ପୁଣି ଓଡିଶାରେ ଲଜ୍ୟା ! କଥା କଥା କେ ମହିଳାଙ୍କୁ ଘରୁ ଭିଡ଼ି ଆଣି ନିସ୍ତୁକ ପିଟିଲେ ପୁରା ପରିବାର, ଅନ୍ୟମାନେ ଠିଆ ହୋଇ ଦେଖିଲେ ତମାସା…..ଦେଖନ୍ତୁ ଏହି ଭାଇରାଲ ଭିଡିଓ

କି ମହିଳା କି ପୁରୁଷ ସମସ୍ତେ ଏବେ ପାଲଟି ଗଲେଣି ନୃଶଂସ । ଟିକେ ଟିକେ କଥା ରେ ହାତ ଉଠୁଛି ତ ଅସ୍ତ୍ର ବୁଲୁଛି । ଏଠି ଜଣେ ମହିଳା ଙ୍କୁ ସଂଗବୋଧ ଭାବେ ଚୁଟି ଘୋଶାଡି ନିର୍ଧୁମ୍ ମାଡ ମାରିବାର ଭିଡିଓ ଭାଇରାଲେ ହେବାରେ ଲାଗିଛି । ଘରୁ ଭିଡି ଆଣି ନିସ୍ତୁକ ପିଟିଲେ ପଡୋଶୀ । ବିଡମ୍ବନା ପାଖ ପଡୋଶୀ ମାନେ ଠିଆ ହୋଇ ଦେଖିଲେ , ହେଲେ ପାଖକୁ ଆସିଲେନି କି ପ୍ରତିବାଦ କରିବା ପାଇଁ ସାମ୍ନା କୁ ଆସିଲେନି । ପୁଅ ଝିଅ ବାପା ମାଆ ଚାରି ଜଣ ମିଶି ପଡୋଶୀ ମହିଳା ଙ୍କୁ ଘରୁ ଘୋଶାଡି ଆଣି ମାଡ ମାରିଛନ୍ତି । ମହିଳାଜଣକ ନିଜର ସୁରକ୍ଷା ପାଇଁ ସେଠାରେ ଉପସ୍ଥିତ ଲୋକମାନଙ୍କୁ ଡାକୁଛନ୍ତି , ହେଲେ ସମସ୍ତେ ଯେପରି ଅମଣିଷ ହୋଇଯାଇଛନ୍ତି ।

କେହି ବି ସାହାଯ୍ୟ କରିବାକୁ ଆସିଲେନି । ଫଳରେ ଚୁଟି ଘୋଶଡା ବିଧା ଓ ଗୋଇଠା ଖାଇ ଚାଲିଲେ ମହିଳା ଜଣକ । ଘଟଣା ଟି ହେଉଛି ଭୁବନେଶ୍ୱର ର ସାଲିଆ ସାହି ତାରିଣୀ ବସ୍ତି ଅଞ୍ଚଳ ର । କୌଣସି ଏକ ସାଧାରଣ କଥା କୁ କେନ୍ଦ୍ର କରି ପଡୋଶୀ ମହିଳା ଙ୍କୁ ଲହୁଲୁହାଣ କରି ପକାଇଲେ ପଡୋଶୀ ଙ୍କ ପରିବାର ।

ସୂଚନା ଅନୁସାରେ , ତାରିଣୀ ବସ୍ତିରେ ପୀଡିତା ନିର୍ମଳା ରାଉତ୍ ତାଙ୍କ ପରିବାର ସହିତ ରୁହନ୍ତି । ତାଙ୍କ ପଡୋଶୀ ଦମୟନ୍ତୀ ମହାପାତ୍ର ତାଙ୍କ ପରିବାର ସହିତ ରୁହନ୍ତି । ଘଟଣା ଦିନ ପବନ ଜୋର ହେବା ଯୋଗୁଁ ଦମୟନ୍ତୀ ମହାପାତ୍ର ଘର ପାଖରେ ଥିବା କଦଳୀ ଓ ଛୁଇଁ ଗଛ ଭାଙ୍ଗି ପଡୋଶୀ ନିର୍ମଳା ଙ୍କ ଘର ଆଜବେଷ୍ଟ ଉପରେ ପଡିଥିଲା , ଯାହା ଫଳରେ ନିର୍ମଳା ର ଘର ଭାଙ୍ଗି ଯାଇଥିଲା ।

ନିର୍ମଳା ଏହାର ପ୍ରତିବାଦ କରିବାରୁ ଦମୟନ୍ତୀ ମହାପାତ୍ର ଙ୍କ ପରିବାର ଲୋକେ ସମସ୍ତେ ନିର୍ମଳା ଙ୍କୁ ଘରୁ ଟାଣି ନେଇ ଘୋଶାଡି ବାଢେଇ ଚାଲିଲେ । ଶୁଣିବାକୁ ମିଳୁଛି ଦମୟନ୍ତୀ ଙ୍କ ପରିବାର ପୂର୍ବରୁ ତିନି ଥର ନିର୍ମଳା ଙ୍କ ପରିବାର ଉରେ ଆକ୍ରମଣ କରିଛନ୍ତି । ସେ ସବୁ ଘଟଣା କୁ ସାହି ସମିତିରେ ଆପୋସ ବୁଝାମଣା ହେଇ ସମାଧାନ କରାଯାଇଥିଲା ।ହେଲେ କଥାରେ ଅଛି ମଣିଷ ପ୍ରକୃତି ମଲେ ତୁଟେ । ସୁଯୋଗ ଅପେକ୍ଷାରେ ରୁହନ୍ତି , ଏଭଳି ଅଭଦ୍ର ପରିବାର । ଯିଏ ମହିଳା ଙ୍କ ଉପରେ ହିଁ ମରଦ ପଣିଆ ଦେଖାଇ ହୁଏ ।

ବୁଦ୍ଧି ଲଗାଇ ନ୍ରମଳା ଙ୍କ ସାନ ଝିଅ କମିସନରେଟ୍ ପୋଲିସ୍ ହେଲ୍ପ ଲାଇନ୍ ନମ୍ବର 100 କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ଖବର ପାଇ ନୟାପାଲି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ନିର୍ମଳା ଓ ତାଙ୍କ ପଡୋଶୀ କୁ ଥାନା କୁ ଆଣିଥିଲେ ।

କିନ୍ତୁ ନୟାପାଲି ପୋଲିସ୍ କେସ୍ ରୁଜ୍ଜୁ କରି ପରିବାରର ଜଣକୁ ଅଟକ ବାକି ସମସ୍ତଙ୍କୁ ଛାଡି ଦେଇଛନ୍ତି । ତେବେ ପଡୋଶୀ ପଡୋଶୀ ମଧ୍ୟରେ କଥା କଟାକଟି କୁ କୋଉ ନୂଆ କଥା ନୁହେଁ । କିନ୍ତି ସାମାନ୍ୟତମ କଥା କୁ ନେଇ ଦାଣ୍ଡରେ ଘୋଶାଡି ଘୋଶାଡି ମାଡ ମରାମରି ଚାଲିବ ,ତେବେ ବିପଦ ଆପଦ ରେ କିଏ ସାହା ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।