ଦେଖନ୍ତୁ ଭିଡ଼ିଓ – ହେ ଭଗବାନ ! ପୁଣି ବାବୁସାନଙ୍କ ଏହି କାମକୁ ନେଇ ଏମିତି କହିଲେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା….

ଓଡ଼ିଆ ସିନେମା ଜଗତର ଜଣେ ଆଗ ଧାଡ଼ିର ଜଣାଶୁଣା ଲୋକପ୍ରିୟ କଳାକାର ହେଉଛନ୍ତି ବାବୁଶାନ୍ ମହାନ୍ତି। ଯାହାଙ୍କୁ ଭଲ ପାଆନ୍ତି ଓଡ଼ିଶା ବାସୀ ଏବଂ ଅଗଣିତ ସିନେ ପ୍ରେମୀ।ସେ ତାଙ୍କର ମିଠା କଥା ସାଙ୍ଗକୁ ଆକର୍ଷଣୀୟ ବ୍ୟକ୍ତିତ୍ଵ ପାଇଁ ସବୁବେଳେ ଲୋକ ମାନଙ୍କ ର ପ୍ରଥମ ପସନ୍ଦ ପାଲଟି ଅଛନ୍ତି। କିଏ ବା ତାଙ୍କୁ ଭଲ ନପାଏ। ଏଭଳି ଜଣେ କଳାକାର ଓଡ଼ିଆ ସିନେମା ଜଗତ ପାଇଁ ଗର୍ବ ଏବଂ ଗୌରବ ର ପ୍ରତୀକ ଅଟନ୍ତି। ତାଙ୍କର ଏହି ଭଳି ଗୁଣ ତାଙ୍କୁ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ହକ୍ ଦାର କରିଛି। ଆଉ ସେଥିପାଇଁ ତାଙ୍କର ପ୍ରଶଂସକ ମାନେ ତାଙ୍କ ପାଇଁ ପାଗଳ।

ଆପଣ ତ ଜାଣିଛନ୍ତି କେବଳ ଅଭିନୟ ପାଇଁ ନୁହଁ ବରଂ ନିଜର ମାନବିକତା, ଉଦାରତା ଏବଂ ବଳିଷ୍ଠ ବ୍ୟକ୍ତିତ୍ବ ପାଇଁ ସେ ଅଧିକ ପରିଚିତ। ସମସ୍ତଙ୍କୁ ସେ ସାହାଯ୍ୟ ସହାନୁଭୂତି ଦେଇଥାନ୍ତି ଏବଂ ଦେଖାଇଥାନ୍ତି। ନିକଟରେ ଏକ ଘଟଣା ଘଟିଛି ଯେଉଁ ଘଟଣାରୁ ଏକଥା ସୁସ୍ପଷ୍ଟ ହୋଇ ଯାଉଛି।ଆଉ ସୋସିଆଲ ମିଡିଆରେ ଏହା ଏବେ ଚର୍ଚ୍ଚାର ପରିସରକୁ ମଧ୍ୟ ଆସିଛି।

କାରଣ ବାବୁଶାନ୍ ଯାଇ ପହଞ୍ଚିଛନ୍ତି ଜଣେ ସାନଭାଇ ଙ୍କୁ ଦେଖା କରିବା ପାଇଁ ହସ୍ପିଟାଲ୍ ରେ। ଯାହାଙ୍କୁ ଦେଖା କରିବା ପାଇଁ ସେ ସେଠାରେ ପହଞ୍ଚି ଅଛନ୍ତି ସେ ହେଉଛନ୍ତି ଢେଙ୍କାନାଳ କାମାକ୍ଷାନଗର ର ଅଞ୍ଚଳର ୧୪ ବର୍ଷୀୟ ବାଳକ। ଯିଏକି ଏକ ବିଦ୍ୟୁତ୍ ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।

ଯାହାଙ୍କର ବହୁତ୍ ଇଚ୍ଛା ଥିଲା ବାବୁଶାନ୍ ଙ୍କୁ ଦେଖା କରିବା ପାଇଁ।ସେ ବାବୁ ଭାଇଙ୍କ ସହ କଥା ହେବା ପାଇଁ ବହୁତ ଆଗ୍ରହୀ ଥିଲେ।ତାଙ୍କ ସହିତ ଫଟୋ ଉଠାଇବା ପାଇଁ ମଧ୍ୟ ତାଙ୍କର ବହୁତ ଇଚ୍ଛା ଥିଲା। ହସ୍ପିଟାଲ୍ ବେଡ୍ ରେ ନିଜର ଜୀବନ ସହିତ ଲଢେଇ କରୁଥିବା ଏହି ବାଳକ ଜଣଙ୍କ ବାବୁଶାନ୍ ଙ୍କୁ ଦେଖା କରିବା ପାଇଁ ତାଙ୍କର ସ୍ବପ୍ନ ରହିଥିଲା।

ଆଉ ଏ ବିଷୟରେ ଏହି ସୁପର ଷ୍ଟାର୍ ଜଣଙ୍କ ଜାଣିବା ପରେ ଯାଇ ପହଞ୍ଚି ଥିଲେ ତାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ହସ୍ପିଟାଲ୍ ରେ।ଆଉ ଯାଇ ଏହି ବାଳକଙ୍କ ସହିତ କଥା ହେବା ସହିତ ତାଙ୍କର ଇଚ୍ଛାକୁ ମଧ୍ୟ ପୂରଣ କରିଥିଲେ।

ଆଉ ଏହାପରେ ବାଳକ ଚିଣ୍ଟୁ ର ଖୁସି କହିଲେ ନସରେ।ସେ ପ୍ରତିକ୍ରିୟା ରେ କହିଛିି ବାବୁସାନ୍ ମତେ ତାଙ୍କ ନମ୍ବର ଦେଇ ଯାଇଛନ୍ତି। ମୁଁ ବାବୁସାନଙ୍କୁ ପାଗଳ ପରି ଭଲ ପାଏ। ତାଙ୍କର ସବୁ ସିନେମା ଦେଖିଛି। ତାର ଭାରି ଇଛାଥିଲା ବାବୁସାନଙ୍କୁ ଟିକେ ଦେଖିବ।ତେବେ ମେଡିକାଲ୍ ବେଡରେ ନିରୁପାୟ ହୋଇ ଶୋଇ ରହିଥିବା ଏହି ଅସହାୟ ବାଳକ ଚିଣ୍ଟୁ ନିଜର ଇଚ୍ଛା ପୂରଣ କରିବା ପରେ ଏବେ ବହୁତ ଖୁସି। ପୁଣିଥରେ ବାବୁଶାନ୍ ତା ପାଖକୁ ଆସିବେ ବୋଲି କଥା ଦେଇ ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।