ଦେଖନ୍ତୁ ଭିଡିଓ -ନିଜର ଦର୍ଶକଙ୍କୁ ଖୁସି ଖବର ଜଣାଇଲେ ଓଡିଶା ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଜାଣନ୍ତୁ ସେ ଖୁସି ଖବରଟି କଣ ?

ଆପଣମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ ଅଲିଉଡ ର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁଙ୍କୁ । ସେ ତାଙ୍କର ବିଚକ୍ଷଣ ଅଭିନୟ ଏବଂ ସୁନ୍ଦରତାର ଯାଦୁରେ ଦର୍ଶକ ମାନଙ୍କର ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ତାଙ୍କର ରୂପ ଯେମିତି ଅଭିନୟ ମଧ୍ୟ ତାଠରୁ ଅଧିକ ମନଲୋଭା । ଆଉ ତାଙ୍କର ଏହି ସୁନ୍ଦରତା ପାଇଂ ସେ ଆଜି ହଜାର ହଜାର ଲୋକଙ୍କର ଦ୍ବିୱାନା ହୋଇପାରିଛନ୍ତି ।

ଅଭିନୟ ଜଗତରେ ଏଣ୍ଟ୍ରି ମାରିବା ପରେ ସେ ନିଜର ବିଚକ୍ଷଣ ତଥା ଚମତ୍କାରୀ ଅଭିନୟ ମାଧ୍ୟମରେ ଲୋକଙ୍କୁ ତାଙ୍କୁ ଆଡକୁ ଆକର୍ଷିତ କରିଥିଲେ । ଆଉ ଧିରେ ଧିରେ ତାଙ୍କର ଅଭିନୟରେ ସମସ୍ତେ ମୁଗ୍ଧ ହେବାକୁ ଲାଗିଲେ ଏବଂ ସେ ହୋଇଗଲେ ସମସ୍ତଙ୍କର ପସନ୍ଦର ପ୍ରଥମ ଅଭିନେତ୍ରୀ ।ନିଜର ଅପୂର୍ବ ସୁନ୍ଦରତା ସାଙ୍ଗକୁ ହୃଦୟସ୍ପର୍ଶି ଅଭିନୟ ସତେ ଯେମିତି ଲୋକଙ୍କ ହୃଦୟରେ ଏକ ଭିନ୍ନ ଧରଣର ଛାପ ଛାଡି ଦେଇଥିଲା । ତେବେ ଏହି ଅଭିନେତ୍ରୀ ଜଣଙ୍କ ଅଲିଉଡର ପ୍ରାୟ ସମସ୍ତ ସୁପରଷ୍ଟାର ତଥା ଆଗ ଧାଡିର ସଫଳ ଅଭିନେତା ମାନଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଁ ନିଜକୁ ବେଷ୍ଟ ବୋଲି ପ୍ରମାଣିତ କରିଛନ୍ତି । ଅର୍ଚ୍ଚିତା ଅଭିନୟ ଜଗତକୁ ଆସିବା ପୂର୍ବରୁ ଜଣେ ଭଲ କ୍ଲାସିକାଲ୍ ଡ୍ୟାନ୍ସର୍ ମଧ୍ୟ ଥିଲେ ।

ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ,ତେବେ ଏହି ଭିଡିଓ ମାଧ୍ୟମରେ ସେ ଆପଣ ମାନଙ୍କୁ କଣ ସବୁ ଜଣାଇଛନ୍ତି ଚାଲନ୍ତୁ ଜାଣିବା ।


ସୂଚନାଯୋଗ୍ୟ, ଅଲିଉଡ ଗ୍ଲାମର ଦୁନିଆର ହିରୋଇନ୍ ଅର୍ଚ୍ଚିତା ସାହୁଙ୍କର ଆପକମିଙ୍ଗ୍ ସୁପରହିଟ୍ ଫିଲ୍ମ ଦୁର୍ଗତୀନାଶିନୀ ବିୟରେ ଦର୍ଶକଙ୍କୁ ଜଣାଇଛନ୍ତି । ଏହା ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଡରେ ଶେୟାର କରିଥିଲେ ଏବଂ ସେହି ଭିଡିଓ ତାଙ୍କର ଫିଲ୍ମ ସୁଟିଂର ଶେଷ ପାର୍ଟ ଥିଲା ,ଯାହାର ଦୃଶ୍ୟ ସେ ଦେଖାଇଛନ୍ତି କି କିପରି ତାଙ୍କର ପ୍ରଡ୍ୟୁସର ସୁଜାତା ସାକ୍ସେନା ଫିଲ୍ମର ଶେଷ ଭାଗ ସୁଟିଂ ହେବା ପରେ ଏହାର ସମାପ୍ତ କରିବାକୁ ଯାଉଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବା ପାଇଁ ମିଳିଛି କି ,ଫିଲ୍ମ ପ୍ରଡ୍ୟୁସର ଫିଲ୍ମଟିକୁ ଶେଷ କରିବା ପୂର୍ବରୁ ନିଜର ସମସ୍ତ କଳାକାରଙ୍କ ସହ ଓଡିଶାର ରିତୀନିତୀକୁ ଦୃଷ୍ଟିରେ ରଖି ପୂଜା କରୁଛନ୍ତି ଏବଂ ନଡିଆ ମଧ୍ୟ ବାଡେଇଛନ୍ତି ।

ସେ ପ୍ରଥମେ ଧୂପ ଲଗାଇ ଠାକୁରଙ୍କୁ ପ୍ରାର୍ଥନା କରି ତାଙ୍କ ଫିଲ୍ମର ଶୁଭକାମନା ମନାଷି ଠାକୁରଙ୍କ ସାମ୍ନାରେ ନଡିଆ ବାଡେଇଛନ୍ତି । ଆଉ ପରେ .ଫିଲ୍ମସୁଟିଂ ଶେଷ ହେବାର ଖୁସି ମିଠା ବାଣ୍ଟିଥିଲେ ଏବଂ ବହୁ ମଜାମସ୍ତି କରିବା ସହିତ ସେଲଫି ମଧ୍ୟ ନେଇଥିଲେ । ଶେଷରେ ଅର୍ଚ୍ଚିତା ସମସ୍ତ ଦର୍ଶକଙ୍କୁ ଅନୁରୋଧ କରି କହିଛନ୍ତି ତାଙ୍କର ଏହି ଫିଲ୍ମ ସାମାଜିକ ସତ୍ୟତା ଉପରେ ପର୍ଯ୍ୟବେଶିତ ,ତେଣୁ ଏହାକୁ ସମସ୍ତେ ନିଶ୍ଚିତ ଭାବରେ ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।