ଯୁବତୀଙ୍କ ଆପତ୍ତି ଜନକ ଭିଡିଓ ରେକର୍ଡ କରି ବନ୍ଧା ହେଲେ ଯୁବକ ।ଦୟାକରି କମେଣ୍ଟ କରନ୍ତୁ ଏପରି ପାପୀ ଙ୍କୁ କି ଦଣ୍ଡ ମିଳିବା ଦରକାର ….

ଆଜିର ସମାଜରେ ରହୁଥିବା ଲୋକମାନେ ବହୁତ ତଳ ସ୍ତରକୁ ଖସି ଗଲେଣି । ଏବେ ମଣିଷମାନଙ୍କ ଭିତରେ ଲୋଭ , କ୍ରୋଧ , ହିଂସା ଆଦି ଭରି ରହିଛି, ଏହା ଦ୍ୱାରା ସମାଜରେ ଅନେକ ଅନ୍ୟାୟ , ଅତ୍ୟାଚାର ଦେଖିବାକୁ ମିଳୁଛି । ଆଜିର ମଣିଷ ପାଖରେ ଆଉ ମାନବିକତା ନାହିଁ କି ମଣିଷପଣିଆ ମଧ୍ୟ ନାହିଁ । ଆଜିର ମଣିଷ କେବଳ କାମନା , ବାସନାରେ ସବୁବେଳେ ମଜି ରହିଛନ୍ତି ଆଉ ଏହି କାରଣରୁ ବିଭିନ୍ନ ସମସ୍ୟା ମାନ ମଧ୍ୟ ଉପୁଜୁଛି ।

ବେଳେବେଳେ ଆମ ଜୀବନରେ ଏମିତି କିଛି ଘଟଣା ଘଟିଯାଏ ଯାହା ପାଇଁ ଆମକୁ ବହୁତ ଅପଦସ୍ତ ହେବା ମଧ୍ୟ ପଡିଥାଏ । ବର୍ତ୍ତମାନର ଯୁବପିଢ଼ି ଆଧୁନିକତାର ବଶବର୍ତ୍ତୀ ହୋଇ ଲଜ୍ୟା ଜନକ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେମାନେ ଏହିପରି କାର୍ଯ୍ୟ କରିବା ପୂର୍ବରୁ ନିଜର ପରିବାର ବିଷୟରେ ଚିନ୍ତା କରୁନାହାନ୍ତ, ନିଜର ଭବିଷ୍ୟତ ମଧ୍ୟ ନଷ୍ଟ ହେଉଛି।

 

ପ୍ରତ୍ୟେକ ଦିନ ଆମ ସମାଜରେ କିଛି ନା କିଛି ଘଟଣା ଆମ ନଜର କୁ ଆସିଥାଏ। ନାରୀ ‘ଦୁଷ୍କର୍ମ’ ଭଳି ଘଟଣା ନିତିଦିନିଆ ହୋଇଗଲାଣି । ବର୍ତ୍ତମାନ ସମାଜରେ ନାରୀ ମାନଙ୍କର ଇଜ୍ଜତ୍ ଲୁଟ୍ ହେଉଛି ଏହା ଦ୍ୱାରା ସେମାନଙ୍କର ଭବିଷ୍ୟତ ନଷ୍ଟ ହେବାରେ ଲାଗିଛି । ସୋସିଆଲ ମିଡ଼ିଆରେ ଆପଣମାନେ ଝିଅ ପୁଅ ମାନଙ୍କର ଆନେକ ଆପତ୍ତି ଜନକ ଫୋଟୋ ଏବଂ ଭିଡ଼ିଓ ଦେଖିବାକୁ ପାଇଥାନ୍ତି ।

ଏହି ଭଳି ଆପତ୍ତି ଜନକ ଫୋଟୋ ଏବଂ ଭିଡ଼ିଓ ଅନେକ ଅସାମାଜିକ ଲୋକମାନେ ଭାଇରାଲ କରିଥାନ୍ତି । ଏଥିପାଇଁ ଅନେକଙ୍କ ଭବିଷ୍ୟତ ନଷ୍ଟ ହେବା ସହିତ ଜୀବନ ମଧ୍ୟ ଯାଉଛି, ଏଥି ସହିତ ପରିବାର ସଂମ୍ମାନ ହାନି ମଧ୍ୟ ହେଉଛି ।

ଆମ ଜାତିର ପିତା କହୁଥିଲେ ନାରୀର ଉନ୍ନତି ହେଲେ ଦେଶର ଉନ୍ନତି ହେବ, ଆଉ ପ୍ରକୃତ ସ୍ବାଧୀନତା ସେତେବେଳେ ମିଳିବ ଯେତେବେଳେ ଜଣେ ନାରୀ ଅଦ୍ଧରାତ୍ରୀରେ ରାସ୍ତାରେ ଏକୁଟିଆ ଚାଲିପାରିବ । କିନ୍ତୁ ଆଜିର ସମାଜ ଏତେ ମାତ୍ରରେ କଳୁଷିତ ହୋଇଛି ନାରୀଟିଏ ରାତିରେ ତ ଦୂରର କଥା ଦିନରେ ମଧ୍ୟ ଅକୁଟିଆ ଯିବା ପାଇଂ ଡରୁଛି , ଏପରିକି ନିଜ ଘରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ ।

ରାଜଧାନୀ ଭୁବନେଶ୍ୱରରେ ଅସଭ୍ୟ ଯୁବକଙ୍କ ଅଭଦ୍ରାମୀ । ଲିଙ୍ଗରାଜ ଥାନା ଅନ୍ତ୍ରର୍ଗତ ପୁରୁଣା ଭୁବନେଶ୍ବରରେ ଜଣେ ଯୁବକ ଘଟାଇଛନ୍ତି ଚକିତ କଲା ଭଳି କାରନାମା । ସାନ ଭାଇର ଭଡ଼ା ଘରେ ରହି ବଡ ଭାଇ କରୁଥିବା ଜଘନ୍ୟ କାଣ୍ଡ ଏବେ ପଦାରେ ପଡିଛି । ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ ସୁଟିଙ୍ଗ କରି ବନ୍ଧା ହୋଇଛନ୍ତି ଜଣେ ଯୁବକ ।

ସୂଚନା ମୁତାବକ ସାନ ଭାଇର ଭଡା ଘରେ ରହୁଥିବା ବଡ ଭାଇ ତଥା ଅଭିଯୁକ୍ତ ରବି ନାରାୟଣ ସାହୁ, ଜଣେ ଯୁବତୀ ଗାଧୋଉଥିବାବେଳେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ଏହି ଆପତ୍ତିଜନକ ଭିଡିଓ ୨ ମିନିଟର ଥିବା ଜଣାପଡିଛି । ପରେ ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ ଯୁବତୀ ଜଣଙ୍କ । ଆପତ୍ତିଜନକ ଭିଡିଓ ରେକର୍ଡ କରିବା ଓ ଭାଇରାଲ କରିବା ଭଳି ଅଭିଯୋଗରେ ଗିରଫ କରିଛି ପୋଲିସ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।