sadhubani anuchinta- ବିବାହ ସମୟରେ କନ୍ୟା ର ଋତୁସ୍ରାବ ହେଲେ କଣ ସୂଚନା ମିଳିଥାଏ ? ପୋଷ୍ଟ ଟି ନିଶ୍ଚିତ ପଢନ୍ତୁ ଏବଂ ଜାଣନ୍ତୁ ସମସ୍ୟାର ସମାଧାନ….

ବିବାହ ହେଉଛି ଆଠପ୍ରକାରର ଯଥା -ବ୍ରହ୍ମା,ଦୈବ, ଆର୍ଷ,ପ୍ରଜାପତ୍ୟ,ଆସୁର,ଗାନ୍ଧର୍ବ୍ୟ, ରାକ୍ଷସ ଓ ପୈଶାଚ୍ୟ ।ବ୍ରହ୍ମା ,ଦୈବ, ଆର୍ଷ,ପ୍ରଜାପତ୍ୟ ଏହି ଚାରି ପ୍ରକାର ବିବାହ ଶାସ୍ତ୍ର ସମ୍ମତ ହୋଇଥାଏ ।ବର ଠାରୁ ଧନ ନେଇ ତାକୁ କନ୍ୟା ତା ବିବାହ କଲେ ତେବେ ତାହାକୁ ଆସୁର ବିବାହ କୁହାଯାଏ ।ନିଜ ଇଚ୍ଛାରେ ବର କନ୍ୟା ବିବାହ କଲେ ତାକୁ ଗାନ୍ଧର୍ବ୍ୟ ବିବାହ କୁହାଯାଏ ।କନ୍ୟାକୁ କନ୍ୟା ପିତାଠାରୁ ଛଡେଇ ଆଣି ବିବାହ କଲେ ତାକୁ ରାକ୍ଷସ ବିବାହ କୁହାଯାଏ ।କପଟ କରି କନ୍ୟାକୁ ଭୁଲାଇ ବିବାହ କଲେ ତାକୁ ପୈଶାଚ୍ୟ ବିବାହ କୁହାଯାଏ ।

ବରକୁ ନିଜ ଘରକୁ ନିମନ୍ତ୍ରଣ କରି ଆଣି ଯଥାଶକ୍ତି କନ୍ୟାକୁ ଅଳଙ୍କୃତ କରି ବିବାହ ଦେଲେ ତାହ୍କ ଠାରୁ ଉତ୍ପନ୍ନ ପୁତ୍ର ଉଭୟ କୁଳର ଏକୋଇଶ ପୁରୁଷ ଉଦ୍ଧାର କରେ ।ବାତୁଳ ,ପତିତ ,କୁଷ୍ଟରୋଗୀ,ନପୁସଂକ,ନିଜଗୋତ୍ରରେ ଜାତ ଅନ୍ଧ, ବଧିର ଓ ଅପ୍ପସ୍କାର ରୋଗୀକୁ ଝିଅ ଦେବା ଅନୁଚିତ୍ ।

ବରର କୁଳ, ସ୍ୱଭାବ,ବୟସ ,ରୂପ ,ବିଦ୍ୟା,ଧନ ଓ ପିତ୍ରାଦିର ସହାୟତା ଗୁଣ ରକ୍ଷାକରି ଝିଅ ବିବାହ ଦେବା ଉଚିତ୍ ।ଏହା ଶାସ୍ତ୍ର ସମ୍ମତ ହୋଇଥାଏ ।ଯେଉଁ ପୁରୁଷର ଗୃହ, ଗ୍ରୀବା ସୁଦୃଢ ହୋଇଥିବ ।ଶୁକ୍ର ଗାଢ ହୋଇଥିବ ।ମୂତ୍ର ଶବ୍ଦ ଓ ଫେଣଯୁକ୍ତ ହେଇଥିବ, ତାକୁ ଉତ୍ତମ ଲକ୍ଷଣଯୁକ୍ତ ପୁରୁଷ କୁହାଯାଏ ।ବରମାତାର ନାମ ସହିତ ଯଦି କନ୍ୟାର ନାମ ସମାନ ହୋଇଥାଏ ତେବେ ସେଠାରେ ବିବାହ ଦେବା ଅନୁଚିତ୍ , ଏହା ଦୋଷାବହ ହୋଇଥାଏ ।

