ଛିଃ ଛିଃ ପୁଅ ! ଧନ୍ୟ ତ ପୁଅ ପଣିଆ , ମିଛ କହି ମା’କୁ ପୁଅ ଛାଡ଼ି ଦେଇଗଲା ରାସ୍ତାରେ, ଥାନା ବାବୁ କହିଲେ ଇଏ ଆମ କେସ୍‌ ନୁହେଁ ! ଯଦି ଆପଣ ହୃଦୟବାନ୍ ବ୍ୟକ୍ତି ହୋଇଥିବେ ତେବେ କମେଣ୍ଟ କରନ୍ତୁ ଏହି ପୁଅ କୁ କଣ ଦଣ୍ଡ ମିଳିବା ଦରକାର ?

ସୁବର୍ଣ୍ଣପୁର ପୁର ଜିଲ୍ଲା ବୀର ମହାପୁର ଆଦର୍ଶ ଥାନା , ଥାନା ଭିତରକୁ ଘୁଷୁରି ଘୁଷୁରି ଯାଉଛନ୍ତି ଜଣେ ବୃଦ୍ଧା । ବୟସ ତାଙ୍କର 80 ରୁ ଅଧିକ । ମନରେ ଆସା ନେଇ କରି ଆସିଛନ୍ତି କି ଥାନା ବାବୁ ତାଙ୍କୁ ନ୍ୟାୟ ଦେବେ । ସେହି ବୃଦ୍ଧି ଜଣକ ହେଉଛନ୍ତି ସୌଭାଗିନୀ ମିଶ୍ର । ସମସ୍ତଙ୍କ ପରି ଏହି ବୃଦ୍ଧାଙ୍କର ମଧ୍ୟ ପରିବାର ରହିଛି । ମାତ୍ର ପରିବାରର ସମସ୍ତ ସଦସ୍ୟ ଥାଇ ମଧ୍ୟ ସେ ଏବେ ନିରାଶ୍ରୟ ।ସୌଭାଗିନୀଙ୍କର ବିବାହର ଗୋଟିଏ ବର୍ଷ ପରେ ସ୍ୱାମୀ ହାତ ଛାଡିଦେଲେ । କୋଳରେ ଛୋଟ ପୁଅକୁ ଧରି ନିଜ ବାପ ଘରେ ରହିଥିଲେ । ଏବେ ପୁଅ ବଡ ହୋଇ ବିବାହ କରି ଘର ସଂସାର କରିସାରିଲାଣି ।

ନିଜ ପରିବାର ସହ ସମ୍ବଲପୁରରେ ନେଇ ରହୁଥିବା ପୁଅ ମାଙ୍କୁ ନିଜ ପାଖରେ ରଖିଥିଲା । ସୌଭାଗିନୀ ମଧ୍ୟ ପର ଘରେ କିଛି କାମ କରି ପୁଅକୁ ରୋଜଗାର ଯୋଗାଇ ଦେଉଥିଲେ ମାତ୍ର ଏବେ ଆଉ ସେ କାମ କରିପାରୁ ନାହାନ୍ତି । ଏହା ପରେ ପୁଅ ବୋହୂ ତାଙ୍କୁ ମାରିବା ସହିତ ମିଛ କହି ଠକେଇ ଦେଇ ତାଙ୍କୁ ଛାଡି ପଳେଇ ଯାଇଛି ।

ପୁଅକୁ ଅପେକ୍ଷା କରି ଶେଷରେ ନ୍ୟାୟ ପାଇବା ଆଶାରେ ବୀରମହାରାଜପୁର ଥାନାର ଆସ୍ରୟ ନେଇଥିଲେ ଏହି ଶୌଭାଗିନୀ । ମାତ୍ର ଏବେ ତାଙ୍କୁ ନିରାଶ ହେବାକୁ ପଡିଛି କାରଣ ପୋଲିସ ବାବୁ କହିଲେ ଏହି ମାମଲା ତାଙ୍କର ସୀମା ପରିସସରେ ଆସୁନାହିଁ ।

ଏହା ଭିତରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କର ନିର୍ଦ୍ଦେଶରେ ପ୍ରାଶାସନ ପକ୍ଷରୁ ସୌଭାଗିନୀଙ୍କୁ ବୀର ମହାରାଜପୁର ସ୍ଥିତ ଏକ ଅନାଥ ଶ୍ରମରେ ରଖାଯାଇଛି । ତେବେ ଏବେ କେବଳ ଆଶା କରାଯାଉଛି କି ପ୍ରଶାସନ କେବଳ ଯୋଗାଯୋଗ କରି ଏହି ସମସ୍ୟାର ସମାଧାନ କରିବ ଏହା ସହିତ ପୁଅ ବୋହୂ ନିଜର ଭୁଲ ବୁଢିପାରି ତାଙ୍କୁ ନିଜ ପାଖକୁ ଫେରାଇ ନେବେ ।

ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ କି କଣ ଏହି ଅବସ୍ଥା ଦେଖିବାକୁ କଣ ଜଣେ ମା ତାର ପୁଅକୁ ଜନ୍ମ ଦେଇଥାଏ । ବୟସ ବଢିବା ସଂଙ୍ଗେ ସଂଙ୍ଗେ କଣ ଅଲୋଡା ହୋଇ ଯାଇଥାନ୍ତି ବୁଢା ବାପା ମା । ତେବେ ଏମାନଙ୍କୁ ଏପରି ହତାଦାର କରୁଥିବା ପୁଅ ବୋହୂ ମାନେ କଣ କେବେ ବୃଦ୍ଧା ହେବେନି ନା କେବେ ଏହି ପରିସ୍ଥିତିର ସମ୍ମୁଖୀନ ହେବେ ନାହିଂ ।

 ତେଣୁ ଆମେ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛୁ କି ବେଳ ଥାଉ ଥାଉ ଗୋବିନ୍ଦଙ୍କୁ ସୁମରନ୍ତୁ ଅର୍ଥାତ ବେଳ ଥାଉ ଥାଉ ନିଜର ଗୁଣ , ସ୍ୱଭାବ ଏବଂ ଚରିତ୍ରକୁ ସୁଧାରନ୍ତୁ । ଏହା ସହିତ କେବେବି ନିଜର ବାପା ମାଙ୍କୁ ଅନାଦର କରନ୍ତୁ ନାହିଁ । କାହିଁକିନା ବାପା ମା ହେଉଛନ୍ତି ସ୍ୱୟଂ ଜୀବନ୍ତ ଭଗବାନଙ୍କର ପ୍ରତିମୂର୍ତ୍ତି ଯଦି ବାପା ମାଙ୍କୁ ଅନାଦାର କରିବେ ତେବେ ଜୀବନରେ ଆପଣ ମାନେ ମଧ୍ୟ କେବେ ଖୁସିରେ ରହିପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।