କେନ୍ଦ୍ର ସରକାରଙ୍କର ସ୍କାନରରେ ଚାଷୀ ,! ଅଯୋଗ୍ୟ ଚାଷୀ ମାନଙ୍କ ଠାରୁ ଆଦାୟ ହେବ ଟଙ୍କା , ଆଉ ମିଳିବ ନାହିଁ ପାଇଦା ! ଦୟାକରି ସମସ୍ତ ଙ୍କୁ ସେୟାର କରି ଜଣାନ୍ତୁ ଏବଂ କମେଣ୍ଟ କରନ୍ତୁ ଏହା ଠିକ୍ ନା ଭୁଲ….

କେନ୍ଦ୍ର ସରକାରଙ୍କର ସ୍କାନରରେ ଅଯୋଗ୍ୟ ଚାଷୀ , ଯେଉଁମାନେ ନିଜକୁ କୃଷକ କହି ପ୍ରଧାନ ମନ୍ତ୍ରୀ ଶ୍ରମ ନିଧି ଯୋଜନାର ଲାଭ ଉଠାଉଛନ୍ତି ସେମାନଙ୍କୁ ଆଉ ମିଳିବ ନାହିଁ ପାଇଦା । ଏବେ ସରକାର ସେହି ଅଯୋଗ୍ୟ ଚାଷୀଙ୍କୁ ଚିହ୍ନଟଚ କରି ସେମାନଙ୍କ ପାଖରୁ ଅର୍ଥ ଅଦାୟ କରିବା ପାଇଁ ଚେଷ୍ଟା କରୁଛନ୍ତି ।ଆଉ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି ଆୟକର ପୈଠ କରୁଥିବା କିଛି କୃଷକ ପିଏମ କିଷାନ ଯୋଜନାର ଲାଭ ଉଠାଉଥିବା କଥା ଜାଣିବାକୁ ପାଇଛନ୍ତି ସରକାର । ଏମିତି ଲୋକଙ୍କୁ ଖୁବ ଶୀଘ୍ର ଖୋଜି ସେମାନଙ୍କ ଉପରେ ମାମଲା ରୁଜୁ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ପିଏମ କିଷାନ ଯୋଜନାର ଫାଇଦା ଉଠାଉଥିବା 32.91 ଲକ୍ଷ ଅଯୋଗ୍ୟ ଲାଭାର୍ଥୀଙ୍କ ଖାତାକୁ 2 କୋଟି 3 ଲକ୍ଷ 26 ହଜାର 88 ଟଙ୍କା ସଂସଦରେ କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ।

ଜଣେ ଚାଷୀ ପରିବାରର କୌଣସି ସଦସ୍ୟ ଇନକମ ଟ୍ୟାକ୍ସ ଯଦି ପୈଠ କରୁଛନ୍ତି ତେବେ ତାଙ୍କୁ ଯୋଜନାର ଲାଭ ମିଳିବା କଥା ନୁହେଁ । ଯଦି ଏମିତି କେହି ଚାଷୀ ଥାଆନ୍ତି ତେବେ ସେମାନେ ପିଏମ କିଷାନ ଯୋଜନାରୁ ବଞ୍ଚିତ ହେବା ନିଶ୍ଚିତ । କେବଳ ଏତିକି ନୁହେଁ ଯଦି ଜଣେ ଲୋକ ନିଜ ଚାଷଜମିକୁ ଚାଷ କାମରେ ବ୍ୟବହାର ନକରି ଅନ୍ୟ କାମରେ ଲଗାଇଥାଏ ତେବେ ସେଭଳି ବ୍ୟକ୍ତି ପିଏମ କିଷାନ ଯୋଜନାର ଲାଭ ପାଇପାରିବେ ନାହିଁ ।

 ଅନେକ ଲୋକ ଅନ୍ୟ ମାନଙ୍କ ଜମିରେ କାମ କରିଥାନ୍ତି ସେମାନଙ୍କର ଜମି ଉପରେ ଅଧିକାର ନଥାଏ ତେବେ ଯଦି ସେ ମାଲିକ ହୋଇନଥିବେ ତେବେ ପିଏମ କିଷାନ ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଏମିତିକି ଅନେକ ଲୋକଙ୍କ ନାମରେ ନାହିଁ ଚାଷ ଜମି , ସେମାନଙ୍କର ବାପା , ଜେଜେବାପାଙ୍କର ନାମରେ ରହିଥାଏ ଜମି ତେବେ ଯଦି ଏପରି ହୋଇଥାଏ ତେବେ ସେମାନେ ମଧ୍ୟ ପିଏମ କିଷାନ ଯୋଜନାର ଫାଇଦା ପାଇପାରିବେ ନାହିଁ ।

ସରକାର କର୍ମଚାରୀ ବା ଅବସର ପ୍ରାପ୍ତ କର୍ମଚାରୀ ନିଜ ଜମି ଚାଷ କରୁଥିଲେ ମଧ୍ୟ ସେମାନେ ପିଏମ କିଷାନ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ନୁହଁନ୍ତି । ଜମିମାଲିକ ଯଦି 10 ହଜାରରୁ ଅଧିକ ପ୍ନସନ ପାଉଥାଏ ତେବେ ସେ ମଧ୍ୟ ପିଏମ କିଷାନ ଯୋଜନାର ଲାଭାର୍ଥା ହୋଇପାରିବେ ନାହିଁ ।

ପେଶାଦାର ଡାକ୍ତର , ଇଞ୍ଜିନିୟର ଓ ଓକିଲ ଚାର୍ଟାର୍ଡ ଆକାଉଣ୍ଟାଟ ବା ତାଙ୍କର ପରିବାର ଲୋକଙ୍କୁ ପିଏମ କିଷାନ ଯୋଜନାର ଲାଭ ମିଳିବ ନାହିଁ । ଏମିତିକି ସାଂସଦ , ବିଧାୟକ , ପୂର୍ବତନ ସାଂସଦ , ବିଧାୟକ ବା ମନ୍ତ୍ରୀ ଚା। କରୁଥିଲେ ମଧ୍ୟ ସେମାନେ ପିଏମ କିଷାନ ଯୋଜନାର ଲାଭ ପାଇପାରିବେ ନାହିଁ ।

ସାରା ଦେଶର ପିଏମ କିଷାନ ନିଥି ଶ୍ରମ ଯୋଜନାରେ 11 କୋଟି 53 ଲକ୍ଷ ଲାଭାର୍ଥୀ ଅଛନ୍ତି ପ୍ରତି ଲାଭାର୍ଥୀଙ୍କୁ କେନ୍ଦ୍ର ସରକାର ପ୍ରତିବର୍ଷ 2000 ହିସାବରେ ତିନିଟି କିସ୍ତିରେ 6000 ଟଙ୍କା ପ୍ରଦାନ କରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।