ଆସନ୍ତୁ ଜାଣିବା ମିହିର ଦାସ ( Mihir Dash ) ଙ୍କର ସମ୍ପତି ଓ ପରିବାର ବିଷୟରେ ଲୁଚି ରହିଥିବେ କିଛି ଅଜଣା କଥା ! ତାଙ୍କର ଅତୀତ ଘଟଣା ଶୁଣିଲେ ଆଖିରୁ ଲୁହ ଆସିଯିବ?

ଆମ ଅଲିଉଡ ଇଣ୍ଡଷ୍ଟ୍ରି ରେ କାମ କରୁଥିବା କଳାକାର ମାନଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ସେମାନଙ୍କର ପର୍ସନାଲ ତଥା ପ୍ରଫେସନାଲ୍ ଲାଇଫ୍ କଥା ମଧ୍ୟ ଆପଣ ମାନେ ଅଳ୍ପେ ବହୁତ ଜାଣିଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନେ ସେମାନଙ୍କ ଚେଷ୍ଠା, ନିଷ୍ଠା ତଥା ପରିଶ୍ରମ ଦ୍ବାରା ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି ଏବଂ ଇଣ୍ଡଷ୍ଠ୍ରିକୁ ମଧ୍ୟ ବହୁତ ଆଗକୁ ନେଇ ପାରିଛନ୍ତି । ତେବେ ଆଜି ଆମେ ସେହି ଓଡିଆ ଇଣ୍ଡଷ୍ଟ୍ରି ଦୁନିଆରେ କାମ କରୁଥିବା ମିହିର ଦାସଙ୍କ ବିଷୟରେ କିଛି ଅଜଣା କଥା କହିବୁ ।

ଅଲିଉଡ ,ବଲିଉଡ ତଥା ଟିଭି ସିରିଏଲ୍ ର ଅଭିନେତ୍ରୀ ଅଭିନେତା ମାନେ ସବୁବେଳେ ନିଜର କାର୍ଯ୍ୟପାଇଁ ଚର୍ଚ୍ଚାରେ ରହିଥାନ୍ତି । ଆପଣ ମାନେ ଅଲିଉଡର ସୁପରଷ୍ଟାର, ଦିଗଜ୍ଜ ତଥା ଅଲିଉଡ ଅଲରାଉଣ୍ଡର ଅଭିନେତା ମିହିର ଦାଶଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ ।

ଅବିଉଡର ସବୁଠୁ ଲୋକପ୍ରିୟ ଅଭିନେତା ଅଟନ୍ତି ମିହିର ଦାଶ । ଯୁବକ ଠାରୁ ଆରମ୍ଭ କରି ବୃଦ୍ଧ ହେବା ପର୍ଯ୍ୟନ୍ତ ସେ ତାଙ୍କର ଅଭିନୟ ଜାରି ରଖିଛନ୍ତି । ତାଙ୍କ ସିନେମା ଦେଖିବା ପାଇଂ ଲୋକ ମାନଙ୍କର ଗୋଟିଏ ଅଲଗା ପ୍ରକାର ଇଚ୍ଛା ତଥା ଆକାଂକ୍ଷା ରହିଥାଏ । ପ୍ରାୟ ସୁପରହିଟ ଫିଲ୍ମ ମାନଙ୍କରେ ତାଙ୍କର ଜବରଦସ୍ତ କମେଡି ମଧ୍ୟ ଦେଖିବା ପାଇଁ ମିଳିଥାଏ ,ଏହା ସହିତ ସବୁ ଫିଲ୍ମରେ ତାଙ୍କର ସୁପରହିଟ ଅଭିନୟ ମଧ୍ୟ ଦେଖିବାକୁ ମିଳେ ।

ଅନେକ ଫିଲ୍ମରେ ନିଜର ଅନେକ ପ୍ରକାର କଳା ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ଖୁବ୍ ମନ ଜିତି ଥାନ୍ତି । ତାଙ୍କ ଅଭିନୟ ପାଇଁ ସେ ଅଲିଉଡ ଇଣ୍ଡଷ୍ଟ୍ରିରେ ସବୁବେଳେ ଚର୍ଚ୍ଚିତ ଥାଆନ୍ତି । ସେ ନିଜ କ୍ୟାରିୟର ଆରମ୍ଭରୁ ହିଁ ଇଣ୍ଡଷ୍ଟ୍ରିକୁ ବହୁତ ସୁପରହିଟ ଦେଇଛନ୍ତି , ନିଜ ଡାଇଲଗ୍ ଅଭିନୟ ତଥା ନିଜର କ୍ୟାରେକ୍ଟର ପାଇଁ ସେ ଜଣେ ବହୁ ଚର୍ଚ୍ଚିତ ଓ ଲୋକପ୍ରିୟ କଳାକାର । ଆଜି ଆମେ ମିହିର ଦାଶଙ୍କ ସଂପତି କେତେ ଜାଣିବା ଚାଲନ୍ତୁ ।

ଲୋକପ୍ରିୟ ଅଭିନେତା ମିହିର ଦାଶ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋିଥିଲେ କିନ୍ତୁ କଟକ ରେ ରୁହନ୍ତି । ମିହିରଙ୍କ ସ୍ତ୍ରୀଙ୍କ ନାମ ସଂଙ୍ଗୀତା ଦାସ । ସଙ୍ଗୀତା ଜଣେ ସିଙ୍ଗର ଓ ଅବିନେତ୍ରୀ ଏବଂ ତାଙ୍କର ପୁଅ ଅମ୍ଳାନ ଦାସ , ସେ ମଧ୍ୟ ବହୁତ ଭଲ ଅଭିନୟ କରନ୍ତି । ଅଭିନେତା ମିହିର ଦାଶ 1980 ମସିହାରେ ଅଲିଉଡ ଜଗତରେ ପାଦ ଦେଇଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ସେ ଅଲିଉଡ ଜଗତରେ 40 ବର୍ଷ ବିତାଇ ସାରିଲେଣି ।

 ସେ ଉଭୟ ନାୟକ ଏବଂ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ମିହିରଙ୍କୁ ଏବେ 54ବର୍ଷ ପୂରିଲାଣି ଏବଂ ସେ ଆଜି ପର୍ଯ୍ୟନ୍ତ 140-150 ଟି ଫିଲ୍ମ କରିସାରିଲେଣି । ଗୋଟିଏ ପିଲ୍ମ କରିବା ପାଇଁ ମିହିର ଦାଶ 4-6 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।