ଆଗକୁ ଆସୁଛି ପବିତ୍ର ଦୋଳପୂର୍ଣ୍ଣିମା , ଗରିବରୁ ଧନୀ ହେବା ପାଇଁ ନିଶ୍ଚିତ କରନ୍ତୁ ଏହି ଛୋଟିଆ ଉପାୟ ! ନିଶ୍ଚିତ ଭାବେ ପରିବାର ରେ ସୁଖ ଶାନ୍ତି ଆସିବ…..

ଦୋଳଯାତ୍ରା ହିନ୍ଦୁମାନଙ୍କର ଏକ ବଡ ପର୍ବ ଅଟେ ।ଦୋଳି କିମ୍ବା ଝୁଲଣରେ ରାଧା ଶ୍ରୀକୃଷ୍ଣଙ୍କୁ ବସାଇ ପରିକ୍ରମା କରାଯାଇଥିବାରୁ ଏହାର ନାମ ଦୋଳଯାତ୍ରା ହେଇଅଛି ।ଫାଲ୍ଗୁନ ମାସ ଶୁକ୍ଳ ପକ୍ଷଦଶମୀ ଠାରୁ ଏହା ଆରମ୍ଭ ହୋଇ ପୂର୍ଣ୍ଣମୀ ଏବଂ ହୋଲି ପର୍ବରେ ଶେଷ ହୋଇଥାଏ ।ଫଗୁ ଦଶମୀ ଦିନ ମନ୍ଦିରରେ ଥିବା ରାଧା କୃଷ୍ଣ ଙ୍କୁ ଫଗୁ ଲଗାଇ ବେଶ କରାଇ ସଜେଇ ବସାଯାଇଥାଏ ।ବିମାନରେ ଆମ୍ବ ପେନ୍ଥା ଆମ୍ବ ବଉଳ ଏବଂ ନାନା ଜାତିର ଫୁଲରେ ବିମାନଟିକୁ ସଜାଯାଇଥାଏ ।ବିମାନକୁ ଗୋପାଳପିଲାମାନେ ଘଣ୍ଟ କୀର୍ତ୍ତନର ତାଳରେ କାନ୍ଧରେ କନ୍ଧାଇ ଘରକୁ ଘର ବୁଲାଇଥାନ୍ତି ।

ପୁର୍ଣ୍ଣମୀ ପର ଦିନ ରଙ୍ଗର ପର୍ବ ହୋଲି ପର୍ବ ପାଳନ କରାଯାଇଥାଏ । ଗାଁ ଠାରୁ ସହର ପର୍ଯ୍୍ୟନ୍ତ ସମସ୍ତେ ରାଗରୁଷା ଭୁଲି ହୋଲି ପର୍ବ ର ମଜା ନେଇଥାନ୍ତି । ହୋଲିରେ ରଙ୍ଗର ଖେଳ ବସନ୍ତ ପରି କେତେକ ରୋଗର ପ୍ରତିଶେଧକ ହୋଇଥାଏ ।

ପୌରାଣିକ ମାନ୍ୟତା ଅନୁସାରେ ଏହି ଦିନ ଶ୍ରୀକୃଷ୍ଣ ନୈତ୍ର ନାମକ ଏକ ରାକ୍ଷସ କୁ ବଧ କରିଥିଲେ ।ଲୋକମାନଙ୍କ ପ୍ରାଣରେ ଅଭୟ ଏବଂ ଆନନ୍ଦ ଭରି ଦେଇଥିଲେ ଏବଂ ଏହି ଦି ଅଗ୍ନି ଦେବ ହୋଲିକା ରାକ୍ଷସୀର ବଧ କରି ପ୍ରହଲ୍ଲାଦ ଙ୍କୁ ବଞ୍ଚାଇଥିଲେ । ସେହେଦିନ ଠାରୁ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଦୋଳ ଏବଂ ହୋଲି ପର୍ବ ଭାବରେ ପାଳନ କରାଯାଇଥାଏ ।

