋନା ପରେ ଆକାଶ ହେବ ସିନ୍ଦୁର ବର୍ଣ୍ଣ ମାଡି ଆସିବ ମହାବିପଦ…..ବାବା ଦେଲେ ଚେତାବନୀ ନିଶ୍ଚିତ ସତ ରେ ପରିଣତ ହେବ…..

ପ୍ରତ୍ୟେକ ଥରି ମହାପୁରୁଷଙ୍କର ମାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥାଉ । ଛଅ ଶହ ବର୍ଷ ତଳେ ମହାପୁରୁଷ ଯାହା ଆମ ପାଇଁ ରଚନା କରି ଯାଇଥିଲେ ହେ କଳିହତ ମଣିଷ ସତର୍କ ହୋଇଯାଅ କାହିଁକି ନାଁ ଏହି ସବୁ ଜିନିଷ ତମ ପାଇଁ ଅଛି, ଯାହା ଘଟିବ ଆଗକୁ ବୋଲି କହିଥିଲେ ମହାପୁରୁଷ । ଅନ୍ୟାୟ ପଥରେ ଯେମିତି ଯିବ ସେମିତି ଫଳ ଭୋଗିବାକୁ ପଡିବ ସେଥିପାଇଁ ମହାପୁରୁଷ ମାଳିକା ଶାସ୍ତ୍ର ଦ୍ବାରା କରିଛନ୍ତି ଆମ ମାନଙ୍କୁ ସତର୍କ । ମାଳିକା କାହାକୁ ଭୟଭୀତ କରିବା ପାଇଂ ନୁହେଁ କିମ୍ବା କାହାକୁ ଆଘାତ କରିବା ପାଇଁ ବରଂ ଏହା ଆମ ମାନଙ୍କର ଭଗବାନଙ୍କ ପ୍ରତି ଭକ୍ତି ଭାବ ଉତ୍ପନ୍ନ କରିବା ସହିତ ଅନ୍ୟାୟ ପଥରୁ ଓହରି ଯିବା ପାଇଁ ।

ଆଜି ଆମେ ଗରୁଡଗୀତାରେ ଯେଉଁ ମହାପୁରୁଷ ଲେଖିଥିଲେ 1994 ମସିହାର ମହାବାତ୍ୟା ବିଷୟରେ ଜାଣିବା । ତେବେ ଗରୁଡଗୀତାରେ ମହାପୁରୁଷ ଲେଖିଥିଲେ – ରାତ୍ର ଛଅ ଘଡି ଠାବରେ ଗରୁଡ ଘୋର ପବନ ବୋହିବ , ଶୁକ୍ରବାର ଦିନ ପ୍ରାତଃକାଳ ଠାରୁ ଦକ୍ଷିଣ ଦିଗେ ଗମିବ ।

ଅର୍ଥାତ ଗୁରୁବାର ରାତି ଠାରୁ ବାତ୍ୟା ସଂଗଠିତ ହୋଇ ଶୁକ୍ରବାର ଦିନ ପର୍ଯ୍ୟନ୍ତ ହୋଇଥିଲା ଏବଂ ଗୁରୁବାର ରାତିରେ ଉତ୍ତର ପବନ ହୋଇଥିଲା ଆଉ ଶୁକ୍ରବାର ଦିନ ପବନ ବୋଲିକି ଦକ୍ଷିଣରେ ହୋଇଥିଲା । ପୁନଃଶ୍ଚ ମହାପୁରୁଷ ଏହାକୁ ଖୋଲିକି କହିଛନ୍ତି ତିନି ନବ ଅଙ୍କ ସମିର ସଂଯୋଗ ବୃହସ୍ପତି ସଂନ୍ଧ୍ୟା କାଳେ ଶୁକ୍ରବାର ରାତ୍ରି ପଞ୍ଚମୀ ଯେ ତିଥି ସନ୍ଧେହ ଯେ ନକର ତିଳେ ।

