ଘଟଗାଁ ତାରିଣୀ ମାଙ୍କ ଜାଣନ୍ତୁ ଅଲୌକକତାର କାହାଣୀ ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ! ମନରେ ଭକ୍ତିଥିଲେ ଆଜି ସନ୍ଧ୍ୟାରେ ଦୁଇଥର କହିଦିଅନ୍ତୁ “ଜୟ ମା ତାରିଣୀ ,

ପ୍ରତ୍ୟେକ ମନୁଷ୍ୟ ମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ଏବଂ ତାଙ୍କର ପୂଜା ମଧ୍ୟ କରନ୍ତି । ଏଥିପାଇଁ ଭଗବାନଙ୍କର କିଛି କଥା ଶୁଣିଲେ ସେମାନେ ମନ ଧ୍ୟାନ ଦେଇକରି ଦେଖିଥାନ୍ତି । ଅନେକ ମନ୍ଦିର ମଧ୍ୟ ଦର୍ଶନ କରିବା ପାଇଁ ଯାଆନ୍ତି ଏବଂ ନିଜର ମନସ୍କାମନା ଭଗବାନଙ୍କର ନିକଟରେ କହିଥାନ୍ତି । ଅନେକ ଲୋକମାନେ ପୁରାଣ , ଗୀତା , ଭାଗବତ ଆଦିର ପାଠ ମଧ୍ୟ କରନ୍ତି ଏବଂ ଆଗ କାଳରେ ଭଗବାନଙ୍କର ଲୀଳା କଣ ଥିଲା , କେଉଁଠାରେ କଣ ସବୁ ହୋଇଥିଲା ସେ ବିଷୟରେ ଜାଣିପାରନ୍ତି । ତେବେ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ସେହିପରି ଏକ ଘଟଣା ବିଷୟରେ କହିବୁ , ଯାହାକି ଆଗ କାଳର କିଛି ଘଟଣା ସହ ସଂପୃକ୍ତ ଅଟେ ।

ଆପଣ ମାନେ ତ ଓଡିଶାର ଘଟଗାଁ ତାରଣୀ ମନ୍ଦିର କେବେ ନା କେବେ ତ ନିଶ୍ଚିତ ରୂପରେ ଯାଇଥିବେ । ଆପଣଙ୍କର କୌଣସି ମାନସିକ ଥିଲେ ତାହାର ପୂରଣ କରିବା ପାଇଁ ଯାଆନ୍ତି କିମ୍ବା ସେଠାକୁ ଯାଇକରି କୌଣସି ମାନସିକ ମଧ୍ୟ କରିଥିବେ ।

ତେବେ ତାରିଣୀଙ୍କର ମହିମା ଅପାର , ସେ କେବେବି ନିଜ ଭକ୍ତକୁ ବିନା କୃପାରୁ ବିଦା କରିନାହାନ୍ତି । ତାଙ୍କର ଭକ୍ତର ସମସ୍ତ ମନସ୍କାମନାକୁ ସେ ପୂରଣ କରିଥାନ୍ତି । ଏଥିପାଇଁ ପ୍ରତ୍ୟେକ ଦିନ ସେଠାରେ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁଙ୍କର ଭିଡ ଜମିଥାଏ । ପ୍ରତିଦିନ ଏହି ପୀଠକୁ ଓଡିଶାର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ମାନେ ନଡିଆ ବାଡେଇବା ପାଇଁ ଆସିଥାନ୍ତି ।