ତେଣୁ ଏହି ଦୁଇ ଦିନ ଅତ୍ୟନ୍ତ ପାବନ ଓ ପବିତ୍ର ଦିନ ଅଟେ ।ଏହି ଦିନ ଯେକୌଣସି କାର୍ଯ୍ୟ କଲେ ସଫଳ ଓ ଫଳଦାୟୀ ହୋଇଥାଏ । ତେବେ ଆସନ୍ତୁ ଜାଣିନେବେ ଏହି ଦୋଳ ଏବଂ ହୋଲି ପର୍ବ ଦିନ କେଉଁ କାର୍ଯ୍ୟ କରିବା ଦ୍ୱାରା ମଣିଷ ରୋଗ ,ଦୁଃଖ, ଦୁର୍ଦ୍ଦଶା ,ଶୋକରୁ ମୁକ୍ତି ପାଇଥାଏ । ଜୀବନ ଧନଐଶର୍ଯପୂର୍ଣ୍ଣ ଭାବେ ବିତାଇଥାଏ ।ତେବେ ଆସନ୍ତୁ ଜାଣିବା –

ପ୍ରଥମ ଉପାୟ–ଏହି ଦିନ ଲକ୍ଷ୍ମୀମାତାଙ୍କ ପ୍ରତିଛବି ଘରକୁ ଆଣି ସନ୍ଧ୍ୟା ସମୟରେ ନଅ ଗୋଟି ସଳିତାକୁ ଗାଈକ୍ଷୀରରେ ଭିଜାଇ ମାଟି ପାତ୍ରରେ ରଖି ତାହାକୁ ଜାଳି ଦିଅନ୍ତୁ । ଆପଣମାନେ ଚାହିଁଲେ ନଅଗୋଟି ଦୀପ ଜାଳି ପାରିବେ । ଏହା ଅତ୍ୟନ୍ତ ଶୁଭଙ୍କର ହୋଇଥାଏ ।ଏହା ଅସମ୍ଭବ ହେଲେ ଗୋଟିଏ ଦୀପରେ ନଅଗୋଟି ବଳିତା ରଖି ଜାଳି ପାରିବେ ।ଏହା ଧନ ଲାଭର ସବୁଠାରୁ ସରଳ ଉପାୟ ଅଟେ ।

ଦ୍ୱିତୀୟ ଉପାୟ–ଏହି ଦିନ ସନ୍ଧ୍ୟା ସମୟରେ ଏକ ନଡିଆ ଟିଏ ଘରକୁ ଆଣନ୍ତୁ । ଯେପରିକି ନଡିଆରେ ପାଣି ଥିବ ଏବଂ ତାର ଜଟା ଭଙ୍ଗି ନ ଥିବ ।ସେହି ନଡିଆରେ ସିନ୍ଦୁର ଲଗାଇ ସେଥିରେ ନାଲି ସୂତା ବାନ୍ଧି ଦିଅନ୍ତୁ ।ଅରୁଆ ଚାଉଳ ଦ୍ୱାରା ପୂଜା କରି ଦିଅନ୍ତୁ ।ଏହାପରେ ଏହି ନଡିଆକୁ ହନୁମାନଙ୍କ ଚରଣରେ ରଢାଇଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଧନଲାଭ ହୋଇଥାଏ । ଆପଣ କରପଜରେ ବୁଡି ରହିଥିଲେ ସେହି କରଜରୁ ଖୁବଶୀଘ୍ର ମୁକ୍ତି ମିଳିଥାଏ ।ଜୀବନରେ କେବେବି ଆର୍ଥିକ ସଂକଟ ଦେଖିବାକୁ ପାଇବେ ନାହିଁ ।

