ବଡ ଖବର ! କରୋନା ପରେ ପୁଣି ଏକ ଭୟଙ୍କର ମହାମାରୀ ,ସତର୍କ ରୁହନ୍ତୁ ବିଶ୍ୱବାସୀ କାରଣ ଏ ମହାମାରୀ କରୋନା ଠାରୁ ମଧ୍ୟ ଭୟଙ୍କର ! ଜାଣନ୍ତୁ ଏହି ଭାଇରସର ପ୍ରଥମ ଲକ୍ଷଣ କଣ ?

ସତର୍କ ରୁହନ୍ତୁ ବିଶ୍ୱବାସୀ କାରଣ ମାଡି ଆସୁଛି ଅନ୍ୟ ଏକ ଭୟଙ୍କର ମହାମାରୀ , ଯାହାକି ସାରା ବିଶ୍ୱକୁ ଥରାଇ ଦେବ । ବ୍ଲାକ ଡେଥ ଠାରୁ ଏହା ଅଧିକ ଜୀବନ ନେଇପାରେ , ଏମିତି କହି ସାରା ବିଶ୍ୱକୁ ସତର୍କ କରାଇଛନ୍ତି ବୈଜ୍ଞାନିକ । ଖୁବ ଶୀଘ୍ର ବିସ୍ୱବାସୀ ଅନ୍ୟ ଏକ ମହାମାରୀର ସାମ୍ନା କରିବାକୁ ଯାଉଛନ୍ତି । ଫଙ୍ଗସ ଭଳି ଏହି ମାରାତ୍ମକ ଇଷ୍ଟ ବା କବକ ଆଉ ଏକ ବିଶ୍ୱ ମହାମାରୀ ସୃଷ୍ଟି କରିପାରେ । ତେଣୁ ଏଥିପାଇଁ ଲୋକମାନେ ଆଜିଠାରୁ ସତର୍କ ହେବା ନିତାନ୍ତ ଆବଶ୍ୟକ ।

ଆଗକୁ ବ୍ଲାକ ଡେଥ ଟାରୁ ଏହା ଭୟଙ୍କର ହେବ ଭଲି ଇଂଲଣ୍ଡର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କ୍ଷେତ୍ରରେ ବୈଜ୍ଞାନିକ ମାନେ କହିଛନ୍ତି । ଅନ୍ତ ଜାତୀୟ ଗଣ ମାଧ୍ୟମ ଡେଲି ଏକ୍ଲପ୍ରେସର ରିର୍ପୋଟ ଅନୁଯାୟୀ ବିଶ୍ୱକୁ ଆତଙ୍କିତ କରି ଆସୁଥିବା ଫଙ୍ଗସ ମହାମାରୀ ମଣିଷ ଶରୀରରେ ବ୍ୟାପିବା ପୂର୍ବରୁ ରକ୍ତ ପ୍ରବାହରେ ପ୍ରବେଶ କରିଥାଏ ।

ଏହା ପରେ ଭୟଙ୍କର ସଂକ୍ରମଣ ସୃଷ୍ଟି କରିବାର ଆଶଙ୍କା ରହିଛି । ଏପରିକି ପରବର୍ତ୍ତୀ ସମୟରେ ଏହା ରକ୍ତ ପ୍ରବାହ ସଂକ୍ରମଣ , କାନ ସଂକ୍ରମଣ ଏବଂ ଛୋଟ ପ୍ରବାହର ସଂକ୍ରମଣର କାରଣ ହୋଇପାରେ ବୋଲି ରିର୍ପୋଟରେ ଦର୍ଶାଯାଇଛି ।

ଏହି ଫଙ୍ଗସ ଏତେ ସଂକ୍ରମକ ଯେ ଅନ୍ୟ ସଂକ୍ରାମକ ଅପେକ୍ଷା ଏହା ସାଧାରଣ ସଂକର୍ସରେ ଅଧିକ ସମୟ ରହିପାରେ । ଲଂଣ୍ଡନର ୟୁପିଜିଆ କଲେଜର ଏମିଡିଏର ଲୋଜିଷ୍ଟ ଜୁହାନା ରୋଷ୍ଟସଙ୍କ କହିବା କଥା କଠିନ ଅବସ୍ଥାରେ ଏହା ଦୀର୍ଘଦିନ ରହିପାରିବ ।

ଏହା ସହ ଏହି ଫଙ୍ଗସ ନିକଟରେ ଡ୍ରଗ୍ସ ଚିକିତ୍ସାକୁ ପ୍ରତିରୋଧ କରିବାର ପ୍ରତିଶ୍ରୁତି ରହିଛି । ସାଧାରଣତଃ ରକ୍ତ ପରକ୍ଷା ପରେ ଏହାର ପ୍ରଭାବ ଜଣାପଡିଥାଏ ମାତ୍ର ଫଙ୍ଗସକୁ ଚିହ୍ନିବା କଷ୍ଟକର । ରୋଗ ନିର୍ଣ୍ଣୟ କରିବାକୁ ହଲେ ଲ୍ୟାବରେ ଏହାର ପରୀକ୍ଷା ଆବଶ୍ୟକ ବୋଲି କୁହାଯାଇଛି । ଏ ପ୍ରକାର ମହାମାରୀ ପ୍ରତି ସତର୍କ ରହିବାକୁ ରେଗ ନିୟନ୍ତ୍ରଣ ଏବଂ ନିରାକରଣ କ୍ଷେତ୍ରର ବରିଷ୍ଟ ବୈଜ୍ଞାନିକ ମାନେ କହିଛନ୍ତି । ନଚେତ ଏହି ମହାମାରୀ ସମଗ୍ର ବିଶ୍ୱବାସୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରେଇଦେବ ।


ବ୍ଲାକ ଡେଥ ଠାରୁ ଏହା ଆହୁରି ଭୟଙ୍କ ହୋଇପାରେ ବୋଲି କୁହାଯାଉଛି । ବିଶ୍ୱ ଇତିହାସର ସବୁଠୁ ବଡ ମାହମାରୀ ହେଉଛି ବ୍ଲାକ ଡେଥ । 1346 ରୁ 1353 ମସିହା ମଧ୍ୟରେ ଏହା ଉତ୍ତର ଆମେରିକାର ଅଫ୍ରୋ ଏସିଆରେ ହୋଇଥିଲା । ଏଥିରେ ପ୍ରାୟ 20 କୋଟି ଲୋକଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଇଛି ।

ବିଶ୍ୱ ଇତିହାସରେ ଏହି ମାହମାରୀ ଆଗରୁ କେବେ ହେଲେ ମଧ୍ୟ ଦେଖା ଯାଇନଥିଲା । 2016 ମସିହାରେ ଫଙ୍ଗସ ବାବଦରେ ସୂଚନା ମିଳିଥିଲା । ସେତେବେଳେ ବୈଜ୍ଞାନିକ ମାନେ ମତ ଦେଇଥିଲେ କୌଣସି ସମୟରେ ଏହା ବିଶ୍ୱ ମହାମାରୀର କାରଣ ହୋଇପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।