ଲେଡି ପୋଲିସ୍ ଅଧିକାରୀଙ୍କ ମହତ କାମ ! ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କ ଶବ କୁ କାନ୍ଧଦେଲେ ଏବଂ ମୁଖାଗ୍ନି ମଧ୍ୟ ଦେଲେ ! ଦୟାକରି ଏହି ମହିଳା ପୋଲିସ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ….

ବର୍ତ୍ତମାନ ସମୟରେ ସମସ୍ତେ ପ୍ରାୟତଃ ସୋସିଆଲ ମିଡିଆ ସସହ ଜଡିତ,ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖିବାକୁ ପାଇଥାଉ । ବହୁତ ସମୟରେ ଆମେ କିଛି ଏପରି ପୋଲିସ୍ କର୍ମଚାରୀଙ୍କ ବିଷୟରେ ଜାଣିବାକୁ ପାଇଥାଉ ,ଯେଉଂଥିପାଇଁ ଆମ ମନରେ ତାଙ୍କ ପାଇଁ ବର୍ଗ ଆସିଥାଏ ତ ପୁଣି କେତେବେଳେ ଏପରି କିଛି ପୋଲିସ୍ କର୍ମଚାରୀଙ୍କ ବିଷୟରେ ଜାଣିବାକୁ ପାଇଥାଉ ଯାହଦ୍ବାରା ଆମେ ପୋଲିସ୍ ଡିପାର୍ଟମେଣ୍ଟ ଉଫରକୁ ଆଙ୍ଗୁଳି ମଧ୍ୟ ଉଠାଇଥାଏ ।

କିନ୍ତୁ ସତ କହିବାକୁ ଗଲେ ସତ ସବୁ ପୋଲିସ୍ କର୍ମଚାରୀ ଏକା ପରି ନୁହଁନ୍ତି , ଏପରି ମଧ୍ୟ ଅନେକ ପୋଲିସ କର୍ମଚାରୀ ଅଛନ୍ତି ଯେଉଁମାନଙ୍କ ଭିତରେ ମାନବିକତା ରହିଛି । ତେବେ ଆଜି ଆମେ ଆପଣଙ୍କୁ ସେହି ପରି ଗୋଟିଏ ଭିଡିଓ ବିଷୟରେ ଏହି ଲେଖା ମାଧ୍ୟମରେ ଜଣାଇବାକୁ ଯାଉଛୁ ଯାହା ଜାଣିବା ପରେ ଆପଣଙ୍କ ପୋଲିସଙ୍କ ଉପରୁ ଧାରଣା ସଂମ୍ପୂର୍ଣ୍ଣ ବଦଳିଯିବ ।ଏହି ଭିଡିଓଟି ଆମ ସମାଜ ପାଇଂ ଏବଂ ଆମ ପୋଲିସ୍ ବ୍ୟବସ୍ଥା ପାଇଁ ଏକ ଉତ୍ସାହଜନକ ଚିତ୍ର ନିଶ୍ଚୟ । ଜଣେ ବୃଦ୍ଧଙ୍କ ଶବକୁ ନିଜ କାନ୍ଧରେ ଟେକିଟେକି ବିଲ ରାସ୍ତାରେ ଚାଲିଛନ୍ତି ଜଣେ ଅଳ୍ପ ବୟସ ମହିଳା ପୋଲିସ୍ ଅଧିକାରୀଣି । ଆଜିକାଲିର ଯୁବପିଢିର ପରି ନିଜ ଫେସବୁକ୍ କିମ୍ବା ଇଷ୍ଟାଗ୍ରାମରେ ସଉକରେ ଭିଡିଓ ପୋଷ୍ଟ କରିବାକୁ ମହିଳା ପୋଲିସ୍ ଏହି ଭିଡିଓ ସୁଟିଂ କରିନାହାଁନ୍ତି । ଏହି ପୂରା ଘଟଣା ଜାଣିଲେ ସେହି ୟଙ୍ଗୋ ଲେଡି ପୋଲିସ୍ ଅଧିକାରୀଙ୍କତ ପାଖରେ ଆପଣଙ୍କ ମୁଣ୍ଡ ନିଇଁଯିବ ।