ଅର୍ଥାତ 1999 ମସିହା ରେ ମହାବାତ୍ୟା ହେବ ଏକଥାକୁ ମବାପୁରୁଷ ଲେଖିଥିଲେ ଏବଂ ଏଥିରୁ ଉଦ୍ଧାର ପାଇବାର ବାଟ ମଧ୍ୟ କହିଥିଲେ । ତେବେ ଅନେକ ଶ୍ରୋତା କହିଛନ୍ତି ଯେ ମବାପୁରୁଷ କେବଳ ଘଟି ସାରିଥିବା ଘଟଣାକୁ କହୁଛନ୍ତି ଆଜ୍ଞା ନାଁ ମହାପୁରୁଷ ସେହି ଗରୁଡଗୀତାରେ ଲେଖିଛନ୍ତି –

ଏହି ଓଡିଶାରେ ପଡିବ ବିପତ୍ତି ଏକୋ ଏକ ଦିନ ଦିନ , ଭୂମିକମ୍ପ ବୋଲି ବିନତା ନନ୍ଦନ ପୃଥୀରେ ହୁରି ପଡିବ । ଅର୍ଥାତ ଓଡିଶାରୁ ଭୂମିକମ୍ପ ବୋଲି ଗୋଟିଏ ଆରମ୍ଭ ହୋଇ ସାରା ପୃଥିବୀକୁ ଗ୍ରାସ କରିବ । କିନ୍ତୁ ସେହି କଥାକୁ ମବାପୁରୁଷ ଅଚ୍ୟୁତ ଏବଂ ହାଡି ଦାସ କଲକ କରିଥିଲେ ସାରଳା କରିବେ କୂଟ ଲୋ ବଉଳ କଟକେ ଲାଗିବ ଗୋଳ , କାଳିଆ ବଦାରେ ବାର ହାତ ଖଣ୍ଡା ବାହାରିବ ସେହି ବେଳ ।

ଆମେ ଜାଣିଛେ ଝଙ୍କଡବାସିନୀ ମାଁ ସାରଳା ରହିଛି ଜଗତସିଂହ ପୁରରେ କିନ୍ତୁ କଟକେ ଲାଗିବ ଗୋଳ । ତେବେ ମାଳିକାରେ ପାଞ୍ଚଟି କଟକ କଥା ବର୍ଣ୍ଣନା କରା ଯାଇଛି । ପୁରୁଷତ୍ତୋମ କଟକ, ଯାଜପୁର କଟକ, ଚୈଦ୍ବାର କଟକ , ଅମରାବତୀ କଟକ ଏବଂ ଦିଲ୍ଲୀ ସିଂହାସନରେ ହସ୍ତିନା କଟକ ।

ଜଗନ୍ନାଥ ସଂଙ୍କେତ ଦେବେ ବୋଲି ପୁନଃଶ୍ଚ ମାଳିକାରେ କହୁଛନ୍ତି ଏ କଳି ଯୁଗରେ ମହାଭାରତ ଟି ଓଡିଶା ଭୂମି ପ୍ରମାଣ , ଉତ୍କଳ ରୁ ସବୁ ଉତ୍ପତି ହୋଇବ ଠିକେ ଠିକେ ଏହା ଶୁଣ । ଯାହା ଆରମ୍ଭ ଯେତେବେଳେ ହେବ ତାହା ମହାପ୍ରଭୁଙ୍କ ଠାରୁ ହେବ ।

କାହିଁକି ନାଁ 2015 ମସିହା ଏପ୍ରିଲ 25 ତାରିଖ ଦିନ ବଳଭଦ୍ରଙ୍କ ପାଇଁ ସାରଳାଙ୍କ ଠାରେ ଦାରୁ ଛେଦନ କରା ଯାଉଥିଲା ଏବଂ ସେହି 2015 ମସିହା ଏପ୍ରିଲ 25 ତାରିଖ ଦିନ 10-11 ସମୟରେ ଭୂମିକମ୍ପ ହୋଇଥିଲା । ଏହାପରେ 17-18 ରେ କାଶ୍ମିରରେ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।