ସୀମାରୁ ଫେରିଲା ସାହସୀ ପୁଅ , ସ୍ନେହ ଭରା ସ୍ୱାଗତ କଲା ମାଟି ମା ! ଯବାନଙ୍କ ପାଦରେ ଧୂଳିଲାଗିବନି ବୋଲି ପାପୁଲିରେ ପାଛୋଟି ନେଲେ ଗାଁ ଲୋକ ! ଏହି ଯବାନ ଙ୍କ କାହାଣୀ ଶୁଣିଲେ ଆଖିରୁ ଲୁହ ଆସିଯିବ….

ଆଜି ଆମେ ଆପଣ ମାନଙ୍କୁ ଜଣେ ଏମିତି ବୀର ଜବାନଙ୍କ ବିଷୟରେ କହିବୁ ଯାହାଙ୍କ ପାଇଁ ତାଙ୍କର ଗ୍ରାମ ମାଟି ଆଜି ବହୁତ ଗର୍ବିତ କାରଣ ତାଙ୍କର ଭାରତ ମା ପାଇଁ ଥିବା ସ୍ନେହ ଏବଂ ଭଲପାଇବା କାରଣରୁ ସେ ଦୀର୍ଘ ବର୍ଷ ଧରି ଭାରତ ମା ର ରକ୍ଷା କରୁଥିଲେ ଏବଂ ଏବେ ଅବସର ନେଇ ନିଜର ଗ୍ରାମକୁ ଫେରିଛନ୍ତି । ତାଙ୍କର ଘର ଏବଂ ଗ୍ରାମର ଲୋକମାନେ ବହୁତ ଖୁସି ଅଛନ୍ତି କାରଣ ଏତେ ବର୍ଷ ଧରି ସେ ଭାରତ ମାର ସୁରକ୍ଷା କରି ଘରକୁ ଫେରିବା କୌଣସି ଛୋଟ କଥା ନୁହେଁ ।

କାରଣ ଅନେକ ଜବାନ ମାନେ ମାଟି ମାର ସେବା କରି ନିଜର ପ୍ରାଣ ତ୍ୟାଗ ମଧ୍ୟ କରିଛନ୍ତି ଶତ୍ରୁର ଗୁଳିରେ ସହିଦ ହୋଇଛନ୍ତି ତେବେ ଏପରି କ୍ଷେତ୍ରରେ ଏହି ଜବାନ ଜଣକ ସୁରକ୍ଷିତ ଭବାରେ ନିଜର ଗ୍ରାମକୁ ପେରିଛନ୍ତି ତାହା ସୁବୁଠୁ ବଡ କଥା ଅଟେ ।

ସୀମାରୁ ଫେରିଲା ସାହସୀ ପୁଅ , ସ୍ନେହ ଭରା ସ୍ୱାଗତ କଲା ମାଟି ମା । ପୁଅ ପାଦରେ ଧୂଳି ଲାଗିବନି ବୋଲି ପାପୁଲିରେ ପାଛୋଟି ନେଲେ ଗ୍ରାମର ଲୋକେ । ବୀର ଜବାନଙ୍କୁ ଏମିତି ସମ୍ମାନ ଦେଇଛି ଗ୍ରାମର ମାଟି । ସେନାରୁ ଅବସର ନେବା ପରେ ସାହସୀ ବୀର ଜବାନ ଯେତେବେଳେ ଗ୍ରାମର ମାଟିକୁ ଫେରିଥିଲେ ସେହି ସମୟରେ ଗ୍ରାମର ଲୋକମାନେ ଏମିତି ନିଆର ସମ୍ମାନ କରିଥିଲେ ଯାହା ଦେଖିଲେ ଗର୍ବରେ ମନ ଭରି ଭଠୁଛି । ଦିନରାତି ନିଜ ଜୀବନକୁ ବାଜିରେ ଲଗାଇ ସୁରକ୍ଷା ଦେଉଥିବା ଆମ ସିପାହୀ ଯେତେବେଲେ ଗ୍ରାମରେ ପହଞ୍ଚିଥିଲେ ବୀର ପୁତ୍ରର ପାଦକୁ ତଳେ ଲାଗିବା ପାଇଁ ଦେଇନଥିଲେ ଗ୍ରାମର ଲୋକେ ।

 ଲୋକଙ୍କର ପାପୁଲିରେ ପାଦ ଥୋଇ ଥୋଇ ମନ୍ଜଦିରକୁ ଯାଇଥିଲେ ଜବାନ ବୀର ବାହାଦୂର ସିଂ । ଭାରତ ମାର ବୀର ପୁଅ ସାହସୀ ଜବାନ ବୀର ବାହାଦୂର ସିଂ । ମଧ୍ୟପ୍ରଦେଶର ନେବୁର ଜିଲ୍ଲାର ଜିରାଙ୍ଗ ଗ୍ରାମରେ ତାଙ୍କର ଜନ୍ମ । 17 ବର୍ଷ 26 ଦିନ ଧରି ସୀମାରେ ଭାରତ ମାର ସେବା କରିବା ପରେ ସେ ଅବସର ନେଇଛନ୍ତି ।

2004 ଜାନୁଆରୀ 3 ତାରିଖରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ବିଜୟ । ପର୍ଯ୍ୟାୟକ୍ରମେ ତାଙ୍କୁ ଜାମ୍ମୁ କାଶ୍ମିର , କାରଗିଲ , ନୈନିତୈଲ , ଅରୁଣାଚଳ ପ୍ରଦେଶ , ହିମାଚଳ ପ୍ରଦେଶ , ଜୟପୁର ଏବଂ ବିକାନେରେ ପୋଷ୍ଟିଙ୍ଗ ଦିଆଯାଇଥିଲା ।

17 ବର୍ଶ ଧରି ଦେଶ ମାତୃକାର ସେବା କରିବା ପରେ ବୁଧବାର ନିଜର ଗ୍ରାମର ମାଟିକୁ ଫେରିଛନ୍ତି ବୀର ଜବାନ ବିଜୟ । ଗ୍ରାମକୁ ଫେରିବା ପରେ ଲୋକମାନଙ୍କର ଏମିତି ସମ୍ମାନ ଦେଖି ସେ ଭାବ ବିହ୍ୱଳ ହୋଇଯାଇଥିଲେ । ତେବେ ସେ ସେନାରୁ ଅବସର ନେବା ପରେ ମଧ୍ୟ ଆଗରୁ ନିଜ ମା ପାଇଁ ସର୍ବଦା ନିଜକୁ ସମର୍ପଣ କରିବେ ବୋଲି କହିଛନ୍ତି । ଯେଉଁଥିପାଇଁ କି ସେ ନିଜ ଗ୍ରାମର ଯୁବକ ମାନଙ୍କୁ ସେନାରେ ଯୋଗ ଦେବା ପାଇଁ ତାମିଲ ପ୍ରଦାନ କରିବାକୁ ନିଜେ ଆଗେଇ ଆସିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।