ପରୀର ପରିବାର ପାଇଁ 9 ଲକ୍ଷ ଟଙ୍କା ସହାୟତା ଦେଲେ ରାଜ୍ୟସରକାର ! କଣ ଟଙ୍କା ଦେଇ ଓଡିଶାର ଅତ୍ୟାଚାର କୁ ବନ୍ଦ କରିଦଆଯିବ କି ? ଏଥିରେ ଆପଣ ଙ୍କ ମତାମତ କମେଣ୍ଟ କରନ୍ତୁ….

ପ୍ରାୟ ଦୁଇ ମାସ ତଳେ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଜଣେ 5 ବର୍ଷର ନାବାଳିକା କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ । ତେବେ ପରୀ କୁ ନ୍ୟାୟ ଦେବା ପାଇଁ ସାରା ରାଜ୍ୟରେ ଚାଞ୍ଚଲ୍ୟ ପଡିଥିଲା । ମୃତ୍ୟୁ ପରେ ତାର ମା’ ଓ ବାପା କିପରି ଭାବରେ ନ୍ୟାୟ ପାଇଁ ବ୍ୟାକୁଳ ହୋଇଥିଲେ । ତାଙ୍କର ଝିଅକୁ ନ୍ୟାୟ ଦେବା ପାଇଁ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ ମଧ୍ୟ କରିଥିଲେ । ବାପା ମାଙ୍କର ଏପରି କାମକୁ ଦେଖିକରି ଏବଂ ରାଜ୍ୟ ବାସୀଙ୍କର ଚାଞ୍ଚଲ୍ୟକୁ ଦେଖିକରି ସରକାର ଏସଆଇଟି ଟିମକୁ ଏହି ମାମଲାର ଯାଞ୍ଚ କରିବା ପାଇଁ ଆଦେଶ ଦେଇଥିଲେ । ଏହାରି ଭିତରେ ପରି ହତ୍ୟା ଆଜି କୁ ପାଞ୍ଚ ମାସ ବିତି ଯାଇଥିଲେ ବି କୌଣସି ସାକ୍ଷୀ ପ୍ରମାଣ ମିଳି ପାରିନାହିଁ ।

ପରୀ ଘଟଣାକୁ ଏସାଇଟି ଟିମ ମୁଖ୍ୟ ଅରୁଣ ବୋଥ୍ରା ତଦନ୍ତ କରୁଥିଲେ ଏବଂ ସେ ଏହି ମାମାର ଦୋଷୀ ସରୋଜ ସେଠାକୁ ମଧ୍ୟ କହିଥିଲେ । ମାତ୍ର ତାହା ପରେ ଅରୁଣ ବୋଥ୍ରାଙ୍କର ସେହି ଦୋଷୀକୁ ମିଥ୍ୟା ବୋଲି କୁହଗଲା ପରୀର ବାପା ମା କହିଥିଲେ କି ସରୋଜ ଦେଷୀ ନୁହେଁ ତାହାକୁ ଫସେଇ ଦିଆଯାଉଛି ।

ଏହା ସହ ଏହି ମାମଲାରେ ବଡ ବଡ ଲୋକ ମାନଙ୍କର ହାତ ରହିଛି ତେଣୁ ସେମାନେ ଏହି କେସରୁ ହଟିଯାଇ ସରୋଜକୁ ଦୋଷୀ ସାବ୍ୟସ୍ତ କରୁଛନ୍ତି । ପରୀର ବାପା ମା ଏହା ମଧ୍ୟ କହିଥିଲେ କି ଏସାଇଟି ମୁଖ୍ୟ ଅରୁଣ ବୋଥ୍ରା ସେହି ଲୋକମାନଙ୍କ ସହ ସାମିଲ ହୋଇଛନ୍ତି ଏବଂ କେସକୁ ଅନ୍ୟ ଜଣକ ମୁଣ୍ଡରେ ବୋଳି ଦେଉଛନ୍ତି । ତେବେ ପରୀର ବାପା ମା ଏବଂ ଗ୍ରାମର ଲୋକମାନଙ୍କର ଏପରି କଥା ଶୁଣିବା ଏବେ ପର୍ଯ୍ୟନ୍ତ ସେହି ଘଟଣାର ଯାଞ୍ଚ ଚାଲିଛି । ତାହାର ପ୍ରକୃତ ଦୋଷୀ ଏବେ ପର୍ଯ୍ୟନ୍ତ ମଧ୍ୟ ଧରା ପଡିନାହିଁ ।

ପରୀର ବାପା ମା କହୁଛନ୍ତି କି ଏହି ମାମଲାର ସିବିଆଇ ଯାଞ୍ଚ କରୁ ବୋଲି ଦେଲେ ତାଙ୍କର ଝିଅଙ୍କୁ ନ୍ୟାୟ ମିଳିବ । ଏହା ସହିତ ନିର୍ଭୟା ମାମଲାରେ ଯେଉଁ ଓକିଲ କେସ ଲଢୁଥିଲେ ଏବଂ ତାହାକୁ ନ୍ୟାୟ ପ୍ରଦାନ କରିଥିଲେ ତେବେ ପରୀର କେସ ମଧ୍ୟ ସେହି ଓକିଲ ଲଢିବେ ବୋଲି ଶୁଣିବାକୁ ମିଳିଥିଲା । ମାତ୍ର ଏବେ ପର୍ଯ୍ୟନ୍ତ ପରୀ କେସରେ କଣ ହେଉଛି ତାହା ଜଣାପଡିନାହିଁ ।

ଏବେକା ସମୟରେ ପୀରର ବାପା ମାଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି , ଓଡ଼ିଶା ଷ୍ଟେଟ୍ ଲିଗାଲ୍ ସର୍ଭିସ ଅଥରିଟି ପକ୍ଷରୁ ଏହି ଘୋଷଣା ହୋଇଛି କି ପରୀର ପରିବାରକୁ 9 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।

ଏହି ଟଙ୍କା ର 50 ପ୍ରତିଶତ ପ୍ରଥମେ ସଂଙ୍ଗେ ସଂଙ୍ଗେ ଦିଆଯିବ ଏବଂ ଅନ୍ୟ 50 ପ୍ରତିଶତ କେଶର ଶୁଣାଣି ପରେ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ତେବେ ଆଗକୁ ଜଣାପଡିବ କି ଏହି ମାମଲାର ଶୁଣାଣିରେ କିଏ ଦୋଷୀ ଏବଂ କିଏ ନିର୍ଦ୍ଦୋଷ ବୋଲି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।