ଦେଖନ୍ତୁ Live ଭିଡ଼ିଓ – ହେ ଭଗବାନ ! ୩୪ ମହଲା କୋଠା ହେଲା ଏମିତି…ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ସାମ୍ନାକୁ ଆସିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଖବର। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାରଣ ଖବରଟି ମଧ୍ୟ ସେହିପରି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୧୯୮୪ ରେ ଖୋଲା ଯାଇଥିବା ଅତ୍ୟଧିକ ବିଳାସପୂର୍ଣ୍ଣ କୋଠା ଯାହା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଟେ, ତାକୁ ଏବେ ଡିନାମାଇଟ୍ ସାହାଯ୍ୟରେ ଉଡାଇ ଦିଆ ଯାଇଛି। ଏହାକୁ ସଂପୂର୍ଣ୍ଣ ଧ୍ଵଂସ କରି ଦିଆ ଯାଇଛି।ତେବେ ସୂଚନା ଅନୁସାରେ ଏହି ବିଳାସପୂର୍ଣ୍ଣ କୋଠା କୁ ୨୦୧୪ ରେ ବନ୍ଦ କରି ଦିଆ ଯାଇଥିଲା। ତେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି କୋଠା ଟି ଆମେରିକାର ଆଟଲାଣ୍ଟିକ୍ ସହରରେ ରହିଥିଲା।

ତେବେ ଆପଣଙ୍କୁ ଜଣାଇ ଦେଉଛୁ କି ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଙ୍କ ଏହି କୋଠାଟି ୩୪ ମହଲା ବିଶିଷ୍ଟ ରହିଥିଲା। ଯାହାକୁ ନିକଟରେ ପ୍ରାୟ ୩୦୦୦ ଡିନାମାଇଟ୍ ସାହାଯ୍ୟରେ ଧ୍ୱଂସ କରା ଯାଇଛି।ତେବେ ସବୁଠାରୁ ବଡ କଥା ହେଉଛି ଯେ ଏହି ବିଳାସ ପୂର୍ଣ୍ଣ କୋଠା କୁ ଭାଙ୍ଗିବା ପାଇଁ ପ୍ରସ୍ତୁତି ହୋଇଥିଲା ଏବଂ ଏହାକୁ ଦେଖିବା ପାଇଁଁ ମଧ୍ୟ ପୂର୍ବ ପ୍ରସ୍ତୁତି କରା ଯାଇଥିଲା।

ତେବେ ଆଟଲାଣ୍ଟିକ୍ ସହରରେ ଥିବା ଏହି କୋଠା ଅତ୍ୟଧିକ ବିଳାସପୂର୍ଣ୍ଣ ସହିତ ଆକର୍ଷଣୀୟ ଥିଲା। ତେବେ ଏହି ପ୍ଲାଜା ର ଅନେକ ବିଶେଷତ୍ଵ ରହିଛି। ଅନେକ ସମୟରେ ଆମେରିକାରେ ଆସିଥିବା ବାତ୍ୟା ଓ ଝଡ କାରଣରୁ ଏହି ଆକର୍ଷଣୀୟ କୋଠା ର କିଛି ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ତେବେ ଏହି କ୍ଷତିଗ୍ରସ୍ତ କୋଠା କୁ ବିଭିନ୍ନ ଦିଗରୁ ଅନୁଧ୍ୟାନ କରିବା ପରେ ଗତବର୍ଷ ଜୁନ ମାସରେ ଏହି କୋଠାକୁ ଧ୍ୱଂସ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା। କିନ୍ତୁ ଗତବର୍ଷ ଏହା ହୋଇ ପାରି ନଥିଲା। ତେଣୁ ଏହି କାର୍ଯ୍ୟକୁ ଏବେ କରାଯାଇଛି।ତେବେ ଏହି କୋଠାକୁ ଧ୍ୱଂସ କରିବା ବେଳେ ସେଠାରେ ଶତାଧିକ ଲୋକ ଉପସ୍ଥିତ ରହିଥିଲେ। ଏହାକୁ ଲୋକେ କିପରି ଦେଖି ପାରିବେ ସେଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ କରା ଯାଇଥିଲା। ଏପରିକି ଏହି କୋଠା ଟି ଭାଙ୍ଗିବାର ସଂପୂର୍ଣ୍ଣ ଦୃଶ୍ୟକୁ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରା ଯାଇଥିଲା ଓ ସମସ୍ତେ ଏହାକୁ ଦେଖିବାର ସୁଯୋଗ ପାଇଥିଲେ।

ପରେ ପରେ ଏହି ପ୍ଲାଜା ବା କୋଠାକୁ ଧ୍ୱଂସ କରିବାର ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୩୪ ମହଲାର ଏହି କୋଠାକୁ ଡିନା ମାଇଟ ଦ୍ବାରା ଧ୍ୱଂସ କରିବା ପାଇଁ ମାତ୍ର ୨୦ ସେକେଣ୍ଡ ସମୟ ଲାଗିଥିଲା। ତେବେ ସୂଚନା ଅନୁଯାୟୀ ଆଟଲାଣ୍ଟିକ୍ ସହରରେ ଥିବା ମେୟରଙ୍କ କହିବାନୁସାରେ, କୋଠା ଭାଙ୍ଗିବା ପରେ ଯେଉଁ ଭଗ୍ନାବଶେଷ ସେଠାରେ ମିଳିଥିଲା ତାହା ୮ ମହାଲର ହୋଇଥିଲା।

ଆଉ ଏହାକୁ ହଟାଇବା ପାଇଁ କିଛି ସମୟ ଲାଗିଯିବ, ଯାହା ପ୍ରାୟତଃ ଜୁନ ପର୍ଯ୍ୟନ୍ତ ସମୟ ଲାଗିବ ବୋଲି କୁହା ଯାଉଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।