ଭାରତୀୟ କୃଷକଙ୍କର ଚରମ ଚେତାବନୀ , ପୁଣି 6 ତାରିଖରେ ଭାରତବନ୍ଦ ଡାକରା ! ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ ଏବଂ କମେଣ୍ଟ କରନ୍ତୁ ଏଥିରେ କଣ ଲାଭ ଓ କଣ କ୍ଷ୍ୟତି?

ଆପଣ ମାନେ ତ ଜାଣିଛନ୍ତି କି କୃଷକ ମାନେ ହେଉଛନ୍ତି ଦେଶର ଜୀବନ , କୃଷକ ମାନେ ନରହିଲେ ମନୁଷ୍ୟ ମାନେ କିଛି ହେଲେ ଖାଇବାକୁ ପାଇବେ ନାହିଁ । ମାତ୍ର ଆଜିକା ସମୟରେ ସେହି କୃଷକ ମାନଙ୍କ ମଧ୍ୟରେ ବହୁତ ଅସନ୍ତୋଷ ଦେଖାଦେଇଛି ଯେଉଁଥିପାଇଁ ସେମାନେ ପ୍ରାୟତଃ 1 ମାସ ହେବ ଧରି ଦିଲ୍ଲୀ ଠାରେ ଆନ୍ଦୋଳନ କରି ଚାଲିଛନ୍ତି ।ଆପଣ ମାନେ ତ ଜାଣିଛନ୍ତି ଏହି କୃଷି ଆନ୍ଦୋଳନ ପ୍ରାୟତଃ 1 ମାସ ଠାରୁ ଅଧିକ ହୋଇଗଲାଣି ମାତ୍ର ଏହାର କୌଣସି ସମାଧାନ ହୋଇପାରିନାହିଁ । ଏହି ଅନ୍ଦୋଳନରେ ଅନେକ କୃଷକ ମାନେ ମଧ୍ୟ ମୃତ୍ୟୁବରଣ କରିଛନ୍ତି ତଥାପି କୃଷକ ମାନେ ସରକାରଙ୍କର ଆଇନକୁ ମାନିବାକୁ ନାରାଜ ଅଛନ୍ତି ।

ଏଥିପାଇଁ କେନ୍ଦ୍ର ସରକାର ଏବଂ କୃଷକ ମାନଙ୍କ ମଧ୍ୟ ଅନେକ ମିଟିଙ୍ଗ ହୋଇ ସାରିଲାଣି ତଥାପି ତାହାର କୌଣସି ସ୍ଥିର ସମାଧାନ ବାହାରିପାରୁନାହିଁ । ଏପରିକି ଏହି କରୋନା ମାହାମରୀ ସମୟରେ କୃଷକ ମାନଙ୍କର ଏପରି ଉତ୍ତୋଜନା ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ଏବେକା ସମୟରେ ପୁଣି ଥରେ ଏହି କୃଷକ ଆନ୍ଦୋଳନରେ ଅନ୍ୟ ଏକ ଘଟଣା ଶୁଣିବାକୁ ମିଳୁଛି କି 6 ତାରିଖରେ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ ହେବ ବୋଲି । ଚାଷୀ ନେତା ବଲୱାର ସିଂ ରାଜୱୋଲା ଏବଂ ଯୋଗେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି କି 6 ତାରିଖ ମଧ୍ୟାହ୍ନ 12 ରୁ ଅପରାହ୍ନ 3 ଯାଏ ସମସ୍ତ ପ୍ରକାର ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ଅବରୋଧ କରାଯିବ ।

ତେବେ କୃଷକଙ୍କର ଏପରି କାମକୁ ପ୍ରତ୍ୟାହାର କରିବା ପାଇଁ ପୋଲିସ ମାନେ ଦିନରାତି କାର୍ଯ୍ୟରତ ରହିଛନ୍ତି । ତେବେ ଏହା ଆଗରୁ ମଧ୍ୟ ଏକ ହିଂସାକାଣ୍ଡ କୃଷକଙ୍କର ତରଫରୁ ହୋଇସାରିଛି ଯାହାକି ବହୁତ ନିନ୍ଦନୀୟ ।

ଜାନୁଆରୀ 26 ତାରିଖ ଦିନ ଦିଲ୍ଲୀର ଲାଲକିଲ୍ଲା ଠାରେ କୃଷକ ମାନେ ଆନ୍ଦୋଳନ କରିଥିଲେ ଯେଉଁଥିପାଇଁ ସେମାନେ ଦିଲ୍ଲୀର ଲାଲକିଲ୍ଲା ଠାରେ ଦେଶର ସ୍ୱାଭିମାନ ବଜାୟ ରଖିବା ପାଇଁ ଯେଉଁ ତ୍ରିରଙ୍ଗା ପତାକା ଉଡାଯାଏ ସେହିଠାରେ କୃଷକ ମନେ ସେହି ଦିନ ତାହାକୁ କାଢି ନିଜର ଝଣ୍ଡା ଉଡାଇଥିଲେ । ସେମାନେ ଶାନ୍ତପୂର୍ଣ୍ଣ ଆନ୍ଦୋଳନର ପ୍ରତିଶ୍ରୁତି ଦେଇ ମଧ୍ୟ ସାଧାରଣତନ୍ତ୍ର ପରି ପବିତ୍ର ଦିବସରେ ତାହାର ମହାନତାର ଇଜ୍ଜତ ରଖିନଥିଲେ ।

ସାଧାରଣତନ୍ତ୍ର ଦିବସର ଉତ୍ତୋଜନା ପରେ ସୀଘୁଂ ସୀମାରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା । ଯେଉଁଠାରେ ଚାଷୀ ଏବଂ ସାଧାରଣ ଲୋକମାନେ ସାମ୍ନା ସାମ୍ନି ହୋଇଥିଲେ । ତେବେ କେନ୍ଦ୍ର ସରକାରଙ୍କର କୃଷି ଆଇନର ବିଲ ପାସ ହୋଇଥିଲେ ମଧ୍ୟ କୃଷକଙ୍କର ଏପରି ଉତ୍ତେଜନା ପାଇଁ ତାହାକୁ ଏବେ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତେବେ ଏକ ଚୂଡାନ୍ତ ନିଷ୍ପତ୍ତି ପରେ ଏହାର ସମାଧାନ ପରେ ବିଲ ପାସ ହେବ ବୋଲି ଜଣାପଡୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।