ollywood news- ବିବାହ ର ଏତେ ବର୍ଷ ପରେ ବାପା ହେଲେ ଅଭିନେତା ବାବୁସାନ୍ ,,,ଜାଣନ୍ତୁ ସେ ବାପା ହେବା ପରେ ସୋସିଆଲ ମିଡିଆକୁ କଣ ମେସେଜ୍ ଦେଲେ…..

ଅଲିଉଡ, ବଲିଉଡ ଏବଂ ଟିଭି ସିରିଏଲ୍ ର ଅଭିନେତା ଅଭିନେତ୍ରୀ ମାନେ ସାଧାରଣତଃ ସବୁବେଳେ ନିଜର କିଛି କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି । ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ୍ ପାଇଁ ତ କେତେବେଳେ ନିଜର ନାଚ ଗୀତ ପାଇଁ ଆଉ ପୁଣି କେତେବେଳେ ନିଜର ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ତଥା କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ତେବେ ସାଧାରଣତଃ ଅଭିନେତା ତଥା ଅଭିନେତ୍ରୀ ମାନେ ସେମାନଙ୍କର ପ୍ରତିଟି ସୁଖ ଦୁଃଖକୁ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଂଶସକ ମାନଙ୍କ ସହିତ ସେୟାର କରିଥାନ୍ତି । ଠିକ୍ ସେହିପର୍ ଓଲିଉଡ ଅଊିନେତା ତଥା ସୁପରଷ୍ଟାର ବାବୁସାନ ମହାନ୍ତି ମଧ୍ୟ ଆଜି ତାଙ୍କ ଜୀବନର ଏକ ବହୁତ ବଡ ଖୁସି ସେୟାର କରିଛନ୍ତି ।

ଓଲିଉଡ୍ ଜଗତ ପାଇଁ ଗୋଟିଏ ବହୁତ ବଡ ଖୁସି ଖବର ନେଇ ଆସିଛନ୍ତି ‌ ଅଭିନେତା ବାବୁସାନ୍‌ ମହାନ୍ତି । ତେବେ ଆଜି ବାପା ହୋଇଛନ୍ତି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି । ତାଙ୍କ ପତ୍ନୀ ତୃପ୍ତି ଆଜି ସନ୍ଧ୍ୟାରେ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସମସ୍ତ ସୋସିଆଲ ମିଡିଆରେ ଅଭିନେତା ବାବୁସାନ୍‌ ଙ୍କ ପରିବାର କୁ ଶୁଭେଚ୍ଛା ତଥା ଅଭିନନ୍ଦନର ର ସୁଅ ଛୁଟିଛି ।

ତେବେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କୁ ତାଙ୍କ ପ୍ରଶଂସକ ମାନେ ଜେଜେ ହେଲେ ବୋଲି ଅଭିନନ୍ଦନ ଜଣାଇ ଥିବା ବେଳେ ଅପରାଜିତା ପ୍ରିୟଦର୍ଶିନୀଙ୍କୁ ଜେଜେମା’ ବୋଲି ବହୁ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି । ଏହାଛଡା ବାବୁସାନ୍‌ଙ୍କ ପ୍ରଶଂସକ ମାନେ ଜୁନିଅର୍ ବାବୁସାନ୍‌ ବୋଲି ନବଜାତ ପୁତ୍ରକୁ ଆଶୀର୍ବାଦ କରିଛନ୍ତି ।

ସୂଚନା ଅନୁସାରେ ଗତ କାଲି ତୃପ୍ତି ଙ୍କୁ ଭବନେଶ୍ବର ର ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇ ଥିଲା । ଆଉ ଏହା ପରେ ଆଜି ତାଙ୍କର ଅସ୍ତ୍ରୋପଚାର କରାଯାଇ ଥିଲା । ତେବେ ବର୍ତ୍ତମାନ ଊଭୟ ମାଁ ଓ ଶିଶୁ ସୁସ୍ଥ ଥିବା ଜଣା ପଡ଼ିଛି ।


ତେବେ ଅଭିନେତା ବାବୁସାନ ମହାନ୍ତି ଯିଏକି ନିଜର ବିଚକ୍ଷଣ ଅଭିନୟ ଏବଂ ଆକର୍ଷଣୀୟ ଷ୍ଟାଇଲ୍ ଯାଦୁରେ ଦର୍ଶକ ମାନଙ୍କର ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ଅଭିନେତା ବାବୁସାନ ଅଭିନୟ କ୍ଷେତ୍ରରେ ନିଜର ଚରିତ୍ରରେ ସଂମ୍ପୂର୍ଣ୍ଣ ରୂପେ ନିଜକୁ ହଜାଇ ଦେଇଥାନ୍ତି ଏବଂ ସେହି ଚରିତ୍ରକୁ ଜୀବନ୍ତ କରି ଗଢି ତୋଳିଥାନ୍ତି ।

ଆଉ ତାଙ୍କର ଅଭିନୟରେ ଯେଉଁ କମେଡି ଭରି ରହିଥାଏ ତାହା ଦେଖିବା ପାଇଁ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଅନେଇ ରହିଥାନ୍ତି । ତେବେ ଏହି ଅଭିନେତା ଜଣଙ୍କ ଅଲିଉଡର ପ୍ରାୟ ସମସ୍ତ ନାୟିକା ତଥା ଆଗ ଧାଡିର ସଫଳ ଅଭିନେତ୍ରୀ ମାନଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଁ ନିଜକୁ ବେଷ୍ଟ ବୋଲି ପ୍ରମାଣିତ କରିଛନ୍ତି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।