Salman Khan ନା Virat Kohli, କିଏ ଅଧିକ ଧନୀ ? ଉଭୟଙ୍କ ମଧ୍ୟରେ କିଏ ଅଧିକ ଲୋକ ପ୍ରିୟତା ଏବଂ ସାହାର୍ଯ୍ୟ କରନ୍ତି ! ତେବେ ଜାଣନ୍ତୁ ଏବଂ କମେଣ୍ଟ କରି ମତାମତ ଦିଅନ୍ତୁ ….

ଆପଣ ମାନେ ସମସ୍ତେ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ର ଅଭିନେତା ମାନଙ୍କୁ ଜାଣିଥିବେ । ସେମାନଙ୍କ ମଧ୍ୟରୁ ଦବଙ୍ଗ ଖାନ୍ ସଲମାନ ଖାନ ଙ୍କୁ କିଏ ବା ନ ଜାଣେ । ସେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସାରା ବଲିଉଡ ଇଣ୍ଡଶ୍ଟ୍ରି ରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବଲିଉଡ ଇଣ୍ଡଷ୍ଟ୍ରି ରେ ପ୍ରସିଦ୍ଧି ଲାଭ କରିଛନ୍ତି । ସେ ତାଙ୍କର ହୃଦୟସ୍ପର୍ଶୀ ଅଭିନୟ ରେ ଲୋକପ୍ରିୟତା ହାସଲ କରିଚନ୍ତି ।ସୋସିଆଲ୍ ମିଡିଆ ରେ ଫ୍ୟାନ୍ ଫୋଲୋଇଙ୍ଗ୍ ବହୁତ ରହିଛି , ଅନ୍ୟ ପକ୍ଷରେ ଭାରତୀୟ କ୍ରିକେଟ ଜଗତ ରେ ସବୁଠାରୁ ଅଧିକ ବର୍ତ୍ତମାନ ବିରାଟ କୋହଲି ଙ୍କ ନାମ ରହିଛି ।

ବିରାଟ ଙ୍କ ଫ୍ୟାନ୍ ଫୋଲୋଇଙ୍ଗ ବର୍ତ୍ତମାନ ବହୁତ ଅଧିକ ଅଛନ୍ତି । ଏହି ଦୁଇ ଫେମସ ସେଲିବ୍ରିଟି ଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି ।ଆଜି ଆମେ ଏହି ଦୁଇ ଜଣଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ । ଏମାନଙ୍କ ମଧ୍ୟରୁ ଅଧିକ ଧନୀ କିଏ । ତେବେ ଆସନ୍ତୁ ଜାଣିବା ପ୍ରଥମେ ସଲମାନ ଖାନ ଙ୍କ ସମ୍ପତ୍ତି ବିଷୟରେ ।

ସଲମାନ ଖାନ ବଲିଉଡ୍ ର ଜଣେ ପ୍ରସିଦ୍ଧ କଳାକାର ଅଟନ୍ତି । ସେ ତାଙ୍କର ଗୋଟେ ଫିଲ୍ମ ପାଇଁ 40 କୋଟି ଟଙ୍କା ଚାର୍ଜ କରିଥାନ୍ତି ।ଏହା ବ୍ୟତୀତ ସେ କଲର୍ସ ରେ ପ୍ରସାରିତ ରିଆଲିଟି ସୋ ବିଗ୍ ବସ୍ ରେ ହୋଷ୍ଟ କରିବା ପାଇଁ 270 କୋଟି ଟଙ୍କା ଚାର୍ଜ କରିଥିଲେ । ଏହା ସହିତ ସଲମାନ ଖାନ ଟିଭି ରେ ବିଜ୍ଞାପନ କରି ମଧ୍ୟ ବହୁତ ଟଙ୍କା ଆୟ କରିଥାନ୍ତି । ମିଡିଆ ରିପୋର୍ଟସ୍ ଅନୁସାରେ ସଲମାନ ଖାନ ଗୋଟିଏ ବିଜ୍ଞାପନ କରିବା ପାଇଁ 5 ରୁ 10 କୋଟି ଟଙ୍କା ନେଇଥାନ୍ତି ।

ସଲମାନ ଖାନ ଙ୍କ ଘରର ମୂଲ୍ୟ ହେଉଛି 114 କୋଟି ଟଙ୍କା । ତାଙ୍କ ପାଖରେ କେତୋଟି ଲକ୍ଜୁରି କାର୍ସ ଓ ଜେଟ୍ ମଧ୍ୟ ଅଛି । ସଲମାନ ଖାନଙ୍କ ସଂପୂର୍ଣ୍ଣ ସମ୍ପତ୍ତି ର ମୂଲ୍ୟ ହେଉଛି 1800 କୋଟି ଟଙ୍କା ।

ବର୍ତ୍ତମାନ ଆସନ୍ତୁ ଜାଣିବା ବିରାଟ କୋହଲିର ସମ୍ପତ୍ତି ବିଷୟରେ । ବିରାଟ ପ୍ରତି ବର୍ଷ ବିସିସିଆଇ ପାଖରୁ 7 କୋଟି ଟଙ୍କା ଚାର୍ଜ କରିଥାନ୍ତି । ସେହିପରି ସବୁ ବର୍ଷ ଆସୁଥିବା ଆଇପିଏଲ୍ ଏବଂ ପ୍ରତି ମ୍ୟାଚ୍ ରୁ ମଧ୍ୟ କୋଟି କୋଟି ଟଙ୍କା କମାଇଥାନ୍ତି । ମିଡିଆ ପର୍ସନ୍ ଙ୍କ ରିପୋର୍ଟ ଅନୁସାରେ ବିରାଟ ଆଇପିଏଲ୍ ଖେଳିବା ପାଇଁ 15 କୋଟି ନେଇଥାନ୍ତି । ଗୋଟେ ଗୋଟେ ବିଜ୍ଞାପନ ପାଇଁ 5 କୋଟି ଟଙ୍କା ନେଇଥାନ୍ତି ।

ବିରାଟ ଙ୍କ ମୁମ୍ବାଇ ରେ ଏକ ଆଲିସାନ୍ ଘର ଅଛି ଯାହାର ମୂଲ୍ୟ 9 କୋଟି ଟଙ୍କା । ଏହା ବ୍ୟତୀତ ଲକ୍ଜୁରୀ କାର ଓ ପ୍ରାଇଭେଟ୍ ଜେଟ୍ ମଧ୍ୟ ରହିଛି । ମିଡିଆ ରିପୋର୍ଟସ ଅନୁସାରେ ବିରାଟ ଙ୍କ ମୋଟ ସମ୍ପତ୍ତିର ମୂଲ୍ୟ 390 କୋଟି ଟଙ୍କା ।