ପାଣ୍ଡବ ମାନେ ଗୋଟିଏ ରାତିରେ ନିର୍ମାଣ କରିଥିଲେ ଏହି ଶିବ ମନ୍ଦିର ! ମନରେ ଭକ୍ତିଥିଲେ ଲେଖନ୍ତୁ ଓଁ ନମଃ ଶିବାୟ ,24 ଘଣ୍ଟାରେ ସବୁ ମନସ୍କାମନା ପୂର୍ଣ୍ଣ ହେବ….

ମହାଦେବଙ୍କର ମହିମା ଅପାର , ଭକ୍ତ ତାଙ୍କୁ କିଛି ମାଗିଲେ ଭୋଳାନାଥ ଭକ୍ତଙ୍କର ମନବାଞ୍ଚା ନିଶ୍ଚିତ ରୂପରେ ପୂରଣ କରିଥାନ୍ତି । ତେଣୁ କରି ଭାରତର ପ୍ରତ୍ୟେକ ସ୍ଥାନରେ ମହାଦେବଙ୍କର ମନ୍ଦିର ଦେଖିବାକୁ ମିଳିଥାଏ । ମହାଦେବଙ୍କର ସେହିପର ଏକ ମନ୍ଦିର ରହିଛି ମହାରାଷ୍ଟ୍ରର ମୁମ୍ବାଇ ନିକଟରେ । ଏହି ମନ୍ଦିରର ନାମ ହେଉଛି ଅମରନାଥ ମନ୍ଦିର । ଏଠରେ ମହାଦେବଙ୍କୁ ଅମରେଶ୍ୱର ନାମରେ ପୂଜା କରାଯାଇଥାଏ ।

ମନ୍ଦିରରୁ ମିଳିଥିବା ଶିଳାନ୍ୟାସ ଅନୁସାରେ ଏହି ମନ୍ଦିରର ନିର୍ମାଣ 1060 ମସିହାରେ ରାଜା ରାମବାଣୀ କରିଥିଲେ । ଏହି ମନ୍ଦିରକୁ ପାଣ୍ଡବକାଳୀନ ମନ୍ଦିର ମଧ୍ୟ କୁହାଯାଏ । ମନ୍ଦିର ବିଷୟରେ କୁହାଯାଏ କି ବିଶ୍ୱାରେ ଏପରି ମନ୍ଦିର ଆଉ କେଉଁଠି ହେଲେ ମଧ୍ୟ ନାହିଁ । ଅମରନାଥ ମନ୍ଦିର ଅଲଇଣ୍ଡିଆ ସ୍ଥାପିତ କଳା ପାଇଁ ପ୍ରସିଦ୍ଧ ।

11 ତମ ଶତାବ୍ଧୀରେ ନିର୍ମିତ ଏହି ମନ୍ଦିର ବାହାରେ ନନ୍ଦିର ଦୁଇଟି ମୂର୍ତ୍ତି ରହିଛି । ମନ୍ଦିରରେ ପ୍ରବେଶ ପାଇଁ 3 ଟି ମୁଖ୍ୟ ଦ୍ୱାର ରହିଛି । ଭିତରକୁ ଯିବା ପାଇଁ ପ୍ରଥମେ ସଭା ମଣ୍ଡପ ପଡେ । ତାପରେ 9 ଟି ପାହାଚ ତଳକୁ ୱହ୍ଲାଇ ଗର୍ଭ ଗୃହକୁ ଯିବାକୁ ପଡେ । ମନ୍ଦିରର ମୁଖ୍ୟ ଶିବ ଲିଙ୍ଗରେ ତିନୋଟି ମୂର୍ତ୍ତି ରହିଛି । ଆଗରେ ଜଣେ ନାରୀ ରହିଛନ୍ତି ଯାହା ଶିବ ପାର୍ବତୀଙ୍କର ରୂପ ଦର୍ଶାଇଥାଏ । ଶୀର୍ଷ ସୀମାରେ ଶିବ ମୃତ ମୁଦ୍ରାରେ ରହିଛନ୍ତି ।

ମନ୍ଦିରର ଗର୍ଭ ଗୃହ ନିକଟରେ ଗରମ ପାଣିର ଏକ କୁଣ୍ଡ ମଧ୍ୟ ରହିଛି । ମୁଣ୍ଡ ପାଖରେ ଏକ ଗୁମ୍ଫା ମଧ୍ୟ ରହିଛି କୁହାଯାଏ କି ଏହି ଗୁମ୍ଫାର ରାସ୍ତା ପଞ୍ଚବଟୀ ପର୍ଯ୍ୟନ୍ତ ଯାଇଛି । ୟୁନେସ୍କୋ ମଧ୍ୟ ଐତିହାସିକ ଅମରନାଥ ମନ୍ଦିରକୁ ସାଂସ୍କୃତିର ଐତିହ୍ୟ ମନ୍ଦିର ବୋଲି ଘୋଷଣା କରିଛି ।

ପଲଧାନ ନଦୀ ତଟରେ ସ୍ଥିତ ଏହି ମନ୍ଦିରର ଚାରିପଟେ ଆମ୍ବ ଏବଂ ତେନ୍ତୁଳି ଗଛ ଘେରି ରହିଛି । ମନ୍ଦିର ଭିତରେ ଏବଂ ବାହାରେ କମସେକମ ବ୍ରହ୍ମ ଦେବଙ୍କର ଆଠଟି ମୂର୍ତ୍ତି ରହିଛି । ମନ୍ଦିର ଆଖ ପାଖରେ ମଧ୍ୟ ବ୍ରହ୍ମ ଦେବଙ୍କର ଅନେକ ମୂର୍ତ୍ତି ରହିଛି । ଏଥିରୁ ଜଣାଯାଏ କି ପୂର୍ବରୁ ଏଠାରେ ବ୍ରହ୍ମ ଦେବଙ୍କର ଉପାସନା ହେଉଥିଲା ।

ଶିବରାତ୍ରୀ ଅବସରରେ ଏଠାରେ ମେଳାର ଆୟୋଜନ ହୋଇଥାଏ । ଏହି ମେଳା 3 ରୁ 4 ଦିନ ଧରି ଚାଲିଥାଏ । ସେହି ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ ହୋଇଥାଏ । କୁହାଯାଏ ଅଜ୍ଞାତ ବାସ ସମୟରେ ପାଣ୍ଡବମାନେ କିଛି ବର୍ଷ ଅମରନାଥ ଠାରେ ବିତାଇଥିଲେ ।

ସେହି ସମୟରେ ସେମାନେ ବିରାଟ ପଥରରେ ଗୋଟିଏ ରାତିରେ ଏହି ମନ୍ଦିର ନିର୍ମାଣ କରିଥିଲେ । ପରେ କୌରବ ମାନେ ଲଗାତାର ପିଛା କରିବାରୁ ସେମାନେ ଏହି ସ୍ଥାନ ଛାଡିକରି ପଲେଇ ଯାଇଥିଲେ । ଯେଉଁଥିପାଇଁ ମନ୍ଦିରର କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନଥିଲା । ବର୍ଷ ବର୍ଷ ଧରି ଖରା ବାତ୍ୟା ମାଡ ଖାଉଥିଲେ ମଧ୍ୟ ଏହି ମନ୍ଦିର ଛିଡା ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।