ସ୍ତ୍ରୀ ଥାଇ ସଉତୁଣୀ ଆଣିବାର ସଉକ ଛାଡ଼ିଲା : ଥାନା ଆଗରେ ସ୍ୱାମୀଙ୍କୁ ନିର୍ଧୁମ ପିଟିଲେ ପ୍ରଥମ ସ୍ତ୍ରୀ ଓ ପରିବାର, ଭିଡ଼ିଓ ଭାଇରାଲ୍… ଆପଣ ମତରେ ମହିଳା ଜଣଙ୍କ ଯାହା କଲେ ଠିକି କି ?

ବିବାହ ହେଉଛି ଏକ ପବିତ୍ର ବନ୍ଧନ , ଏହି ବନ୍ଧନ ସମସ୍ତଙ୍କ ମନରେ ଏକ ନୂତନ ଆଶା ଜାଗ୍ରତ କରିଥାଏ । ଏହା ଦ୍ୱାରା ଦୁଇ ଆତ୍ମାର ମିଳନ ହୋଇଥାଏ ଏବଂ ଦୁହେଁ ଦୁହିଁଙ୍କ ପାଇଁ ସାତ ଜନ୍ମର ସାଥୀ ହେବାର କଥା ଦେଇଥାନ୍ତି । ମାତ୍ର ଏବେକା ସମୟରେ ଆଉ ସେମିତି କିଛି ଦେଖିବାକୁ ମିଳୁନାହିଁ ତେବେ ସମସ୍ତଙ୍କର କଥା ଠିକ ନୁହେଁ ମାତ୍ର ଅନେକ ସମୟରେ ଦେଖାଯାଉଛି କି କିଛି ଲୋକମାନେ ଏହି ସଂପର୍କକୁ ହୀନମନେ କରନ୍ତି । ଅନେକ ସମୟରେ ଏହି ବିବାହ ପରି ପବିତ୍ର ବନ୍ଧନ ପରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ ଯେଉଁଥିପାଇଁ ପରସ୍ପର ମଧ୍ୟରେ ଛାଡପତ୍ର ମଧ୍ୟ ହୋଇଥାଏ ।

ଏହା ବ୍ୟତୀତ ମଧ୍ୟ ଅନେକ ସମୟରେ ଏହା ଦେଖାଯାଏ କି କେତେକ ସ୍ୱାମୀ ମାନେ ଦୁଇଟି କିମ୍ବା ତିନୋଟି ବିବାହ କରିଥାନ୍ତି । ଏହି ବିବାହ କରି କେତେକ ଖୁସି ରହିଥାନ୍ତି ତ ଅନ୍ୟ କେତେକ ମାନେ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ଦ୍ୱିତୟ ବିବାହ କରିଥାନ୍ତି । ମାତ୍ର ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯେଉଁଥିରେ ସ୍ୱାମୀ ଦ୍ୱିତୀୟ ବିବାହ ଦେଖି ତାର ପ୍ରଥମ ସ୍ତ୍ରୀ ରାସ୍ତା ଆଗରେ ତାହାକୁ ନିର୍ଧୁମ ମାଡ ମାରିଥିବାର ।

ଏହିପରି ଏକ ଘଟଣାଟି କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ମାଛଗଡ଼ ପଞ୍ଚାୟତ ସୋନାରୀପଶି ଗ୍ରାମର । ଯେଉଁଠାରେ ବଡ଼ବିଲ ଗ୍ରାମର ସୁରେନ୍ଦ୍ର ମହାନ୍ତଙ୍କ ପୁଅ ଗଣେଶ୍ୱର ମହାନ୍ତ 6 ବର୍ଷ ପୂର୍ବରୁ ସୋନାରୀପଶି ଗ୍ରାମର ପରେଶ ମହାନ୍ତଙ୍କ ଝିଅ ଲକ୍ଷ୍ମୀ ମହାନ୍ତଙ୍କୁ ବିବାହ କରିଥିଲେ ।

ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ରହିଛି । ମାତ୍ର ଏବେକା ସମୟରେ ଦେଖିବାକୁ ମିଳିଛି କି ଲକ୍ଷ୍ମୀଙ୍କ ସ୍ୱାମୀ ଗଣେଶ୍ୱର କିଛି ଦିନ ପୂର୍ବରୁ ହରିଚନ୍ଦନପୁର ଅଞ୍ଚଳରୁ ଜଣେ ଯୁବତୀଙ୍କୁ ଆଣି ରଖିଥିଲେ ଯେଉଁଥିପାଇଁ ତାଙ୍କର ସ୍ତ୍ରୀ ମଧ୍ୟ ତାଙ୍କୁ ପ୍ରତିବାଦ କରିଥିଲେ ମାତ୍ର ଗଣେଶ୍ୱର ତାହା କିଛି ଶୁଣିନଥିଲେ । ସ୍ୱାମୀ ତାଙ୍କର କଥା ନଶୁଣିବାରୁ ସ୍ତ୍ରୀ ଜଣକ ସାହାରପଡା ଫାଣ୍ଡିରେ ଗତ 24 ତାରିଖରେ ଅଭିଯୋଗ କରିଥିଲେ ।

ଗଣେଶ ନିଜ ସ୍ତ୍ରୀଙ୍କର ଏପରି ଅଭିଯୋଗ ଦେଖି ସେ ସେହି ମହିଳା ଜଣକ ସହିତ ବିବାହ କରିଥିଲେ । ମାତ୍ର ଯେତବେଲେ ଲକ୍ଷ୍ମୀ ପୋଲିସ ନେଇକରି ଆସିଥିଲେ କି ତାଙ୍କର ଶଙ୍ଖା ସିନ୍ଦୁର ଭାଗ ହେବାରେ ସେ ସେହି ସମୟରେ ନିଜ ସ୍ୱାମୀକୁ ସମସ୍ତଙ୍କର ଆଗରେ ମାଡ ମାରିବା ଆରମ୍ଭ କରିଦେଇଥିଲେ । ଯାହାକି ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ମାତ୍ର ଏହା ପରେ ଏହି ସମସ୍ୟାର ଆପୋଶ ବୁଝାବଣା ହୋଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।