ଯେଉଁ କନ୍ୟା ଲଜ୍ୟାହୀନ, ଉଗ୍ର,ଦାନ୍ତ ଅସୁନ୍ଦର,ଆଖିପିଙ୍ଗଳ ବର୍ଣ୍ଣ,କଟି ସ୍ଥୂଳ,ଅଧିକ ଲୋମଯୁକ୍ତ, ଏପରି କନ୍ୟା ବିବାହ ଯୋଗ୍ୟ ନୁହେଁ ।ଯେଉଁ କନ୍ୟା ଶ୍ୟାମା ,ଉତ୍ତମ କେଶଯୁକ୍ତ,ଦେହ ଅଳ୍ପ ଲୋମଯୁକ୍ତ,ଭୃଲତା ସୁନ୍ଦର,ଚରିତ୍ର ଉତ୍କୃଷ୍ଟ,ଗମନ ମନହୋର.ଦାନ୍ତ ସୁନ୍ଦର,କଟି ତମ୍ବରୁ ତୁଲ୍ୟ ବିବାହ ଯୋଗ୍ୟ ହେଇଥାଏ ।

ସମାନ ପ୍ରକାରର ଜାତ କନ୍ୟା,ଶିଷ୍ୟର ସନ୍ତତି, ଗୁରୁର ସନ୍ତତି କି ବିବାହ କରିବା ନିଷିଦ୍ଧ ଅଟେ ।ବଡଭାଇ ବିବାହ ନ ହୋଇଥିଲେ ସାନଭାଇ ବିବାହ କଲେ ପତିତ ହୁଏ ।ବଡଭାଇ ଯଦି ବିଦେଶରେ ଥାଆନ୍ତି,ଶାରିରୀକ ଅକ୍ଷମ ହୋଇଥାନ୍ତି କିମ୍ବା ଚୋର ହୋଇଥାନ୍ତି ତେବେ ସାନଭାଇ ବିବାହ କରିପାରିବେ ।ବଡ ଭଉଣୀ ଥାଉ ଥାଉ ସାନଭଉଣୀ ବିବାହ ଶାସ୍ତ୍ର ନିଷିଦ୍ଧ ଅଟେ ।ଏକା ବର୍ଷରେ ଦୁଇ ଭାଇ କିମ୍ବା ଦୁଇଭଉଣୀ ବିବାହ କରିବା ଅନୁଚିତ୍ , ଛ ମାସରେ ବିବାହ କଲେ କନ୍ୟା ତିନିମାସରେ ବିଧବା ହୁଏ ।

ମାମୁର ଝିଅ ,ସମାନ ମାତୃକୁଳରେ ଜାତ କନ୍ୟା,ସମାନ ପ୍ରବର କନ୍ୟା ବିବାହ ନିଷିଦ୍ଧ ଅଟେ।ଭିନ୍ନ ଭିନ୍ନ ମା ଠାରୁ ଜନ୍ମିତ ସନ୍ତାନ ଏକା ଦିନରେ ବିବାହ କରିପାରିବେ ।ଯାଆଁଳା ଦୁଇଭାଇ ଓ ଦୁଇଭଉଣୀ ଏକା ବର୍ଷରେ ବିବାହ କରିପାରିବେ ।ବିବାହ ସମୟରେ ଅସୌଚ ଘଟିଲେ କାର୍ଯ୍ୟ ବନ୍ଦ କରିିବା ଅନୁଚିତ୍ ।କିନ୍ତୁ ବିବାହ ଆରମ୍ଭ ହେବା ପୂର୍ବରୁ ଅସୌଚ ଘଟିଲେ କର୍ମ ବନ୍ଦ କରିଦେବା ଉଚିତ୍ ।ବିବାହ ସମୟରେ କନ୍ୟା ଋତୁମତି ହେଲେ ତାକୁ ସ୍ନାନ କରାଇ ସସ୍କାର କରିବା ଉଚିତ୍ ।

