‘ଏବେ ଗର୍ଭବତୀ ହୁଅ ନାହିଁ, ଆଉ କିଛି ମାସ ଅପେକ୍ଷା କର’ : କାହିଁକି ଏପରି ଅଦ୍ଭୁତ ନିର୍ଦ୍ଦେଶ ଜାରିକଲେ ସରକାର…ଦୟାକରି ଏହି ପୋଷ୍ଟ କୁ ଅଧିକ ମାତ୍ରାରେ ସେୟାର କରନ୍ତୁ…

କରୋନା ସଂକ୍ରମଣ ଯୋଗୁଁ ସାରା ବିଶ୍ୱ ରେ ଆତଙ୍କ ଖେଳି ଯାଇଛି । କରୋନା ପୁଣି ବଢିବାରେ ଲାଗିଛି । ସମଗ୍ର ବିଶ୍ୱ ରେ କରୋନା ତାହାର କାୟା ବିସ୍ତାର କରିବାକୁ ଲାଗିଛି । ଦିନକୁ ଦିନ ଅଧିକ ରୁ ଅଧିକ ଲୋକ କରୋନା ରେ ସଂକ୍ରମଣ ହେଉଛନ୍ତି ଏବଂ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ଲୋକ ମାନଙ୍କ ମନରେ ଆତଙ୍କ ଖେଳି ଯାଇଛି । କରୋନା କୁ ରୋକିବା ପାଇଁ ସମଗ୍ର ବିଶ୍ୱ ର ରାଷ୍ଟ୍ର ମାନେ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । କିଛି କିଛି ରାଷ୍ଟ୍ର ରେ ମଧ୍ୟ ସରକାର କରୋନା ର ବୃଦ୍ଧି କୁ ଦେଖି ଲକ୍ ଡାଉନ୍ ଘୋଷଣା କରି ସାରିଲେଣି । ଲୋକମାନଙ୍କୁ ଘରୁ ବାହରିବାକୁ ମନା କରା ହେଇଛି ।

ଅତି ଆବଶ୍ୟକ କାର୍ଯ୍ୟ ପାଇଁ ଲୋକେ ଘରୁ ବାହାରକୁ ଯାଇପାରିବେ । ଘରୁ ବାହାରକୁ ଗଲା ମାତ୍ରେ ମାସ୍କ ର ବ୍ୟବହାର ଓ ଗୋଟିଏ ଜାଗାରେ ଗହଳି ଚହଳି ନ କରିବାକୁ ସରକାର କଡାକଡି ନିୟମ ଲାଗୁ କରିଛନ୍ତି ।

ବୈ଼ଜ୍ଞାନିକ ମାନେ ଗବେଷଣା କରି କହିଛନ୍ତି ଯେ , କରୋନା ର ଦ୍ୱିତୀୟ ଲହରୀ ଅର୍ଥାତ୍ କରୋନା ର ଆଉ ଗୋଟେ ନୂଆ ଷ୍ଟ୍ରେନ୍ ବହୁତ ଭୟାନକ । ଏହା କରୋନା ର ପ୍ରଥମ ଷ୍ଟ୍ରେନ୍ ଠାରୁ ବହୁତ ବଡ ବିପଦ ସୃଷ୍ଟି କରିବ । କରୋନା ର ନୂଆ ଭେରିୟାଣ୍ଟ ରେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି ଯୁବ ଗୋଷ୍ଠୀ ମାନେ ଓ ଗର୍ଭବତୀ ମହିଳାମାନେ । ଏହା ଦେଖି ସମଗ୍ର ବିଶ୍ୱର ରାଷ୍ଟ୍ର ମାନେ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ।

କିନ୍ତୁ ବ୍ରାଜିଲ୍ ଦେଶରେ ସରକାର ମହିଳା ମାନଙ୍କୁ ଏକ ଅଦ୍ଭୁତ୍ ଅନୁରୋଧ କରିଛନ୍ତି । ବ୍ରାଜିଲ୍ ର ସରକାର କହିଛନ୍ତି , ଏବେ ଗର୍ଭବତୀ ହୁଅ ନାହିଁ , ଆଉ କିଛି ମାସ ଅପେକ୍ଷା କର । ଏହା ପଛର କରାଣ ମଧ୍ୟ ସେମିତି ଚକିତ କଲା ଭଳି । ସୂଚନା ଯୋଗ୍ୟ , ବ୍ରାଜିଲ୍ ରେ ଏବେ ସଂକ୍ରମଣ ଶୀର୍ଷ ରେ ରହିଛି । ବ୍ରାଜିଲ୍ ରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି । ଅନ୍ୟ ଦେଶ ମାନଙ୍କ ତୁଳନାରେ ମୃତ୍ୟୁହାର ମଧ୍ୟ ସେଠାରେ ଅଧିକ ରହିଛି ।

ତେବେ ବ୍ରାଜିଲ୍ ରେ ଦେଖାଯାଇଥିବା କରୋନା ର ନୂଆ ଭେରିୟଣ୍ଟ ରେ ଗର୍ଭବତୀ ମହିଳାମାନେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି ।ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆ ଯାଇଛି ବୋଲି ବ୍ରଜିଲ୍ ର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ରାଫାଇଲ୍ ପାରେଣ୍ଟ କହିଛନ୍ତି । ତେଣୁ ଗର୍ଭ ଧାରଣ ପାଇଁ ଆଉ କିଛି ମାସ ଅପେକ୍ଷା କରିବାକୁ ମହିଳା ମାନଙ୍କୁ ନିବେଦନ କରିଛନ୍ତି ।

ବ୍ରାଜିଲ୍ ରେ ଦେଖାଦେଇଥିବା ନୂଆ ଷ୍ଟ୍ରେନ୍ ପ୍ରଥମେ ମାନଉସ୍ ସହରରେ ଚିହ୍ନଟ କରାଯାଇଥିଲା । ଏହା ପରେ ଭୟାନକ ଭାବେ ବ୍ରାଜିଲ୍ ରେ ବ୍ୟାପିଥିଲା । ଦେଶରେ ସଂକ୍ରମଣ ବୃଦ୍ଧିରେ ଏହା ଥିଲା ପ୍ରମୁଖ ମାଧ୍ୟମ । କେବଳ ସେତିକି ନୁହେଁ , ଭାଇରସ୍ ର ନୂଆ ଲକ୍ଷଣ ଯୁବପିଢିକୁ ମଧ୍ୟ ବ୍ୟାପକ ମାତ୍ରାରେ ସଂକ୍ରମିତ କରୁଛି । 30 ରୁ 40 ବର୍ଷ ମଧ୍ୟରେ ଯୁବପିଢି କୁ ଏହା ଅଧିକ ମାତ୍ରାରେ ସଂକ୍ରମିତ କରୁଛି । ତେଣୁ ଏହା ଦେଖି ବ୍ରାଜିଲ୍ ର ରାଷ୍ଟ୍ରପତି ଜୈର ବଲସୋନାରୋ ପୁଣି ଥରେ ଲକିଡାଉନ୍ ଜାରି କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।