ଆପଣ ମାନେ ତ ସେହି ମନ୍ଦିରକୁ ଯାଇଛନ୍ତି ମାତ୍ର କେବବେ ଭାବିଛନ୍ତି କି ସେହି ମନ୍ଦିରଟି କିପରି ରୂପେ ଆର୍ବିଭାବ ହୋଇଥିଲା ବୋଲି । କିପରି ମା ତାରିଣୀ ସେଠାରେ ବିରାଜ ମାନ କରିଥିଲେ , ତେବେ ଆଜି ଆମେ ଆପଣ ମାନଙ୍କୁ ସେହି କଥା ବିଷୟରେ କହିବୁ ଯାହା ଆମ ଶାସ୍ତ୍ରରେ ବର୍ଣ୍ଣିତ ହୋଇ ରହିଛି କି ମା ତାରିଣୀ କିପରି ରୂପରେ ସେଠାରେ ବିରାଜ ମାନ କରିଥିଲେ ।

ସୂଚନା ଯୋଗ୍ୟ କି ଦିନେ ମା ସେଠିକାର ଗୋବିନ୍ଦ ଭଞ୍ଜ ରାଜା ଥିବା ସମୟରେ ତାଙ୍କୁ ସ୍ୱପ୍ନାଦେଶ କରିଥିଲେ କି ମୁଁ ଏବେ ପୁରୀରେ ରହିଛି ମାତ୍ର ମୁଁ ଏବେ କେନ୍ଦୁଝର ଯିବା ପାଇଁ ଚାହୁଁଅଛି । ତେବେ ମାଙ୍କର ସେପରି ସ୍ୱପ୍ନଦେଶକୁ ଶୁଣି ଗୋବିନ୍ଦ ଭଞ୍ଜ ପୁରୀ ଚାଲିଲେ ମାଙ୍କୁ ଆଣିବା ପାଇଁ ମାତ୍ର ଯେତେବେଳେ ସେ ପୁରୀରେ ଯାଇକରି ପହଞ୍ଚିଲେ ତ ଦେଖିଲେ କି ସେହି ସମୟରେ ସଠାରେ ରାଜା ଗଜପତି ମହାରାଜାଙ୍କର ଶାସନ ଚାଲିଛି । ତେବେ ମାଙ୍କୁ ସେଠାରୁ ଆଣିବା ପାଇଁ ହେଲେ ଗଜପତି ମହାରାଜାଙ୍କର ଆଦେଶ ଆଣିବା ପଡିବ ।

ଯେତେବେଳେ ବୋବିନ୍ଦ ଭଞ୍ଜ ଏହି କଥା ଭାବୁଥିଲେ ସେହି ସମୟରେ ମା ଗଜପତି ମହାରାଜଙ୍କୁ ସ୍ୱପ୍ନଦେଶ କଲେ କି ମୁଁ ଗୋବିନ୍ଦ ସହ କେନ୍ଦୁଝର ଯିବି ତେବେ ମାଙ୍କର ଏପରି ଆଦେଶ ଶୁଣି ରାଜା ଗଜପତି ମାଙ୍କୁ ଗୋବିନ୍ଦଙ୍କ ହାତରେ ଦେଇଥିଲେ ।

ଯେତେବେଳେ ଗୋବିନ୍ଦ ରାସ୍ତାରେ ଆସୁଥିଲେ ସେହି ସମୟେର ଆନନ୍ଦପୁର ଅତିକ୍ରମ କରିବା କ୍ଷଣି ତାଙ୍କର ଘୋଡା ଆଉ ଚାଲିଲା ନାହିଁ । ଯେପରି ଗୋବିନ୍ଦଙ୍କର ଘୋଡା ଚାଲିଲା ନାହିଁ ସେହି ସମୟରେ ଗୋବିନ୍ଦ ପଛକୁ ଚାହିଁ ଦେଇଥିଲେ ଏବଂ ସେ ପଛକୁ ଚାହିଁବା କାରଣରୁ ମା ସେହିଠାରେ ରହିଗଲେ ଆଉ ଆଗକୁ ଗଲେ ନାହିଁ । ତେବେ ସେହି ଦିନଠାରୁ ସେହିଠାରେ ହିଁ ମା ଘଟଗାଁ ତାରିଣୀକୁ ସମସ୍ତେ ପୂଜା କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।