ବିବାହ ସମୟରେ ଯଦି ବର କିମ୍ବା କନ୍ୟାର ମାତା ରଜସ୍ୱଳା ହୁଏ ତେବେ ସେ ସମୟରେ ବିବାହ କର୍ମ ହୁଏନାହିଁ, ଶୁଦ୍ଧି ପରେ ହୋଇଥାଏ ।ମାଘ,ଫାଲ୍ଗୁନ,ବୈଶାଖ,ଆଷାଢ,ମାର୍ଗଶୀର ଓଜ୍ୟେଷ୍ଠ ମାସରେ ବିବାହ କଲେ କନ୍ୟା ସୌଭାଗ୍ୟବତୀ ଓ ଧନଧାନ୍ୟବତୀ ହେଇଥାଏ ।ଚୈତ୍ର,ଭାଦ୍ରବ,ଆଶ୍ୱିନ,କାର୍ତ୍ତିକ ଓ ପୌଷ ମାସରେ ବିବାହ କସେ ଅତି ଶୀଘ୍ର ବିଧବା ହୁଏ ।ଜନ୍ମମାସ,ଜନ୍ମଦିବସଓ ଜନ୍ମ ନକ୍ଷତ୍ରରେ ବର କନ୍ୟାର ବିବାହ ନିଷିଦ୍ଧ ଅଟେ ।

ଜନ୍ମ ବୃହସ୍ପତିରେ ବିବାହ କଲେ କନ୍ୟା ସନ୍ତାନ ହାନୀ ହୁଏ ।ଜନ୍ମ ଏକାଦଶୀରେ ବିବାହ ହେଲେ କନ୍ୟା ଧନବତୀ ହେଇଥାଏ । ଅମାବସ୍ୟା,ପୌଷ ଓ ଚୈତ୍ର ମାସରେ ,ବର୍ଷା ଓ ଶରତ ଋତୁରେ ,ମାସାନ୍ତରେ ,ବୃହସ୍ସିପତି ସିଂହ ରାଶିରେ ଥିବା ସମୟରେ ବିବାହ ନିଷିଦ୍ଧ ଅଟେ ।କନ୍ୟାର ଜନ୍ମ ରାଶିରେ ରବିଥାଇ ବିବାହ କଲେ କନ୍ୟା ବିଧବା ହୁଏ ।ଚନ୍ଦ୍ର କନ୍ୟାର ଅଷ୍ଟମ, ଚତୁର୍ଥ, ପଞ୍ଚମ,ନବମ, ଦ୍ୱିତୀୟ ଓ ଦ୍ୱାଦଶରଶି ଥିବା ସମୟରେ ବିବାହ କଲେ କନ୍ୟା ବିଧବା , ଦୁଃକୀ ଓ ରୋଗାଗ୍ରସ୍ତ ହୁଏ ।

ଗୁରୁ ,ଶୁକ୍ର,ବୁଧ ଓ ସୋମବାର ଦିନ ବିବାହ ହୋଇଥିଲେ କନ୍ୟା ଭାଗ୍ୟବତୀ ହୋଇଥାଏ ।ମେଷ ସହିତ କନ୍ୟା,ତୁଳା ସହିତ ମୀନ,ମିଥୁନ ସହିତ ବୃଷ,ମକକର ସହିତ ସିଂହ,କୁମ୍ଭ ସହିତ କର୍କଟ,ବୃଷ ସହିତ ଧନୁ ବିବାହ କଲେ ମୂତ୍ର ରୋଗ ହୁଏ ।ସିଂହ ସହିତ ମୀନ, ତୁଳା ସହିତ ବୃଷ,କୁମ୍ଭ ସହିତ କନ୍ୟା,ମିଥୁନ ସହିତ ମକର,ମେଷ ସହିତ ବୃସିକ ରାଶି ବିବାହ କଲେ ଶୁଭଫଳ ମିଲିଥାଏ ।

ଧନୁ ସହିତ ବୃଶିକ, କୁମ୍ଭ ସହିତ ମକର,ମେଷ ସହିତ ମୀନ, ସିଂହ ସହିତ କର୍କଟ , ମିଥୁନ ସହିତ ବୃଷ,ତୁଳା ସହିତ କନ୍ୟା ରାସି ବିବାହ କଲେ ଧନ ବୃଦ୍ଧ ହୁଏ ।ବର ଓ କନ୍ୟା ଏକ ରାଶି ହେଲେ,ସମସପ୍ତକ ହେଲେ,ଚତୁର୍ଥ ଓ ଦଶମ ହେଲେ,ତୃତୀୟ ଓ ଏକାଦଶ ରାଶି ହେଲେ ରାଜଯୋଟକ କୁହାଯାଏ ।ରାଜଯୋଟକରେ ବିବାହ କଲେ ଶୁଭଫଳ ମିଳିଥାଏ ।ଏହି ସବୁ ବିବାହ ତଥ୍ୟ -ବିହାରୀ କର୍ମକାଣ୍ଡ ପୁସ୍ତକରେ ବର୍ଣ୍ଣନା କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।