ଚାଷି ମାନଙ୍କ ପାଇଁ ଆସିଲା ଖୁସିଖବର ! ମାର୍ଚ୍ଚରେ ମିଳିବ କାଳିଆ ଟଙ୍କା କିନ୍ତୁ ଏଥର କିଛି ଅଲଗା ଢଙ୍ଗରେ , ଖବରଟି ନିଶ୍ଚିତ ପଢନ୍ତୁ ଏବଂ ଜାଣନ୍ତୁ ପୁରା ବିବରଣୀ….

ଆପଣ ମାନେ ତ ଜାଣଇଛନ୍ତି କି କୃଷି ମାନଙ୍କର ଉନ୍ନତି ପାଇଁ ସରକାର ସର୍ବଦା ଚେଷ୍ଟିତ ରହିଥାନ୍ତି , ଏପରିକି ତାଙ୍କୁ ଅନେକ ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି । କୃଷି ମାନଙ୍କର ସହାୟତା ପାଇଁ ଆମ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଆରମ୍ଭ କରିଥିଲେ ଯେଉଁଥିରେ ସେମାନଙ୍କୁ ଟଙ୍କା ମିଳିପାରୁଥିଲା ମାତ୍ର ଏହି 2020 ରେ କୋଭିଡ ପାଇଁ ଏହି ଟଙ୍କା ମିଳିପାରିନାହିଁ । ତେବେ ଏବେକା ସମୟରେ ସୂଚନା ମିଳୁଛି କି ଏହି କାଳିଆ ଯୋଜନାର ପଇସା 2021 ମାର୍ଚ୍ଚ ମାସରେ ପ୍ରଦାନ କରାଯିବ ବୋଲି ।

କିନ୍ତୁ ତାହା ମିଳିବ ଟିକେ ଭିନ୍ନ ଢଙ୍ଗରେ । ତେବେ କଣ ରହିଛି ସେହି ଭିନ୍ନ ଢଙ୍ଗ ଏବଂ ଆପଣ ମାନେ କିପରି ପାଇ ପାରିବେ କାଳିଆ ଯୋଜନାର ପଇସା ଆସନ୍ତୁ ଜାଣିବା ସେ ବିଷୟରେ ।

କାଳିଆ ଯୋଜନାର ତୃତୀୟ କିସ୍ତି ଟଙ୍କା 2020 ରେ ପ୍ରଦାନ କରାଯିବାର ଥିଲା କିନ୍ତୁ କୋଭିଡ କାରଣ ପାଇଁ ଏହି ଟଙ୍କା ପ୍ରଦାନ କରାଯାଇ ପାରିନାହିଁ । ମାତ୍ର ବର୍ତ୍ତମାନ କାଳିଆ ଯୋଜନାକୁ ନେଇ କରି ଏକ ବହୁତ ବଡ କଥା ଆମ ମାନଙ୍କ ସାମ୍ନାକୁ ଆସିଛି । ସୂଚନା ଅନୁସାରେ କାଳିଆ ଯୋଜନାର ତୃତୀୟ କିସ୍ତି ଟଙ୍କା ଚାଷୀଙ୍କୁ ଆସନ୍ତା ମାର୍ଚ୍ଚ ମାସରେ ପ୍ରଦାନ କରାଯିବ ମାତ୍ର ତାହା ଟିକ ଭିନ୍ନ ଢଙ୍ଗରେ । ଏଥିପାଇଁ ସରକାର ଏହି ଟଙ୍କା ପ୍ରଦାନ କରିବା ପାଇଁ ସଜବାଜ ହେଲେଣି ।

ତୃତୀୟ କିସ୍ତି ଅର୍ଥ ପ୍ରଦାନ ବେଳେ ପିଏମ କିସ୍ତି ସହାୟତା ଅର୍ଥର ସାହାରା ନେବାକୁ ସରକାର ଯୋଜନା କରିଛନ୍ତି । ପିଏମ କିଷାନ ଶ୍ରମ ନିଧି ଯୋଜନାରେ 6000 ଟଙ୍କା ଏବଂ କ୍ଷୁଦ୍ର ଏବଂ ନାମ ଭିତ୍ତିକ ,ଚାଷୀଙ୍କୁ କାଳିଆ ଯୋଜନାରେ 4000 ଟଙ୍କା ଲେଖାଁଏ ପ୍ରଦାନ କରାଯିବ । ଅର୍ଥାତ ସରକାର ଚାଷୀଙ୍କୁ ବାର୍ଷିକ 10000 ଟଙ୍କା ପ୍ରଦାନ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପିଏମ କିଷାନ ଅର୍ଥ ସହିତ ଟୋପ ଭଳି ପ୍ରଦାନ କରିବେ ।

ଏଥି ସହିତ କୃଷି ବିଭାଗର ଜଣେ ଅଧିକାରୀଙ୍କର କହିବା ଅନୁସାରେ ସରକାର ଆଉ 2019 ରବି ଋତୁ ପାଇଁ କାଳିଆ ସହାୟତା ପ୍ରଦାନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ମାତ୍ର 2020 ଖରିଫ ଏବଂ ରବି ଋତୁ ପାଇଁ କାଳିଆର ତୃତୀୟ କିସ୍ତି ଏବଂ ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବାକୁ ସରକାର ସ୍ଥିର କରିଛନ୍ତି ।

ରାଜ୍ୟ ସରକାର ନିଜ ଅର୍ଥରୁ 16 ଲକ୍ଷ 9 ହଜାର 402 ଜଣଙ୍କୁ ମେହେନ ଚାଷୀଙ୍କୁ ଆଉ ମାତ୍ର 2500 ଟଙ୍କା ଲେଖାଏଁ ପ୍ରଦାନ କରି ପ୍ରତିଶ୍ରୁତି ମୁତାବକ 12500 ଟଙ୍କା ହେବ । 2020 ବର୍ଷର ତୃତୀୟ କିସ୍ତି ଚଳିତ ବର୍ଷ ମାର୍ଚ୍ଚ ମାସରେ ମିଳିବାକୁ ଅନୁମାନ କରାଯାଉଥିବା ବେଳେ 2021 ଖରିଫ ଫସଲ ପାଇଁ ସରାକର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ବୋଲି ସଂପୃକ୍ତ ଅଧିକାରୀ ଜଣକ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।