ଦେଖନ୍ତୁ ଭିଡ଼ିଓ – ସେଲ୍ୟୁଟ ମାଡାମ ! ଗର୍ଭବତୀ ଙ୍କୁ ବୀଚ ରାସ୍ତାରେ ପ୍ରସବ କାରାଇଲେ Lady କନେଷ୍ଟବଳ, ସେହି ବେଳର ଦୃଶ୍ୟ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…

କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଯିଏ ବିପଦ ସମୟରେ ମଣିଷର ସାହାଯ୍ୟ ଓ ସେବା କରିଥାଏ , ତାକୁ ହିଁ ପ୍ରକୃତ ମଣିଷ କୁହାଯାଏ ।ଯେଉଁ ମଣିଷ ନିଷ୍ଠାର ସହିତ ମଣିଷର ସେବା କରିଥାଏ ତାକୁ ପୂର୍ଣ୍ଣ୍ୟ ଫଳ ମିଳିଥାଏ । ଏକଥା ପୁରାଣରେ ଉଲ୍ଲେଖ କରାଯାଇଛି । ଆଗ କାଳରେ ଲୋକମାନେ ଧନରେ ଗରିବ ଥିଲେ କିନ୍ତୁ ମନରେ ଧନୀ ଥିଲେ । ସେମାନେ ପର ଆପଣା କିଛି ନ ଭାବି ବପଦ ସମୟରେ ଅନ୍ୟ ର ସାହାଯ୍ୟ କରିବାକୁ ସର୍ବଦା ଆଗେଇ ଆସୁଥିଲେ ।

କାରଣ ସେମାନେ ଜାଣିଥିଲେ ଯେ , ମାନବ ସେବା ହିଁ ମାଧବ ସେବା । ସେମାନେ ଏହି ଉକ୍ତି ରେ କାମ କରୁଥିଲେ । କିନ୍ତୁ ଆଜିକାଲି ଯୁଗରେ ଆମ ସମାଜ ରେ ଲୋକମାନେ ଏତେ କଳୁଷିତ ହୋଇଯାଇଛନ୍ତି ଯେ, ପରର ସାହାଯ୍ୟ କରବା ତ ଦୂରର କଥା ଠିକ୍ ଭୁଲ୍ ମଧ୍ୟରେ ପାର୍ଥକ୍ୟ ଜାଣି ପାରୁ ନାହାନ୍ତି ।

କିନ୍ତୁ ଆମସମାଜରେ ଏପରି କିଛି କିଛି ଲୋକ ଅଛନ୍ତି ,ଯାହାକି ସେମାନଙ୍କ ପାଇଁ ଆମ ସମାଜ ଗର୍ବ କରେ ଓ ସେମାନଙ୍କ ଉଚ୍ଚକୋଟୀର କାମ ପାଇଁ ସମାଜର ଲୋକମାନେ ତଙ୍କୁ ଭୁରି ଭୁରି ପ୍ରଶଂସା କରେ । ସେମାନେ ହେଉଛନ୍ତି ପୋଲିସ୍ କର୍ମଚାରୀ , ଡାକ୍ତର ,ନର୍ସ, ଟ୍ରାଫିକ୍ ପୋଲିସ୍ ଇତ୍ୟାଦି ।

ସେମାନେ ନିଜ ପରିବାର କଥା ଭୁଲି ସମାଜର ଲୋକମାନଙ୍କ ବିଷୟରେ ଚିନ୍ତା କରନ୍ତି ଓ ସେମାନଙ୍କୁ ସୁରକ୍ଷା ଦିଅନ୍ତି । ସମସ୍ତ ବିପଦରୁ ରକ୍ଷା କରନ୍ତି । ସେମାନଙ୍କ ପାଇଁ ହି ଆମ ସମାଜରେ ଲୋକମାନେ ବିନା ଭୟରେ ଦିନ ରାତି ରେ ଚଳପ୍ରଚଳ କରିପାରୁଛନ୍ତି ।


ତେବେ ଆସନ୍ତୁ ଜାଣିବା ଜଣେ ପରୋପକାରୀ ଟ୍ରାଫିକ୍ ମହିଳା ବିଷୟରେ । ସେ କିପରି ଜଣେ ଗର୍ଭବତୀ ମହିଳା ଙ୍କୁ ବିପଦରୁ ରକ୍ଷା କରିଛନ୍ତି । ନାମ ତାଙ୍କର ସାବିତ୍ରୀ ନାୟକ । ସେ ଭଦ୍ରକ ଜିଲ୍ଲାର ଗନ୍ତ ଛକରେ ଡ୍ୟୁଟି କରୁଥିଲେ । ଡ୍ୟୁଟି କରିବା ସମୟରେ ସେ ଜଣେ ପ୍ରସବ ମହିଳାଙ୍କର ଚିତ୍କାର ଶୁଣିଲେ । ସେହ୍ ପ୍ରସବ ମହିଳାଙ୍କର ନାମ ଥିଲା ମାଲେ ହୋ । ସେ ପ୍ରସବ ଯନ୍ତ୍ରଣା ରେ ଛଟପଟ ହେଉଥିଲେ । ଅସହାୟ ହୋଇଥିବା ମାଲେ ଙ୍କ ପାଖକୁ ଯିବାକୁ ସମସ୍ତେ ଭୟ କରୁଥିଲେ ।

କିନ୍ତୁ ଧାଇଁ ଯାଇଥିଲେ ସାବିତ୍ରୀ ଓ ସେଠାରେ ପହଞ୍ଚି ମାଲେ ଙ୍କର ସୁରକ୍ଷିତ ପ୍ରସବ କରାଇଥିଲେ ଏବଂ ସୁରକ୍ଷିତ ଭାବେ ଆମ୍ବୁଲାନ୍ସ୍ ମାଧ୍ୟମରେ ଡାକ୍ତରଖାନାରେ ପହଞ୍ଚାଇ ଥିଲେ । ବର୍ତ୍ତମାନ ମାଆ ପିଲା ଦୁହେଁ ଖୁସିରେ ଅଛନ୍ତି ବୋଲି ସୂଚନା ମିଳିଛି ।

ତେବେ ଭଲ କାମ ପାଇଁ ଭଲ ପଦବୀ ଓ ଅର୍ଥ ଲୋଡା ,ଲୋକମାନଙ୍କ ପାଇଁ ହୁଏତ ଏହା ଉଚିତ୍ ଜବାବ ହେବ । ତେଣୁ ଭଲ ମନ ଓ ଇଚ୍ଛାଶକ୍ତି ଥିଲେ ଆପଣ ବି ସାବିତ୍ରୀ ଙ୍କ ଭଳି ଭଲ ମଣିଷ ଟେ ହୋଇପାରିବେ । ଏଥିପାଇଁ କୌଣସି ଭଲ ଡିଗ୍ରୀ ଆବଶ୍ୟକ ପଡିବନି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।