ଟଙ୍କା ବର୍ଷା କରୁଥିବା ( ଚମତ୍କାରି ଗଛ ) ଆପଣଙ୍କ ଭାଗ୍ୟ ବୃଦ୍ଧି କରିଥାଏ ,ପ୍ରେମ , ଶିକ୍ଷା ,ଭାଗ୍ୟବୃଦ୍ଧି ଏବଂ ଧନପ୍ରାପ୍ତି କରିଥାଏ ……

ଜ୍ୟୋତିଷ ଶାସ୍ତ୍ରରେ ଅନେକ ଗଛ ଏବଂ ତାର ପତ୍ର , ଫୁଲ , ଫଳ , ଡାଳ ଏବଂ ଚେରର ଅନେକ ଚମକ୍ତାରୀ ଗୁଣ ବିଷୟରେ ବର୍ଣ୍ଣିତ ରହିଛି ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଦିବ୍ୟ ଏବଂ ଚମକ୍ତାରୀ ଗଛ ବିଷୟରେ କହିବୁ ଯାହାକି ଅତି ସହଜରେ ଏବଂ ହାତ ପାଖରେ ମିଳିଯିବ । ଏହା ସହିତ ଆପଣ ମାନେ ତାହାର ଚମକ୍ତାରୀ ଗୁଣ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ସେହି ଗଛର ନାମ ହେଉଛି ଡାଳିମ୍ବ ଗଛ । ଏହି ଡାଳିମ୍ବ ଫଳଟିକୁ ମାତା ଦୁର୍ଗା , ମା ଲକ୍ଷ୍ମୀ ଏବଂ କାଳୀଙ୍କୁ ଭୋଗ ଲଗାଇଲେ ମାତା ଖୁସି ହୋଇ ବରଦାନ କରିଥାନ୍ତି ।

ଶାସ୍ତ୍ରରେ ବର୍ଣ୍ଣିତ ରହିଛି କି ଏହି ଡାଳିମ୍ବ ଗଛରେ ଶ୍ରୀହରି ବିଷ୍ନୁ ଏୂବଂ ମାତା ଲକ୍ଷ୍ମୀ ବାସ କରନ୍ତି ବୋଲି । ଏଣୁକରି ଅନେକ ଲୋକ ଏହି ଡାଳିମ୍ବ ଗଛକୁ ଘରେ ଲଗାଇ ପୂଜା କରିଥାନ୍ତି । ଯଦି ଆପଣଙ୍କର ଜୀବନରେ ବାରମ୍ବାର ବାଧା ଆସୁଛି ଆପଣ ସର୍ବଦା ଚିନ୍ତାଗ୍ରସ୍ତ ହୋଇ ରହୁଛନ୍ତି ତେେ ଏହି ପରିସ୍ଥିତିରେ ଆପଣ ମାନେ ଏହି ଡାଳିମ୍ବା ଗଛ ଡାଳର ପ୍ରୟୋଗ କରିପାରିବେ ।

ଯେଉଁ ମାସରେ ରାହୁ ସ୍ୱାତ୍ତି ନକ୍ଷତ୍ରକୁ ଆସିଥାଏ ସେହି ଦିନ ଡାଳିମ୍ବା ଗଛର ଡାଳଟିଏ ଭାଙ୍ଗି ଆଣିବେ । ଏହା ପରେ ଆପଣ ମାନେ ଡାଳ ଭାଙ୍ଗି ସାରିବା ପରେ ଡାଳିମ୍ବ ଗଛକୁ କ୍ଷମା ମାଗିବେ କାହିଁକିନା ଏହି ଗଛରେ ଭଗବାନ ବାସ କରିଥାନ୍ତି । ଡାଳିମ୍ବ ଡାଳକୁ ଆଣିବା ପରେ ତାହାକୁ ଛୋଟ ଛୋଟ କରିଦେବେ , ଏହା ପରେ କୌଣସି ଏକ ପାତ୍ରରେ ରଖି ଘରର ଠାକୁରଙ୍କର ସାମ୍ନାରେ ରଖିଦିଅନ୍ତୁ ।

ଏହାକୁ ଧୂପ , ଦୀପ , ଫୁଲ ଚନ୍ଦନ ଏବଂ ଅରୁଆ ଚାଉଳ ଦ୍ୱାରା ପୂଜା କରିଦିଅନ୍ତୁ । ଏହା ପରେ ପୂଜା କରିବା ପରେ ରୂପାର ତାବିଜ ଭିତରେ ପୂରାଇ ଶନିବାର ଦିନ ଏହାକୁ କଳା ସୂତା ଦ୍ୱାରା ଗଳାରେ ଧାରଣ କରନ୍ତୁ । ଏହାକୁ ପିନ୍ଧିବା ଦ୍ୱାରା ଆପଣଙ୍କର ଶରୀରରେ ଥିବା ସମସ୍ତ ପ୍ରକାର ନକରାତ୍ମକତା ଦୂର ହୋଇଥାଏ , କରଜରୁ ମୁକ୍ତି ମିଳିଥାଏ ଏବଂ ଶତ୍ରୁ ମାନଙ୍କର ଦମନ ହୋଇଥାଏ ।

ଯେଉଁ ମାନଙ୍କର ପ୍ରେମ ସଂପର୍କ ଭାଙ୍ଗିଯାଇଥାଏ ଅବା ବିବାହ ବିଚ୍ଚେଦ ହୋଇଯାଇଥାଏ , ସ୍ୱାମୀ ସ୍ତ୍ରୀ ପ୍ରେମିକ ପ୍ରେମିକା କୌଣସି କାରଣରୁ ଆଲଗା ହୋଇଯାଆନ୍ତି ଏବଂ ପୁଣି ଥରେ ଏକାଠି ହେବାକୁ ଚାହୁଁଥାନ୍ତି ଅବା ଜଣେ ଅନ୍ୟକୁ ପସନ୍ଦ କରୁଛି ହେଲେ କହିବାକୁ ଭଲ କରୁଛି ତେବେ ଏହି କ୍ଷେତ୍ରରେ ଏହା ଚମକ୍ତାରୀ ଲାଭ ଦେଇଥାଏ ।

ତେବେ ଏହି ବଳିକରଣ କାର୍ଯ୍ୟ ପାଇଁ ଆପଣ ମାନେ ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ଦିନ ଡାଳିମ୍ବ ଗଛର ଜାଳଟିଏ ଭାଙ୍ଗି ଆଣିବେ ଏବଂ ଗଛକୁ କ୍ଷମା ମାଗିବେ । ଏହା ପରେ ଏହାକୁ ପୂଜା କରି ନିଜର ଡାହାଣ ବାହୁରେ ପିନ୍ଧନେବେ । ଆପଣ ମାନେ ଏହାକୁ ହାତରେ ପିନ୍ଧିବା ଦ୍ୱାରା ଏହା ଦେଖବେ କି ସମସ୍ତେ ଆପଣଙ୍କର ବଶରେ ରହିବେ ଏବଂ ସମସ୍ତଙ୍କୁ ଆପଣ ମାନେ ବଶୀଭୂତ କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।