ଜଣେ ବୃ୍ଦ୍ଧଙ୍କ ମୃତଦେହ କାନ୍ଧରେ ବୋହୁଥିବା ଲେଡି ପୋଲିସ୍ ଅଧିକାରୀଙ୍କ ନାଁ ହେଲା ସିରିଷା । ଆନ୍ଧ୍ରପ୍ରଦେଶର ଶିକାକୂଲକ ଜିଲ୍ଲାର ଜଣେ ଯୁବ ପୋଲିସ୍ ଏସଆଇ, ପୂରା ଘଟଣାଟି ଏହପରି ।

ଆନ୍ଧ୍ରପ୍ରଦେଶ ଶ୍ରୀକାକୂଲକ ଜିଲ୍ଲା ବୋନାସା ପୌରପାଳିକାର କାଶିବୁଗା ଅଧିନରେ ଥିବା ଅଦାବିକଟୁର ଗାଁପାଖ କ୍ଷେତରେ ଜଣେ ଅଜ୍ଞାତ ବୃଦ୍ଧଙ୍କ ମୃତଦେହ ପଡିଥିବା ଲୋକମାନେ ଦେଖିବାକୁ ପାଇଥିଲେ ,ଏହାପରେ ଲୋକମାନେ ସ୍ଥାନୀୟ କାଶିବୁଗା ପୋଲିସ୍ ଖବର ଦେଇଥିଲେ । ଆଉ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ସିରିଷା ।


ତଦନ୍ତ ପରେ ସେ ଜାଣିବାକୁ ପାଇଥିଲେ ମୃତ୍ୟୁବରଣ କରିଥିବା ବୃଦ୍ଧ ଜଣଙ୍କୁ କେହି ଚିହ୍ନି ନାହାଁନ୍ତି । ତେଣୁ ଶବ ଉଠାଇ ସତ୍କାର କରିବାକୁ କେହି ରାଜି ହେଲେନି । ପୋଲିସ୍ ଏସଆଇ ସିରିଷା ଗାଁଲୋକଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେହି ରାଜି ହେଇନଥିଲେ । ତେଣୁ ସିରିଷା ଆଉ କାଳବିଳମ୍ବ ନକରି ଜଣେ ଦୁଇଜଣ ଲୋକଙ୍କ ସହଯୋଗରେ ନିଜେ ସିରିଷା କାନ୍ଧରେ ପ୍ରାୟ 2 କିଲୋମିଟର ପର୍ଯ୍ୟନ୍ତ ବିଲହିଡ ରାସ୍ତାରେ ବୋହିବା ଆରମ୍ଭ କରିଥିଲେ ବୃଦ୍ଧଙ୍କୁ ।

ଏହାପରେ କାଶିବୁଗା ସ୍ଥିତି ଲଳିତାଚାରିଟେବୁଲ ଟ୍ରଷ୍ଟକୁ ଦେଇଥିଲେ ,ପରେ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟଙ୍କ ସହାୟତାରେ ଶବସତ୍କାର କରାଯାଇଥିଲା । ଆଉ ବୃଦ୍ଧଙ୍କୁ ମୁଖାଗ୍ନି ଦେଇଥିଲେ ନିଜେ ପୋଲିସ୍ ଏସଆଇ ସିରିଷା ।

ପୋଲିସ୍ ବିଷୟରେ ଆମେ ସବୁବେଳେ ନକରାତ୍ମକ ଆଲୋଚନା କରିଥାନ୍ତି କିନ୍ତୁ ପୋଲିସ୍ ବିଭାଗରେ ମଧ୍ୟ ହୃଦୟବାନ ମଣିଷ ଥାଆନ୍ତି । ଏହି ୟୋଙ୍ଗ ଲେଡି ପୋଲିସ୍ ସିରିଷା ଏହାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଆଜି ଯେତେବେଳେ ମଣିଷ ନିଜ ସଂପର୍କୀୟଙ୍କୁ ମଧ୍ୟ ମୁଖାଗ୍ନି ଦେବାକୁ ରାଜି ହେଉନାହାଁନ୍ତି ,ସେତେବେଳେ ପୋଲିସ୍ ଏସଆଇ ସିରିଷାଙ୍କର ଏହି କାର୍ଯ୍ୟ ସାରା ଆନ୍ଧ୍ରପ୍ରଦେଶରେ ଚର୍ଚ୍ଚାରେ ବିଷୟ ପାଲଟିଛି । ତାଙ୍କୁ ଶ୍ରୀକାକୁଲମ ଜିଲ୍ଲା ପୋଲିସ୍ ଭୂଇୟସୀ ପ୍ରଶଂସା କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।