Jyotisha Shastr- ଅନୁସାରେ ସକାଳୁ ଉଠି ଏହି ( ୫ଟି ଜିନିଷ ) ଦେଖିଲେ | ଅତ୍ୟନ୍ତ ଶୁଭ ଆପଣ ଦେଖିଛନ୍ତି କି ଏହି ସବୁ ଜିନିଷ ?

ଯଦି ଆପଣ ମାନେ ସକାଳୁ ଉଠିଲା ପରେ କୌଣସି ସକାରାତ୍ମକ ସ୍ୱର ଶୁଣନ୍ତି କିମ୍ବା ଦେଖନ୍ତି ତେବେ ଆପଣଙ୍କ ସମ୍ପୂର୍ଣ୍ଣ ଦିନଟି ଶୁଭମୟ ହୋଇଥାଏ ।ତେବେ ସେହି ସକାରତ୍ମକ ଜିନିଷଗୁଡିକ ହେଉଛି, ଯଦି ଆପଣ ସକାଳ ଉଠୁ ଉଠୁ ଶଙ୍ଖ,ଘଣ୍ଟି,ଭୋଜନ ସଙ୍ଗୀତ ଆଦିର ସ୍ୱର ଶୁଣିବାକୁ ମିଳିବାକୁ ଥାଏ ,ତେବେ ଆପଣଙ୍କ ଦିନଟି ଶୁଭମୟ ହେଇଥାଏ ।ଯଦି ଆଖି ଖୋଲୁ ଖୋଲୁ ସର୍ବ ପ୍ରଥମେ ଦହି କିମ୍ବା କ୍ଷୀର ଭର୍ତ୍ତି ଗ୍ଲାସ୍ ଉପରେ ନଜର ପଡେ ତାହେଲେ ଶୁଭ ହେଇଥାଏ ।

ଯଦି ସେହି ଦିନ କିଛି ମଙ୍ଗଳ ମୟ କାର୍ଯ୍ୟ କରିବାକୁ ଯାଉଛନ୍ତି କିମ୍ବା କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତେବେ ସେହି କାର୍ଯ୍ୟଟି ମଧ୍ୟ ଶୁଭଫଳ ଆଣିଦେଇଥାଏ ।ଏପରି ଅନେଏ କଥା ରହିଛି ଯାହା ଆପଣଙ୍କୁ ଶୁଭ ସଙ୍କେତ ଆଣିଦେବ ।ତେବେ ଚାଲନ୍ତୁ ଜାଣିବା ସକାଳୁ ଉଠି କେଉଁ ସବୁ ଜିନିଷ ଦେଖିଲେ କିମ୍ବା ଶୁଣିଲେ ଦିନଟି ଶୁଭ ହେଇଥାଏ-

1-ଯଦି ସକାଳୁ କୌଣସି ଭିକାରୀ ଆପଣଙ୍କ ଘରକୁ ଆସନ୍ତି ତ ଆପଣ ବୁଝିଯାଆନ୍ତୁ ଯେ ଆପଣ ଉଧାର ଦେିଥିବା ଧନ ଖୁବ୍ ଶୀଘ୍ର ଫେରିପାଇବେ ।ତେଣୁ ଭିକାରୀକୁ ଦେଖି କେବେବି ଅସ୍ତବ୍ୟସ୍ତ ହୁଅନ୍ତୁ ନାହିଁ।ଡରି ଯାଆନ୍ତୁ ନାହିଁ ବା ରାଗି ଯାଆନ୍ତୁ ନାହିଁ ।ଏହା ଆପଣଙ୍କୁ ଶୁଭଫଳ ଦେଇଥାଏ ।ଆପଣଙ୍କ ଦିନଟିକୁ ମଙ୍ଗଳମୟ କରିଥାଏ ।

ତେଣୁ ସକାଳୁଉଠି ଭିକାରୀକୁ ଦେଖି ଆପଣ ଖୁସି ହୋଇଯାଆନ୍ତୁ,ଆପଣ ଉଧାର ବା ଧାର୍ ଦେଇଥିବା ଜିନିଷ ଆପଣଙ୍କୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି।
2-ଯଦି ଆପଣ କୌଣସି କାର୍ଯ୍ୟରେ ଘରୁ ବାହରକୁ ଯାଉଥିବା ବେଳେ ଆପଣଙ୍କ ସାମ୍ନାରେ କୌଣସି ସୁହାଗିନୀ ନାରୀ କିମ୍ବା ଗାଈ ଆସିଯାଆନ୍ତି ତେବେ କାର୍ଯ୍ୟରେ ସମ୍ପୂର୍ଣ୍ଣ ସଫଳତା ମିଳିଥାଏ ।ଆପଣଙ୍କ ଅଟକି ଯାଇଥିବା କାମରେ ସଫଳତା ମିଳିଥାଏ ।କାର୍ଯ୍ୟରେ ସମ୍ମାନ ମିଳିବ ।

3-ଯଦି ଆପଣଙ୍କ ସାମ୍ନାରେ ସେହିପରି କୌଣସି ବ୍ୟକ୍ତି ଗୁଡ ନେଇ ଯାଉଥିବାର ଦେଖୁଥିବେ ତ ବୁଝିଯାଆନ୍ତୁ ଯେ ଆପଣଙ୍କ କାର୍ଯ୍ୟଟି କିମ୍ବା ଆପଣଙ୍କ ଦିନଟି ବହୁତ ଲାଭଦାୟକ ହେବ ।ଯାହା ଆପଣଙ୍କୁ ସଫଳତାର ରାସ୍ତା ଦେଖେଇବ ଏବଂ ଆପଣଙ୍କ ସବୁ କାର୍ଯ୍ୟରେ ସଫଳତା ଆଣିଦେବା ସହିତ ବହୁତ ଶୁଭ ମଧ୍ୟ ହେଇଥାଏ ।

4- ରାସ୍ତାରେ ଯାଉଥିବା ବେଳେ କୌଣସି ସ୍ତ୍ରୀ କିମ୍ବା ପୁରୁଷ କ୍ଷୀର ବାପାଣି ପାତ୍ର ନେଉଥିବାର ଦେଖିବେ ତ ତାହା ଶୁଭ ସଙ୍କେତ ଦେଉଛି ବୋଲି ଜାଣିପାରିବେ ।ଆପଣଙ୍କ ଦିନଟି ଭଲରେ ଯିବ । ରାସ୍ତାରେ କୌଣସି ବାଧାବିଘ୍ନ ଆସିବ ନାହିଁ ।

5- ରାସ୍ତାରେ କୌଣସି ଛୋଟ ପିଲା କିମ୍ବା କୌଣସି ବ୍ୟକ୍ତି ଫୁଲ ଫଳ ବିକୁଥିବାର ଦେଖିବେ ତଆପଣଙ୍କୁ ନିସନ୍ଦେହି ପ୍ରାପ୍ତି ହେବ ।ଆପଣ ବୁଝିଯାଆନ୍ତୁ ଯେ ଆପଣଙ୍କ ସମ୍ପୂର୍ଣ୍ଣ ଦିନଟି ଶୁଭ ଏବଂ ମଙ୍ଗଳମୟ ହେବ ।ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ ।

ଆପଣମାନେ ଯଦି ଏହି ପାଞ୍ଚଟି ଜିନିଷ କୁ ଦେଖିଥାଆନ୍ତି କିମ୍ବା ଶୁଣିବାକୁ ପାଇଥାଆନ୍ତି ତେବେ ଶୁଭ ମାନା ଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।