ଫୁଣି ଥରେ Ollywood କୁ ଫେରିବେ ଓଡିଶାର ଲୋକପ୍ରିୟ ଆଲବମ ଅଭିନେତ୍ରୀ ଆମେଲି ପଣ୍ଡା (Ameli Panda) ..ଜାଣନ୍ତୁ ସେ ଏତେ ବର୍ଷ କୁଆଡେ ଥିଲେ ଆଉ କଣ କରୁଥିଲେ…

ଅଲିଉଡ୍ କୁ ଫେରିଛନ୍ତି ଆଉ ଜଣେ ଜଣା ଶୁଣା ଅଭିନେତ୍ରୀ । ଯାହାଙ୍କର କି ବର୍ତ୍ତମାନ ସମୟରେ ଆଉ ଆଲବମ୍ ଓ ଅଭିନୟ ଦେଖିବାକୁ ମିଳୁନି ।ସିଏ ହେଉଛନ୍ତି ଆଲବମ୍ ହିରୋଇନ୍ ଆମେଲି ପଣ୍ଡା , ଯାହାଙ୍କର ଆଲବମ୍ ଗାତ ଦେଖିବା ପାଇଁ ଲୋକେ ଚାହିଁ ବସୁଥିଲେ । ସେ ବହୁତ ଗୁଡି ଆଲବମ୍ କରିଛନ୍ତି । ଆଉ ସମସ୍ତ ଆଲବମ୍ ମଧ୍ୟ ଦର୍ଶକ ମାନଙ୍କ ହୃଦୟ କୁ ଛୁଇଁ ଥିଲା । ଆଲବମ୍ ରେ ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ।

ଲୋକମାନେ ତାଙ୍କୁ ମଧ୍ୟ ବହୁତ ଭଲ ପାଉଥିଲେ ।ତେବେ ଆସନ୍ତୁ ଜାଣିବା ଆମେଲି ଙ୍କ ବିଷୟରେ । ତାଙ୍କର ପ୍ରକୃତ ନାମ ହେଉଛି ଆମେଲି ପଣ୍ଡା ହୋତା । ସେ 2011 ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।ତାଙ୍କ ସ୍ୱାମୀ ଙ୍କର ନାମ ହେଲା ନିଲ୍ ହୋତା ।

ଆମେଲି ମହର୍ଷି ବିଶ୍ୱ ବିଦ୍ୟାଳୟ ରେ ପାଠ ପଢୁଥିଲେ ।ସେ ପାଠ ପଢୁଥିବା ସମୟରେ ବହୁତ ଗୁଡିଏ ଆଲବମ୍ କରିଥିଲେ । ଯାହା ଦ୍ୱାରା ସେ ଫିଲ୍ମ ଦୁନିଆ ରେ ଅଭିନୟ କରିବା ପାଇଁ ସୁଯୋଗ ପାଇଥିଲେ । ସେ ପ୍ରଥମେ 2005 ମସିହାରେ ଓଡିଆ ଫିଲ୍ମ ରେ ଆରମ୍ଭ କରିଥିଲେ ଏବଂ ସେହି ଓଡିଆ ପିଲ୍ମ ଟିର ନାମ ହେଉଛି ଜୀବନ ମୃତ୍ୟୁ ଓ ତା ପରେ ଦ୍ୱିତୀୟ ଫିଲ୍ମ ଟି ହେଉଛି 2007 ମସିହାରେ ତୁମକୁ ପାରୁନି ତ ଭୁଲି ,

ଯେଉଁଥିରେ ସେ ଅନୁ ଚୌଧୁରୀ ଙ୍କ ଭଉଣୀ ଭୂମିକା ରେ ଅଭିନୟ କରିଥିଲେ । ସବୁଠୁ ବଡ କଥା ହେଲା ଯେ 400 ରୁ ଅଧିକ ଆଲବମ୍ କରିଛନ୍ତି । ତାଙ୍କର ଦମଦାର ଅଭିନୟ ପାଇଁ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରୁଥିଲେ ।

ଆମେଲୀ ଭୁବନେଶ୍ୱର ରେ ବିବାହ କରିଛନ୍ତି । ତାଙ୍କ ସ୍ୱାମୀ ନିଲ୍ ହୋତା ଜଣେ ବିଜନେସ୍ ମ୍ୟାନ । ସେ ତା୍କର ସ୍ୱାମୀ ଙ୍କ ସହିତ ବହୁତ ଖୁସିରେ ଅଛନ୍ତି ।ଗତ ଦୁଇ ଦିନ ତଳେ ଆମେଲୀ ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି ଯେ ତାଙ୍କ ଅଭିନୟ କୁ ଦର୍ଶକ ମାନେ ଏପର୍ଯ୍ୟନ୍ତ ପସନ୍ଦ କରୁଛନ୍ତି । ତାଙ୍କୁ ଯଦି ସେହିଭଳି ଭଲ ଦମଦାର ତରିତ୍ର ମିଳେ ତାହେଲେ ସେ ନିଶ୍ଚୟ ଅଭିନୟ କରିବେ ବୋଲି ଇଣ୍ଟରଭ୍ୟୁ ରେ କହିଛନ୍ତି ।

ଆମେଲି ଙ୍କୁ କିଛି ଦର୍ଶକ ଏପର୍ଯ୍ୟନ୍ତ ମଧ୍ୟ ଭୁଲି ନାହାନ୍ତି । ତାଙ୍କର ସମସ୍ତ ଆଲବମ୍ ସେ ସମୟରେ ହିଟ୍ ହୋଇଥିଲା ଆଉ ତାଙ୍କ ଆଲବମ୍ କୁ ମଧ୍ୟ ଲୋକେ ପସନ୍ଦ କରୁଥିଲେ ।