କେଉଁ କାରଣ ପାଇଁ ମୃତ୍ୟୁବରଣ କରିଥିଲେ ହାସ୍ୟ ଅଭିନେତା ଗୋବରା ଓରଫ୍ ଚଞ୍ଚ୍ ! ରହସ୍ୟ ଫିଟୁଛି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ….

ଦିନ ଥିଲା କମେଡି ମାଧ୍ୟମରେ ନିଜର ଯାଦୁଗରୀ ଦେଖାଇ ସେ ସାରା ରାଜ୍ୟକୁ ହସାଉ ଥିଲେ କମେଡି ଗୋଇଂ ଗୋବରା । ନିଜର କମେଡିର ଦକ୍ଷତା ଦେଖି ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରୁଥିଲେ ,କିନ୍ତୁ ହସେଇବାକୁ ସେ ଲୋକଟି ଆଜି ଆଉ ଆମ ଗହଳି ରେ ନାହିଁ, ଆର ପାରିକୁ ଚାଲି ଯାଇଛି । ଇହଧାମ ତ୍ୟାଗ କରିଛନ୍ତି ସବୁଠାରୁ ପପୁଲାର୍ ଓଡିଆ ହାସ୍ୟ ଅଭିନେତା ଗୋବରା ଓରଫ୍ ଚଞ୍ଚ୍ । ଯାହାକୁ ଆପଣ ମାନେ ଗୋବରା ବୋଲି ଜାଣିଥିଲେ ସେ ହେଉଛନ୍ତି ସୌମ୍ୟରଞ୍ଜନ ପଣ୍ଡା ଏବଂ ତାଙ୍କର ଡାକ ନାଁ ହେଉଛି ଚଞ୍ଚ୍ ।

ବିଗତ କିଛି ଦିନ ହେବ ଆପୋଲ ହସ୍ପିଟାଲରେ କର୍କଟ ରୋଗ ରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ ଏବଂ 2020 ଏପ୍ରିଲ ମାସ 24 ତାରିଖ ସଂନ୍ଧ୍ୟା ସମୟ ରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଯାହାକି ଅଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ଶୋକର ଛାୟା ଖେଳାଇ ଦେଇ ଯାଇ ଥିଲା ।

କେବଳ ତାଙ୍କର ଗାଁ ନୁହଁ ସାରା ରାଜ୍ୟରେ ଭଲ ପାଉଥିବା ଏହି ଅଭିନେତା ଚଞ୍ଚ ଙ୍କ ର ମୃତ୍ୟୁ ବରଣ ଘଟିବା ପରେ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ ଏବଂ ସମସ୍ତେ ତାଙ୍କୁ କୃତଜ୍ଞ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ସହିତ ତାଙ୍କର ଆତ୍ମାର ସତଗତି୍ ପାଇଁ ମଧ୍ୟ ସମସ୍ତ ବର୍ଗ ତରଫରୁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଏବଂ ସମସ୍ତେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ଚଞ୍ଚ ଙ୍କ ର ମରିବା ଖବର ରେ ।

ତାଙ୍କର ସବୁଠାରୁ ପପୁଲାର୍ ଶୋ୍ ଥିଲା ଜି ସାର୍ଥକ ରେ ପ୍ରଯୋଜିତ ମିଷ୍ଟର ନନସେନ୍ସ (Mr. Nonsense) , ଯେଉଂଥିରେ କି ସେ ଏକ ଦକ୍ଷତାର ଅଭିନୟ ଦେଖାଇ ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଥିଲେ ଏବଂ ଲୋକମାନ ଙ୍କ ର ମଧ୍ୟ ତାଙ୍କ ଉପରେ ଭଲ ପାଇବା ଜାରି ରହିଥିଲା ।

 ଶେଷ ଥର ପାଇଁ ଜି ସାର୍ଥକ ର Mr. Nonsense ସୁଟିଂ ବେଳେ କିଛି ଅସୁସ୍ଥତା ଦେଖା ଦେଇ ଥିଲା । ଆଉ ତା ପରେ ପରେ ତାଙ୍କୁ ଭର୍ତ୍ତି କରା ଯାଇଥିଲା ଆପୋଲ୍ ହସ୍ପିଟାଲରେ ଏବଂ ସେଠାରୁ ଚିହ୍ନଟ ହୋଇଥିଲେ କର୍କଟ ରୋଗୀ ବୋଲି Mr.ଚଞ୍ଚ ।

ଆଉ ଏହାପରେ ସେ ହସ୍ପିଟାଲରେ ର୍ତ୍ତି ଥିଲେ ଏବଂ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅତିରୁ ଇତି ବିଗିଡି ଯିବା ପରେ ତାଙ୍କର ବଞ୍ଚିବାର ଆଶା କମି କମି ଯାଇଥିଲା । ଆଉ ଗତ ବର୍ଷ ଏପ୍ରିଲ 24 ତାରିଖରେ ସଂନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଦେଇଥିଲେ । ଦିନେ ସମସ୍ତଙ୍କୁ ହସଉ ଥିବା ଲୋକ ମନରୁ ଆଜି ଲୋକଟିର ଅନ୍ତ ଘଟିଛି ,ଆଉ ତାଙ୍କର ବିୟୋଗରେ ତାଙ୍କ ଘର ପରିବାର ଲୋକଙ୍କ ମୁହଁରୁ ହସ ସବୁଦିନ ପାଇଁ ଉଡି ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।