ତୃତୀୟ ଉପାୟ – ଏହି ଦିନ ଅଶ୍ୱତ୍ଥ ଗଛମଊଳରେ ଏକ ସୋରିଷ ତେଲର ଦୀପଟିଏ ଜାଳନ୍ତୁ । ଏହାପରେ ଘରକୁ ଏକ ମୁହା ହୋଇ ଫେରିଆସନ୍ତୁ । କେବେ ବି ବୁଲିକି ଘଛକୁ ଦେଖନ୍ତୁ ନାହିଁ ।ଘରକୁ ପଶିବା ପୂର୍ବରୁ ଭଲଭବରେ ହାତଗୋଡ ଧୋଇ ପ୍ରବେଶ କରନ୍ତୁ ।ଏହା ଦ୍ୱାରା ଧନ ଲାଭର ଯୋଗ ବନିଥାଏ ।ଧନର ଅଭାବ ଦୂର ହୋଇଥାଏ ।

ଚତୁର୍ଥ ଉପାୟ — ଏହି ଦିନ ସକାଳ ସମୟରେ ଅଶ୍ୱତ୍ଥ ଗଛ ମଊଳରେ ଜଳ ଅର୍ପଣ କରି ଏକ ସୋରିଷ ତେଲର ଦୀପଟିଏ ଜାଳନ୍ତୁ । ଘରକୁ ଆସି ଘରର ମୁଖ୍ୟ ଦ୍ୱାରରେ ହଳଦୀ ବା ସିନ୍ଦୁରରେ ଏକ ସ୍ୱସ୍ତିକ କିମ୍ବା ଅର୍ଧଚନ୍ଦ୍ରଟିଏ ଆଙ୍କି ଦିଅନ୍ତୁ ।ତାହା ଉପରେ ହଳଦୀ ରଙ୍ଗର ଫୁଲ ଏବଂ ଅରୁଆ ଚାଉଳ ଅର୍ପଣ କରନ୍ତୁ । କିନ୍ତୁ ସେହି ଅରୁଆ ଚାଉଳ ନିଖୁଣ ହୋଇଥିବ ।ପ୍ରତିଦିନ ଘରୁ ବାହାରକୁ ଯିବା ସମୟରେ ସେହେ ମୁଖ୍ୟ ଦ୍ୱାରରେ ପ୍ରଥମେ ଡାହାଣ ପାଦ ରଖି ବାହରକୁ ବାହରନ୍ତୁ । ଏହା ଦ୍ୱାରା ସମସ୍ତ କାର୍ଯ୍ୟସଫଳତା ମିଳିଥାଏ ।

ପଞ୍ଚମ ଉପାୟ –ଏହି ଦିନ ଦୁଇଟି ମାଟି ପାତ୍ର ଘରକୁ ଆଣି ଗୋଟିଏ ପାତ୍ରରେ ଅଧାକିଲୋ ବିରି ରଖିନ୍ତୁ ଏବଂ ଅନ୍ୟ ଏକ ପାତ୍ରରେ ଅଧା କିଲୋ ଲୁଣ ରଖନ୍ତୁ ।ଏହି ଦୁଅଟି ପାତ୍ରକୁ ଏପରି ସ୍ଥାନରେ ଲୁଚାଇ ରଖିଦିଅନ୍ତୁ , ଯେପରି ଏହାକୁ କେହିବି ଦେଖି ପାରିବେ ନାହିଁ । ଏହି କାର୍ଯ୍ୟ କର୍ବା ସମୟରେ କେହି ଆପଣଙ୍କୁ ଦେଖିବେ ନାହିଁ ।ଏହି ପାତ୍ରଦୁଇଟି ଯେପର୍ଯ୍ୟନ୍ତ ଘରେ ସୁରକ୍ଷିତ ଥିବ ସେ ପର୍ଯ୍ୟନ୍ତ ମାଆ ଲକ୍ଷ୍ମୀଙ୍କ ଅପାର କୃପା ଆପଣଙ୍କୁ ମିଳି ଚାଲିଥିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।