ମାଡି ଆସୁଛି ମହାବାତ୍ୟା ‘ସୁରିଗେ’ : ୨୦୦ କିମିରୁ ଅଧିକ ବେଗରେ ବହିବ ପବନ, ରଚିବ ତାଣ୍ଡବ ! ସତର୍କ ଜାରିକଲା ପାଣିପାଗ ବିଭାଗ….ଖବରଟି ନିଶ୍ଚିତ ପଢନ୍ତୁ….

ମାଡି ଆସୁଛି ବଡ ବାତ୍ୟା ।ସୃଷ୍ଟି କରିବ ଭୟଙ୍କର ପରିସ୍ଥିତି । ଏହା ସହିତ ବନ୍ୟା ଆଶଙ୍କା ମଧ୍ୟ ରହିଛି । ଫିଲିପଇନ୍ସ ଉପକୂଳରୁ ଏକ ବଡ ବାତ୍ୟା ମୁହାଁଇଛି । ଏହା ବହୁତ ବଡ ଭୟଙ୍କର ହେବ ବୋଲି ସୂଚନା ମିଳିଛି । ଏହା ତାଣ୍ଡବ ରଚିପାରେ ବୋଲି ଅନୁମାନ କରାଯାଇଛି ।ଏହା ସହ ଲୋକ ମାନଙ୍କୁ ସତର୍କ ରହିବା ପାଇଁ ଦେଶର ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଏହାକୁ 2021 ର ପ୍ରଥମ ବାତ୍ୟା ବୋଲି କୁହାଯାଉଛି ।

ପାଣି ପାଗ ବିଭାଗର ସୂଚନା ଅନୁସାରେ , ବାତ୍ୟା ସୁରିଗେ ଫିଲିପାଇନ୍ସ ସାଗର ରେ ସୃଷ୍ଟି ହୋଇ ଧିରେ ଧିରେ ବାଇକଲ୍ ଅଞ୍ଚଳ ଆଡକୁ ମୁହାଁଇଛି । ତେବେ ଏହା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ବୋହିବାର ସମ୍ଭଆବନା ରହିଛି । କିନ୍ତୁ ଏହା ସ୍ଥଳ ଭାଗରେ ଲ୍ୟାଣ୍ଡ ଫଲ୍ କରିବାର ସମ୍ଭାବନା କମ୍ ରହିଛି ।

ବାତ୍ୟା ସରିଗେ ର ପ୍ରଭାବରେ 215 କିମି ବେଗରେ ପବନ ବୋହି ପାରେ । ଯାହା କ୍ରମଶଃ ର ଘଣ୍ଟା ପ୍ରତି 265 କିମି ରେ ପହଞ୍ଚିବାର ଆଶଙ୍କା କରାଯାଉଛି ।ସମ୍ଭାବ୍ୟ ବାତ୍ୟା କୁ ନଜର ରେ ରଖି ପଫିଲିପାଇନ୍ସ ର ସରକାର 5 ନମ୍ବର ବିପଦ ସଙ୍କେତ ଜାରି କରିଛନ୍ତି ।

ଆମେରିକାର ବିଶେଷଜ୍ଞ ମାନେ ସୁରେଗି କୁ ଭୟଙ୍କର ବାତ୍ୟା ବୋଲି କହିବା ସହ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।ଏଥିସହ 165 କିମି ରୁ 200 କିମି ବେଗରେ ପବନ ବୋହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛନ୍ତି ।

ୱେଦର୍ ଚ୍ୟାନେଲ୍ ର ରିପୋର୍ଟ ଅନୁସାରେ , ବାତ୍ୟା ସୁରେଗି ର କେନ୍ଦ୍ରୀୟ ଚାପ ବା ସେଣ୍ଟ୍ରାଲପ୍ରେସର୍ 888ଏମବି ରୁ 895 ଏମବି ମଧ୍ୟରେ ରହିଛି । ଫଳରେ 190 କିମି ରୁ ଅଧିକ ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ଯାହା ଗତ କିଛି ବର୍ଷ ମଧ୍ୟରେ ଆସିଥିବା ବାତ୍ୟା ଠାରୁ ବଡ ଓ ଭୟଙ୍କର । ସୂଚନାଯୋଗ୍ୟ, ଫିଲିପାଇନ୍ସ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ରହିଛି । ଅଧିକାଂଶ ସମୟରେ ବାତ୍ୟା ର ବିପଦ ରହିଥାଏ । 2020 ରେ ଦେଶରେ ସୁପର ଟାଇଫୋନ୍ ଗୋନି ମାଡ ହୋଇଥିଲା ।

ଏତଦ୍ ବ୍ୟତୀତ ଭିଏତନାମଓ କମ୍ବୋଡିଆ ରେ ଅକ୍ଟୋବର – ନଭେମ୍ବର ମାସରେ ଅନେକ ବାତ୍ୟା ଆସିଥାଏ । କିନ୍ତୁ ଏଥର ସୁରିଗେ ବହୁଡ ବଡ ଓ ଭୟଙ୍କର ହେବ ବୋଲି କୁହାଯାଉଛି । ଏଥିପାଇଁ ଲୋକମାନଙ୍କୁ ସତର୍କ କରାଯାଇଛି ।