ଓଡିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଶାଶୁ ଘରେ ବୋହୂ ନୁହେଁ ଚାକରାଣୀ !ଶେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ…ଏବଂ କମେଣ୍ଟ କରନ୍ତୁ ଏହି ନିୟମ ଠିକି କି ?

ଯୁଗ ବଦଳୁଛି ଆଉ ଯୁଗ ବଦଳିବା ସହିତ ମଣଷର ବିଚାର ତଥା ଚିନ୍ତାଧାରା ବଦଳୁଛି କିନ୍ତୁ ସତ କହିବାକୁ ଗଲେ ଆମ ଦେଶ ତଥା ଦୁନିଆ ଯେତେ ପ୍ରଗତି ଆଡକୁ ଯାଉଛି ଜଟିଳତା ସେତେ ଅଧିକ ବଢୁଛି । ଆପଣ ମାନେ ଅନେକ ସମୟରେ ଆମର ମାନ୍ୟବର ହାଇକୋର୍ଟଙ୍କ ଭିନ୍ନ ଭିନ୍ନ ଚକିତ କରିବା ଭଳି ରାୟ ବା ନିଷ୍ପତି ବିଷୟରେ ଶୁଣିଥିବେ । ତେବେ ବେଳେବେଳେ ଆମ ଦୁନିଆରେ ଏମିତି କିଛି ଘଟଣା ବା ଖବର ଶୁଣିବାକୁ ବା ଜାଣିବାକୁ ପାଇଥାଉ ଯାହାକି ବିଶ୍ବାସ ଯୋଗ୍ୟ ହୋଇନଥାଏ ।

ଆମ ସମାଜରେ ବିବାହ ହେଉଛି ଗୋଟିଏ ପବିତ୍ର ବନ୍ଧନ ହୋଇଥାଏ । କିନ୍ତୁ ପ୍ରାୟତଃ ବର୍ତ୍ତମାନ ସମୟରେ ପ୍ରତିଦିନ ଦେଖିବାକୁ ମିଳିଥାଏ ଯେ କେମିତି ଶାଶୁ ଘରେ ବୋହୂଙ୍କୁ ନିର୍ଯ୍ୟାତନା ଦିଆଯାଉଛି ,ଏହା ସହିତ ସେମାନଙ୍କୁ ମାରି ଦିଆଯାଉଛି ।

କେତେବେଳେ ଶାଶୁ ଘର ଲୋକମାନେ ମିଶି ବୋହୂ ଉପରେ ପେଟ୍ରାଲ ଢାଲି ଜାଳି ଦେଉଛନ୍ତି ତ ପୁଣି କେତେବେଳେ ମାନସିକ ଶାରିରୀକ ତଥା ଯୌତୁକ ଭଳି ଏକ ଅମାନବୀୟ ନିର୍ଯ୍ୟାତନା ଦେଉଛନ୍ତି ।ତେବେ ଏହି ସବୁ ଘଟଣାରେ ନ୍ୟାୟ ପାଇବା ପାଇଁ ବୋହୂଟି ଆସିଥାଏ ନ୍ୟାୟଳୟକୁ ଏବଂ ଆମର ମାନ୍ୟବର କୋର୍ଟ ବା ନ୍ୟାୟଳୟ ମଧ୍ୟ ସମସ୍ତଙ୍କୁ ସମାନ ନ୍ୟାୟ ପ୍ରଦାନ କରିଥାନ୍ତି । ମାନ୍ୟବର ହାଇକୋର୍ଟ ଦୁଇ ପକ୍ଷକୁ ମଝିରେ ରଖି ନିଷ୍ପତି ଗ୍ରହଣ କରିଥାନ୍ତି ,ଯାହାକି ସମାଜରେ ଗ୍ରହଣୀୟ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ହାଇକୋର୍ଟ ଙ୍କ ସେମିତି ଏକ ଘଟଣାର ରାୟ ବିଷୟରେ ଜଣାଇବାକୁ ଯାଉଛୁ । ବର୍ତ୍ତମାନ ସେହିଭଳି ଏକ ରାୟ କୋର୍ଟ ଶୁଣାଇ ଶାଶୁଘରେ ବୋହୂକୁ ତାର ଅଧିକାର ସାବ୍ୟସ୍ତ କରିବା ସହ ନିଜର ସମାନତାକୁ ବଜାୟୀ ରଖିବା ପାଇଁ ରାୟ ଶୁଣାଇଛନ୍ତି ।

ଯେଉଂଥିରେ ସେ ଉଲ୍ଲେଖ କରିଛନ୍ତି, କୌଣସି ପରିସ୍ଥିତିରେ ବୋହୂକତୁ ଶାଶୁଘରେ କ୍ରୀତଦାସ ଭାବରେ ବ୍ୟବହାର କରାଯାଇ ପାରିବ ନାହିଁ । ଶାଶୂ ଘରେ ବୋହୂକୁ ମାନବିକ ସମବେଦନା ମିଳିବା ଆବଶ୍ୟକ ,ଏଭଳି ଏକ ନିଷ୍ପତି ମାନ୍ୟବର ଓଡିଶା ହାଇକୋର୍ଟ ଏକ ବଧୂ ନିର୍ଯ୍ୟାତନାରେ ଶୁଣାଇଛନ୍ତି । 2015ରେ ଢେଙ୍କାନାଳ ଅଞ୍ଚଳରେ ଏକ ବିବାହରେ ଯୁବତୀଙ୍କ ବାପା ପୁଅଘରକୁ 5ଲକ୍ଷ ଟଙ୍କା 20 ଭରି ସୁନା ଏବଂ ଅନ୍ୟାନ୍ୟ ଯାବତୀୟ ଜିନିଷ ସବୁ ଯୌତୁକରେ ଦେଇଥିଲେ ।

ଆଉ ବିବାହ 2ବର୍ଷ ପରେ ଅଧିକ ଯୌତୁକ ମାଗି ଯୁବତୀଙ୍କୁ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା । ଏହାପରେ ଯୁବତୀ କୋର୍ଟର ଦ୍ବାରସ୍ଥ ହୋଇଥିଲେ ଏବଂ କୋର୍ଟ ମାମଲାର ଶୁଣାଣି କରି ଏହି ନିଷ୍ପତି ନେଇଥିଲେ ଯେ ଶାଶୁଘରେ ବୋହୂ କ୍ରୀତଦାସ ହୋଇ ରହବି ନାହିଁ ,ବରଂ ସମ୍ମାନର ସହିତ ବଞ୍ଚିବାର ଅଧିକାର ପାଇବା ଦରକାର ଏବଂ ପୁଅ ଭଳି ବୋହୂର ମଧ୍ୟ ଶାଶୁଘରେ ସମାନ ଅଧିକାର ରହିଛି । ତେବେ ଯୌତୁକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇଥିବା ହେତୁ କୋର୍ଟ ମହିଳାଙ୍କ ସ୍ବାମୀ ଏବଂ ପରିବାର ଲୋକଙ୍କୁ ଗିରଫ କରିବା ପାଇଁ ଆଦେଶ ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।