ହେ ଭଗବାନ ! ଏବେ ଏବେ ଆସିଲା ବଲିଉଡ୍ ଜଗତରୁ ଦୁଃଖଦ ଖବର , ପୁଣି ଜଣେ ଅଭିନେତ୍ରୀ ଙ୍କର ଆଜି ହେଲା ଦେହାନ୍ତ ……ଚାରିଆଡେ ଶୋକରଛାୟା..

କନ୍ନଡ ଜଗତକୁ ପୁଣି ଲାଗିଲା ଗୋଟିଏ ବହୁତ ବଡ ଶକ୍ତ ଝଟକା । ତେବେ ପରଲୋକ ରେ କନ୍ନଡ ଜଗତର ବରିଷ୍ଠ ତଥା ପ୍ରଖ୍ୟାତ ଲୋକପ୍ରିୟ ଅଭିନେତ୍ରୀ ପ୍ରତିମା ଦେବୀ । ଏମିତିରେ ଦେଖିବାକୁ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଗତ ବର୍ଷ କରୋନା ପାଇଁ ବହୁତ କିଛି କ୍ଷତି ସହିବାକୁ ପଡିଛି , ଆଉ ପୁଣି ଚଳିତ ବର୍ଷ ଆରମ୍ଭରୁ ହିଁ ଏମିତି ସବୁ ଘଟଣା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି । କରୋନାର ପ୍ରକୋପ ରେ ସାରା ଦେଶ ଆକ୍ରାନ୍ତ ହେବା ସହିତ ମହାମାରୀ କରୋନା ଆଜି ପର୍ଯ୍ୟନ୍ତ ତାରା କାୟା ବିସ୍ତାର କରି ଚାଲିଛି ଏବଂ ସେଥିରେ ବିଶ୍ବ ଧ୍ହଂସାବିମୁଖ ହୋଇ ଗଲାଣି । ଆଉ ଏହାର ପ୍ରକୋପରୁ କେହି ମଧ୍ୟ ବାଦ୍ ପଡି ନାହାନ୍ତି ।

ତେବେ ବି-ଟାଉନ୍ ଇଣ୍ଡଷ୍ଟ୍ରିରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅନେକ ଦିଗଜ ତଥା ପ୍ରଖ୍ୟାତ ଏବଂ ବରିଷ୍ଠ କଳାକାର ମଧ୍ୟ ଦୁନିଆରୁ ବିଦାୟ ନେଇ ସାରିଲେଣି ।

ନିକଟରେ ପ୍ରସିଦ୍ଧ ଅଭିନେତ୍ରୀ ଶଶିକଳା ଶେଷ ନିଶ୍ୱାସ ତ୍ୟାଗ କରିଥିବା କଥା ଆପଣ ମାନେ ନିଶ୍ଚିତ ଭାବରେ ଜାଣି ଥିବେ । ଏବେ ପୁଣି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଯେ କନ୍ନଡ ଅଭିନେତ୍ରୀ ପ୍ରତିମା ଦେବୀ 88 ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ।

ପ୍ରତିମା ଦେବୀ ଫିଲ୍ମ ନିର୍ମାତା ରାଜେନ୍ଦ୍ର ସିଂହ ବାବୁ ଏବଂ ଅଭିନେତ୍ରୀ ବିଜୟଲକ୍ଷ୍ମୀଙ୍କ ମା ଥିଲେ । ସେ ମହିଶୂରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତ୍ରୀ ପ୍ରତିମା ମହିଶୂରରେ ତାଙ୍କର ଶେଷ ସମୟ ବିତାଇ ବାକୁ ଚାହୁଁଥିଲେ । ସେଥିଲାଗି ତାଙ୍କୁ ଯେତେବେଳେ ମହିଶୂରକୁ ଅଣା ଯାଇଥିଲା ସେଠାରେ ସେ ପହଞ୍ଚିବା ମାତ୍ରେ ଶେଷ ନିଶ୍ୱାସ ତ୍ୟାଗ କରି ଥିଲେ ।

ଆଉ ଯେତେବେଳେ ତାଙ୍କ ପରିବାର ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଏହା ପରେ ଅଭିନେତ୍ରୀ ଙ୍କୁ ଡାକ୍ତରଖାନା ନିଆ ଯାଇ ଥିଲା ଏବଂ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବରରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।

ତେବେ ଅଭିନେତ୍ରୀ ପ୍ରତିମା ଦେବୀ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କୃଷ୍ଣଲୀଲା ରୁ ହିଁ କରି ଥିଲେ । ଏହା ପରେ ଅଭିନେତ୍ରୀ ରାଜା ସତ୍ୟବ୍ରତ, ଚଞ୍ଚଲା ଉମରି, ଶ୍ରୀ ଶ୍ରୀନିବାସ କଲ୍ୟାଣ, ମୁଟ୍ଟିଦେଲା ଚିନ୍ନା, ମଙ୍ଗଲ ସୂତ୍ର ଆଦି ଫିଲ୍ମରେ ଅଭିନୟ କରିଛନ୍ତି ।ତେବେ ଅଭିନେତ୍ରୀ ପ୍ରତିମା ଦେବୀ ଙ୍କ ର ଏପରି ବିୟୋଗ ବର୍ତ୍ତମାନ ସମୟରେ ସାରା ଫିଲ୍ମ ଜଗତ କୁ ଗୋଟିଏ ବହୁତ ବଡ ଝଟକା ଦେବା ସହିତ ,ଏକ ଅପୂରଣୀୟ କ୍ଷତି ପହଞ୍ଚାଇ ଯାଇଛି ଏବଂ ଇଣ୍ଡଷ୍ଟ୍ରି ରେ ଶୋକର ଲହରୀ ଖେଳାଇ ଦେଇ ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।