ଚାଷି ମାନଙ୍କ ପାଇଁ ଆସିଲା ଖୁସି ଖବର ! କାଲିଠୁ ୧୯ ତାରିଖ ଯାଏ ବର୍ଷା ସମ୍ଭାବନା, ୧୭ରେ ପ୍ରବଳ ବର୍ଷିପାରେ,, ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ……

ଆଜି ଆମେ ଆପଣ ମାନଙ୍କୁ ପାଣିପାଗ ସମ୍ବଦ୍ଧାୟ ଏକ ବିଶେଷ ସୂଚନା ପ୍ରଦାନ କରିବୁ , ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । ଆସନ୍ତା 16 ତାରିଖରୁ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯେଉଁଥିପାଇଁ କି ଆସନ୍ତା କାଲି ଠାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ପାଣିପାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି ।

ଆସନ୍ତା କାଲି ଠାରୁ ଅର୍ଥାତ 16 ତାରିଖରୁ ସମ୍ବଲପୁର , ନୂଆପଡା , ବରଗଡ , ଝାରସୁଗୁଡା , ସୁନ୍ଦରଗଡ ଏବଂ ଦେବଗଡରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ 16 ତାରିଖ ରହିଛି ସ୍ୱରସ୍ୱତୀ ପୂଜା ମାତ୍ର ଏହି ପୂଜା ଏବେ କୌଣସି ବିଦ୍ୟାଳୟ କିମ୍ବା ବିଶ୍ୱବିଦ୍ୟାଳୟରେ ପାଳନ ହେବ ନାହିଁ କାରଣ କରୋନା କଟକଣାରୁ ଆଖି ଆଗରେ ରଖି ଏହି ପୂଜାକୁ ବନ୍ଦ କରାଯାଇଛି । ପୂଜା ନଥିଲେ ମଧ୍ୟ ଏହି ବର୍ଷା ହେବା କାରଣରୁ ତାହା ସମସ୍ତଙ୍କ ପାଇଁ ବହୁତ ଦୁଃଖର କଥା ଅଟେ ।

16 ତାରିଖରୁ କେତେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଥିବା ସମୟରେ 17 ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ସମେତ ଗଜପତି , ଗଞ୍ଜାମ , କେନ୍ଦୁଝର , ମୟୂରଭଞ୍ଜ , ଅନୁଗୁଳ , ଢେଙ୍କାନାଳ , ଯାଜପୁର , ବାଲେଶ୍ୱର , ଭଦ୍ରକ ଜିଲ୍ଲାରେ ବର୍ଷା ହେବ । ତେବେ ଏହି ବର୍ଷା ହେବା ସହିତ ସେହି 17 ତାରିଖରେ ମଧ୍ୟ. ବିଭିନ୍ନ ଜିଲ୍ଲାକୁ ଝଡ ତୋଫାନ ସହିତ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆ଼୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି ।

ଯେଉଁଥିପାଇଁ କି ରାୟଗଡା , ଗଜପତି , ଗଞ୍ଜାମ , କନ୍ଧମାଳ , ବୌଦ୍ଧ , ସୋନପୁର , ବଲାଙ୍ଗିର , ମୟୂରଭ଼ଞ୍ଜ , କେନ୍ଦୁଝର , ବାଲେଶ୍ୱର , ଭଦ୍ରକ , ଯାଜପୁର , ଅନୁଗୁଳ ଓ ଢେଙ୍କାନାଳ ଆଦି 15 ଜିଲ୍ଲାକୁ ଝଡତୋଫାନ ସହିତ ବଜ୍ରପାତ ହେବାର ଆଶଙ୍କା ରହିଥିବାରୁ ଏହି ଜିଲ୍ଲା ମାନଙ୍କୁ ୟଲୋ ୟାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା 3 ରୁ 4 ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଦେଖାଦେବ ।

ଏହା ସହିତ ମଧ୍ୟ 18 ତାରିଖରେ କେନ୍ଦୁଝର , ମୟୂରଭଞ୍ଜ , କନ୍ଧମାଳ , ଗଜପତି , ଗଞ୍ଜାମ , ଅନୁଗୁଳ , ଢେଙ୍କାନାଳ , ଯାଜପୁର , ଭଦ୍ରକ , ବାଲେଶ୍ୱର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଆପଣ ମାନେ ଏହି କରୋନା ସମୟରେ ବର୍ଷା ପାଗରେ ଘରୁ ବାହାରକୁ ବାହାରନ୍ତୁ ନାହିଁ ବିଶେଷ ଜରୁରୀ କାମ ନଥିଲେ ଘରେ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।