16 ମାସର ଶିଶୁ କନ୍ୟା ଆଖିରେ କ୍ୟାନସର,ଆପଣ ମାନଙ୍କର ଗୋଟିଏ ଶେୟାର କଅଁଳ ଶିଶୁଟିର ନିଶ୍ଚିତ ଭାବରେ ଭଲ ହୋଇପାରିବ ! ଦୟାବାନ ବ୍ୟକ୍ତି ହୋଇଥିଲେ ନିଶ୍ଚିତ ସାହାର୍ଯ୍ୟ କରନ୍ତୁ…

ବିଧିର ବିଧାନ କେ କରିବ ଆନ ! ଆମେ ସମସ୍ତେ ସମୟର ଦାଶ ,କିଏ ଜାଣେ ଜୀବନରେ କଣ ଘଟିବ । 12 ମାସର ଶିଶୁକନ୍ୟା ତଳେ ପଡି ଆଖି ମାଡ ହୋଇଯିବା ପୁଣି ସେହି କାରଣରୁ ଆଖିରେ କ୍ୟାନସର ଭଳି ମାରାତ୍ମକ ରୋଗ ସହିତ ଲଢିବା ଅତ୍ୟନ୍ତ ଏକ ଦୁଃଦ ତଥା ହୃଦୟଥରା ଘଟଣା ।ହେ ଭଗବାନ ! ମଣିଷକୁ ଏମିତି ଶାସ୍ତି କାହିଁକି ଦେଉଛ ପ୍ରଭୁ । କୁହାଯାଏ ସମୟର ଚକ ସବୁବେଳେ ବୁଲୁଥାଏ, କେତେବେଳେ ଦୁଃଖ ତ କେତେବେଳେ ସୁଖ । ଦୁନିଆଟା ଭୁଷ କରି ଭୁଷୁଡି ଯାଏ , ଯେବେ ବାପାମାଁଙ୍କ କୋଳରେ ଖେଳୁଥିବା ପିଲାଟି କୌଣସି ରୋଗ ସହ ଲଢେଇ କରିବା ଆରମ୍ଭ କରେ , ଆପଣ ଅନୁମାନ ଲଗାଇ ପାରିବେନି କଣ ବିତେ ସେ ପରିବାର ଉପରେ ।

ଏମିତି ଏକ ଘଟଣା ବିଷୟରେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ଚାହିଁଲେ ମଧ୍ୟ ବିଶ୍ବାସ କରିପାରିବେନି , କିନ୍ତୁ ଦୁନିଆର ସବୁଠାରୁ କଷ୍ଟଦାୟକ ଶବ୍ଦ ହେଉଛି ଅପ୍ରିୟ ସତ୍ୟ ।

ଆମ ସମାଜରେ ପ୍ରତିଦିନ ପିଲାମାନେ ଜନ୍ମଗ୍ରହଣ କରୁଥିବାର ଆପଣମାନେ ଜାଣିଥିବେ । ସେମାନଙ୍କ ମଧ୍ୟରୁ ଏମିତି କିଛି ପିଲା ଅଛନ୍ତି ଯେଉଂମାନେ କି ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାନ୍ତି ଏବଂ ଦେଖିବାକୁ ବହୁତ ବିଚିତ୍ର ହୋଇଥାନ୍ତି ।

କେତେବେଳେ ପିଲାଟି ଜନ୍ମରୁ କୌଣସି ରୋଗ ବା ବିକଳାଙ୍ଗ ହୋଇ ଜନ୍ମ ହେଉଥିବା ବେଳେ ଅନ୍ୟ କେତେକ ସମୟରେ ପିଲା ଜନ୍ମ ହୋଇ ସାରିବା ପରେ ପିଲାର ଶରୀରରେ ଏକ ମାରାତ୍ମକ ରୋଗ ଦେଖା ଦେଇଥାଏ ,ଯାହା ପାଇଁ ପିଲାର ଶରୀରର ବିକଳାଙ୍ଗ ହୋଇଯାଏ । ସେହିପରି ଗୋଟିଏ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ।

ଜନ୍ମରୁ ଅନ୍ଧ ଦମ୍ପତି ନିଜ ଜୀବନ ସହିତ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଶିଶୁକୁ 12 ମାସ ହେବା ପରେ ପିଲାଟି ଖେଳୁଖେଳୁ ତଳେ ପଡିଯାଇ ମୁଣ୍ଡ ମାଡ ହୋଇଯାଇଥିଲା । କିଛିଦିନ ପରେ ଶିଶୁର ଆଖିକୁ ଆଉ ଦେଖାଗଲା ନାହିଁ ଡାକ୍ତରଙ୍କ ଚିକିତ୍ସା ପରେ ମଧ୍ୟ ଶୁଶୁଟି ଆଉ ଦେଖି ପାରିଲା ଏବଂ ଆଜି ଝିଅଟିର ଗୋଟିଏ ଆଖି କ୍ୟାନସରରେ ପିଡିତ ।ଶିଶୁଟିର ବୟସ ଏବେ 16 ମାସ । 16 ମାସର ଶିଶୁକନ୍ୟା ଆଖିରେ କ୍ୟାନସର ତେଣୁ ଦୁଇ ଦିବ୍ୟାଙ୍ଗ ଦମ୍ପତି ଶିଶୁର ଚିକିତ୍ସା ପାଇଁ ସାହାଯ୍ୟର ନିବେଦନ କରିଛନ୍ତି । ତେଣୁ ଆପମଙ୍କୁ ବିନମ୍ର ନିବେଦନ ଯଦି ଆପଣ କିମ୍ବା ଆପଣ ମାନଙ୍କର ସାମାଜିକ ସଂଙ୍ଗଠନ ପକ୍ଷରୁ ଛୋଟିଆ ଛୋଟିଆ ସାହାଯ୍ୟ କରିପାରିବେ ତାହେଲେ ନିଶ୍ଚିତ ଭାବରେ ଶିଶୁଟିର ଆଖି ଭଲ ହୋଇ ତିନୋଟି ଜୀବନର ଆଲୋକବର୍ତ୍ତିକା ପାଟଳନ୍ତା । ତେଣୁ ଆପଣ ମାନେ ନିମ୍ନ ଯୋଗାଯୋଗ ନମ୍ବରେ ସହାୟତାରେ ନିଜ ସକ୍ଷମ ଅନୁସାୀରେ ସେମାନଙ୍କୁ ସାହାଯ୍ୟ କରନ୍ତୁ ଏତିକି ଆପଣଙ୍କୁ ଆମର ବିନମ୍ର ଅନୁରୋଧ ।

ସ୍ସାମୀ – ଅଶୋକ କୁମାର ନାୟକ
ସ୍ତ୍ରୀ – ସୁମିତ୍ରା ନାୟକ
ଶିଶୁକନ୍ୟା – ପୂଜାର୍ଚ୍ଚନା ନାୟକ
ଆକାଉଣ୍ଡ ନମ୍ବର ନାହିଁ ,ଯାହା ଦେବେ ଆପଣ ମାନେ ଅଶୋକ ନାୟକଙ୍କ ମୋବାଇଲ ନମ୍ବର -8456079606 ରେ ଯୋଗାଯୋଗ କରି ତାଙ୍କୁ ସହାୟତା କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।