Breaking News– ପୁଣି ଆଜି ବଲିଉଡ୍ ଜଗତରୁ ଆସିଲା ବଡ ଦୁଖଦ ଖବର । ଏହି କମବୟଷ୍କା ଅଭିନେତୀ ଙ୍କର ହଠାତ ହେଲା ପରଲୋକ, ପୁରା ବଲିଉଡ୍ ଜଗତ ଶୋକରଛାୟା…

ବଲିଉଡ ଇଣ୍ଡଷ୍ଟ୍ରିକୁ ପୁଣି ଲାଗିଲା ଗୋଟିଏ ବହୁତ ବଡ ଶକ୍ତ ଝଟକା । ତେବେ ପରଲୋକ ରେ ବଲିଉଡ ଜଗତର ବରିଷ୍ଠ ତଥା ପ୍ରଖ୍ୟାତ ଲୋକପ୍ରିୟ ଅଭିନେତ୍ରୀ ଶଶିକଳା ଜାବଲକର । ସୂଚନା ଅନୁଯାୟୀ ମୃତ୍ୟୁ ବେଳକୁ ତାଙ୍କୁ 88 ବର୍ଷ ହୋଇ ଥିବା ବେଳେ ମୁମ୍ବାଇ ର କୋଲାବାରେ ସେ ଶେଷ ନିଶ୍ବାସ ତ୍ୟାଗ କରି ଚିର ଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତେବେ ବାର୍ଦ୍ଧକ୍ୟ ଜନିତ କାରଣରୁ ହିଁ ତାଙ୍କର ମୃତ୍ୟୁ ଘଟି ଥିବା ଜଣା ପଡ଼ିଛି । ଏମିତିରେ ଦେଖିବାକୁ ଗଲେ ବଲିଉଡ ଜଗତକୁ ଗତ ବର୍ଷ ବହୁତ କିଛି କ୍ଷତି ସହିବାକୁ ପଡିଛି , ଆଉ ପୁଣି ଚଳିତ ବର୍ଷ ଆରମ୍ଭରୁ ହିଁ ଏମିତି ସବୁ ଘଟଣା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି ।

ବଲିଉଡ ଅଭିନେତ୍ରୀ ଶଶିକଳା 1932 ମସିହା ଅଗଷ୍ଟ ମାସ ରେ ସୋଲାପୁର ର ଏକ ମହାରାଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରି ଥିଲେ । ତେବେ ସେ ଡାକୁ, ରାସ୍ତା ଏବଂ କଭି ଖୁସୀ କଭି ଗମ ଭଳି ସୁପରହିଟ ଚଳଚ୍ଚିତ୍ରରେ କାମ କରି ବହୁ ଚର୍ଚ୍ଚିତ ତଥା ପ୍ରଶଂସିତ ହୋଇଥିଲେ । ଆଉ ତାଙ୍କର ଅଭିନୟରେ ମଧ୍ୟ ସମସ୍ତେ ବହୁ ମୁଗ୍ଧ ହୋଇଥିଲେ

ଏହା ଛଡା ଅଭିନେତ୍ରୀ ଶଶିକଳା ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର ଏବଂ ସଲମାନ ଖାନଙ୍କ ଅଭିନୀତ ମୁଝସେ ଶାଦୀ କରୋଗୀ, 1935 ରିଲିଜ୍ ହୋଇଥିବା ତିନ ବଟ୍ଟି ଚାର୍ ରାସ୍ତା ଏବଂ 1968 ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ତିନ ବହୁରାନିଆଁ ଭଳି ଚଳଚ୍ଚିତ୍ର ରେ ମଧ୍ୟ ନଜର ଆସି ଥିଲେ ।

ତେବେ ଏହାସହିତ ମଧ୍ୟ ସେ ଆହୁରି ଅନେକ ସୁପରହିଟ ଫିଲ୍ମ ମାନଙ୍କରେ ଦେଖି୍ବାକୁ ମିଳିଥିଲେ । ସେ ଗୁଡିକ ମଧ୍ୟରୁ ଆଇ ମିଲନ୍ କି ବେଲା, ଗୁମରା, ସୁଜତା ଏବଂ ଆରତୀ ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳି ଥିଲା ।

ତେବେ ଆପଣ ମାନଙ୍କ ସୂଚନା ପାଇଁ କହି ରଖୁଛୁ କି ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଶଶିକଳା ଫିଲ୍ମ ବା ଚଳଚିତ୍ର ସହିତ ଟେଲିଭିଜନ ରେ ମଧ୍ୟ ସକ୍ରିୟ ଥିଲେ ଏବଂ ଅନେକ ଟେଲି ସିରିଏଲ୍ ମାନଙ୍କରେ ମଧ୍ୟ ନଜର ଆସିଥିଲେ । ଯେମିତିକି ସୋନପରୀ ଏବଂ ଜୀନା ଇସି କା ନାମ ହେ ପରି ଲୋକପ୍ରିୟ ଧାରାବାହିକ ରେ ସେ କାମ କରି ଲୋକଙ୍କ ମନ ଜିଣି ନେଇ ଥିଲେ ।

ତେବେ ସବୁ ଠାରୁ ବଡ କଥା ହେଉଛି କି , ଭାରତୀୟ ସିନେମା ରେ ତାଙ୍କର ଅବଦାନ ପାଇଁ ଶଶିକଳାଙ୍କୁ 2007 ମସିହାରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରା ଯାଇ ଥିଲା । ତା ଛଡା 2009 ମସିହା ରେ ସେ ଭି ଶାନ୍ତାରାମ ଆୱାର୍ଡ ସୋ’ରେ ଜୀବନବ୍ୟାପି ସାଧନା ପାଇଁ ସମ୍ମାନିତ ମଧ୍ୟ ହୋଇଥିଲେ ।

ତେବେ ଶଶିକଳାଙ୍କର ବିୟୋଗ ବର୍ତ୍ତମାନ ସମୟରେ ବଲିଉଡ ଜଗତକୁ ଗୋଟିଏ ବହୁତ ବଡ ଝଟକା ଦେବା ସହିତ ,ଏକ ଅପୂରଣୀୟ କ୍ଷତି ପହଞ୍ଚାଇ ଯାଇଛି ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳାଇ ଦେଇ ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।