ମେଡିକାଲରେ ୪ ବର୍ଷର ଛୋଟ ଛୁଆ ନିଜେ ଠେଲି ଠେଲି ଷ୍ଟ୍ରେଚରକୁ ନେଇ ଯାଉଛି, କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ! ଦୟାକରି ଏହି ପିଲା ପାଇଁ ଗୋଟିଏ ସେୟାର କରନ୍ତୁ….

ଆଜି ଆମେ ଆପଣ ମାନଙ୍କୁ ଏମିତ ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମନେ ଭାବିବେ କି ସମାଜରେ ମାନବିକତା ଭଳି ଗୋଟିଏ କଥା ଆଉ ନାହିଁ , କାରଣ ନିଜର ସ୍ୱାର୍ଥ ପାଇଁ ଲୋକମାନେ ଏମିତି କରିବା କେତେଦୂର ଠିକ ତାହା କେହି ବୁଝିପାରୁନାହାନ୍ତି । ଏମିତି କହିବାର ଅର୍ଥ ଏହା କି ଏବେ ସେହିପରି ଏକ ମାମଲା ଆମ ମାନଙ୍କ ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଇଛି କି ଜଣେ ଛୋଟ ପିଲାଟି ନିଜର ପରିବାର ଲୋକଙ୍କୁ ଡାକ୍ତରଙ୍କ ପାଖକୁ ନେବା ପାଇଁ ଷ୍ଟେଚରକୁ ଠେଲି ଠେଲି ନେଇ ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ସଂପର୍କରେ କହୁଛୁ ତାହା ହେଉଛି ଦେବରୀୟା ଜିଲ୍ଳାର ସ୍ୱାସ୍ଥ୍ୟ କେନ୍ଦ୍ରର , ଯେଉଁଠାରେ ଜଣେ ମହିଳା ଓ ତାହାର 4 ବର୍ଷର ପୁଅ ନିଜ ପରିବାରର ଜଣେ ବୟସ୍କ ପରିଜନକୁ ଷ୍ଟ୍ରେଚର ମାଧ୍ୟମରେ ଠେଲି ଠେଲି ନେଇ ଯିବାର ଦେଖିବାକୁ ମିଳୁଛି । ପିଲାଟିର ମା ଟି ଆଗପଟୁ ସେହି ଷ୍ଟେଚରକୁ ଟାଣୁଥିବା ସମୟରେ ପିଲାଟି ପଛପଟୁ ତାହାକୁ ଠେଲି କରି ନେଉଛି ।

ସୂଚନା ଯୋଗ୍ୟ କି ବରେଲୀ ଜିଲ୍ଳାର ବରହଜ ଥାନା ନିକଟସ୍ଥ ଗୌରା ଗ୍ରାମରେ ଛେଦୀ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଗ୍ରାମ ଲୋକମାନଙ୍କର କିଛି ଝଗଡା ହୋଇଥିଲା । ତାହା ପରେ ଗ୍ରାମର ଲୋକମାନେ ଛେଦୀ ଯାଦବକୁ ବହୁତ ମାରିଥିଲେ ଯେଉଁଥିପାଇଁ ତାର ଗୋଡ ହାତରେ ବହୁତ ଖଣ୍ଡିଆ ଖାବରା ହୋଇଥିଲା । ଏପରି ଘଟଣା ଘଟିବା ପରେ ଛେଦୀ ଯାଦବର ଘର ଲୋକମାନେ ପୋଲିସ ପାଖକୁ ଯାଇ ଅଭିଯୋଗ ଦେଇଥିଲେ ମାତ୍ର ପୋଲିତ ତାଙ୍କର ଅଭିଯୋଗର କିଛି ପ୍ରତିକ୍ରିୟା ନରଖି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଦେଇଥିଲେ ।

 ତେବେ ହସପିଟାଲରେ ଭର୍ତ୍ତି କରିବ ପରେ ପ୍ରତ୍ୟେକ ଦିନ ତାଙ୍କର କ୍ଷତ ଜାଗାରେ ପଟି ବନ୍ଧା ଯାଇଥାଏ ଏବଂ ସେହି ହସ୍ପିଟାଲର କର୍ମଚାରୀ ମାନେ ସେହି ବ୍ୟକ୍ତିଙ୍କୁ ଷ୍ଟେଚରରେ ପକେଇ ନେଇ ଯାଆନ୍ତି । ମାତ୍ର ସେଦିନ କେହି ହେଲେ ମଧ୍ୟ ଆସିଲେ ନାହିଁ ତେଣୁ ବାଧ୍ୟ ହୋଇ ସେହି ମହିଳା ଏବଂ ଛୋଟ ପିଲାଟି ସେହି ବୃଦ୍ଧ ଷ୍ଟେଚରରେ ପକେଇ ଠେଲି କରି ନେଇଯାଇଥିଲେ ପଟି ବାନ୍ଧିବା ପାଇଁ ।

ଏହିପରି ଏକ ଭିଡିଓ ଭାଇରାଲ ହେବା ପରେ ଦେବଋୟା ଜିଲ୍ଳା ଅଧିକାରୀଙ୍କ ତରଫରୁ ଟ୍ୱିଟ କରି କୁହାଯାଇଛି କି ଏହି ମାମଲାର ତଦନ୍ତ କରାଯାଇଛି ଏବଂ ବହୁତ ଶୀଘ୍ର ଏହା ଉପରେ ଶକ୍ତ କାର୍ଯ୍ୟାନୁଷ୍ଟାନ ମଧ୍ୟ ଗ୍ରହଣ କରାଯିବ । ଏହା ସହିତ ସେହି ଦୋଷୀ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଟାନ ମଧ୍ୟ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।