ରାସନ କାର୍ଡ ଧାରୀଙ୍କ ପାଇଁ ଜରୁରୀ ଖବର; ଏବେ OTP ଦେଲେ ମିଳିବ ରାସନ୍ ! ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ ଏବଂ କମେଣ୍ଟ କରନ୍ତୁ….

ରାସନ କାର୍ଡ ଧାରୀଙ୍କ ପାଇଁ ଜରୁରୀ ଖବର; ଏବେ OTP ଦେଲେ ମିଳିବ ରାସନ୍ । ତେବେ ତେଲେଙ୍ଗାନା ସରକାର ଙ୍କ ବଡ ନିଷ୍ପତି OTP ଜରିଆରେ ଏବେ ମିଳିବ ହିତାଧୀ କାରୀ ଙ୍କୁ ସହଜ ଏବଂ ସୁବିଧା ରେ ରାସନ ସାମଗ୍ରୀ କିନ୍ତୁ ଏଥି ପାଇଂ କିଛି ନିୟମାବଳୀ ମଧ୍ୟ ଲାଗୁ ହୋଇଛି । ତେବେ ଚାଲନ୍ତୁ ଜାଣି ନେବା କଣ ସେହି ନିୟମାବଳୀ ଏବଂ କେଉଁ ଭଳି ଭାବରେ ତଥା କେବେ ଠୁ ଏହି ନିୟମ ଲାଗୁ ହେବେ ସେ ବିଷୟ ରେ ସଂମ୍ପୂର୍ଣ୍ଣ ବିବରଣୀ ଜାଣିବା କିନ୍ତୁ ସେଥି ପାଇଁ ଆପଣ ମାନଙ୍କୁ ଆମର ଏହି ଛୋଟିଆ ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢିବାକୁ ହେବ ।

ତେବେ ସାଧାରଣତଃ ରାସନ କାର୍ଡ ହିତାଧୀକାରୀଙ୍କ ସମେତ ଅର୍ଣ୍ଣପୂର୍ଣ୍ଣା ତଥା ଅନ୍ତର୍ଦୟ କାର୍ଡ ଧାରୀଙ୍କୁ ପ୍ରତି ମାସ ମିଳୁଥିବା ରାସନ ସାମଗ୍ରୀ ଏବେ ବାୟୋ ମେଟ୍ରିକ ପଦ୍ଧତି ସ୍ଥାନ ରେ ମୋବାଇଲ୍ OTP ଏବଂ ଆଇରେସ୍ ଅତ୍ଥନଟିକି ଜରିଆରେ ମିଳିବ ।

ତେବେ ଜାଚୀୟ ଗଣ ମାଧ୍ୟମ ଦ ହିନ୍ଦୁ ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରାସନ କାର୍ଡ ସହ ଜଡିତ ଏହି ନିୟମ ଦେଶର ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନା ରେ ଫେବୃୟାରୀ 1 ତାରିଖ ତଥା ଆଜି ଠାରୁ ଲାଗୁ ହେବାକୁ ଯାଉଛି । ତେବେ ତେଲେଙ୍ଗାନା ସରକାର ଏଭଳି ନିଷ୍ପତି କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ନେଇଛନ୍ତି ।

ମୋବାଇଲ୍ ନମ୍ବର ସହ ଆଧାର ଲିଙ୍କ୍ ନିତ୍ୟାନ୍ତ ଜରୁରୀ –

ତେବେ ତେଲେଙ୍ଗାନା ର ସିଭିଲ୍ ଯୋଗାଣ ବିଭାଗ ର ଜଣେ ବରିଷ୍ଠ ଅଧିକାରୀ ଙ୍କ ସୂଚନା ଅନୁସାରେ ସମସ୍ତ କାର୍ଡ ଧାରୀ ଙ୍କୁ ରାସନ୍ ପାଇଁ ଆଧାର କାର୍ଡ କୁ ନିଜ ମୋବାଇଲ୍ ନମ୍ବର ସହ ଲିଙ୍କ କରିବାକୁ ପଡ଼ିବ । ଯାହା ଦ୍ବାରା କି ଉକ୍ତ ନମ୍ବର ରେ ସରକାର ଙ୍କ ତରଫରୁ ସହଜ ରେ OTP ପଠା ଯାଇ ପାରିବ । ତେବେ ଏହି ନିଷ୍ପତି ତେଲେଙ୍ଗାନା ହାଇକୋର୍ଟ ଙ୍କ ଦ୍ବାରା ଜାରି ହୋଇ ଥିବା ଏକ ନିର୍ଦ୍ଦେଶାବଳୀ ଅନୁଯାୟୀ ସରକାର ଲାଗୁ କରିଛନ୍ତି ।

ବାୟୋମେଟ୍ରିକ ଜାଗା ରେ OTP ରେ ମିଳିବ ରାସନ ସାମଗ୍ରୀ –

ତେବେ ପ୍ରାଥମିକ ପର୍ଯ୍ୟାୟ ରେ ତେଲେଙ୍ଗାନା ର ହାଇଦ୍ରାବାଦ ଏବଂ ରଙ୍ଗାରେଡି ଜିଲ୍ଲା ରେ ଏହି ସୁବିଧା ଫେବୃୟାରୀ ମାସ 1 ତାରିଖ ରୁ ଅର୍ଥାତ ଆଜି ଠାରୁ ଲାଗୁ ହେବ । ଏହି ଦୁଇ ଜିଲ୍ଲା ରେ ହିତାଧୀକାରୀ ଙ୍କ ରେଜିଷ୍ଟ୍ର ମୋବାଇଲ୍ ନମ୍ବର କୁ OTP ଜରିଆରେ ରାସନ ସାମଗ୍ରୀ ନେବାର ସୁବିଧା ପ୍ରଦାନ କରା ଯିବ । ଫଳ ରେ ରାସନ ନେବା ପାଇଁ ଲୋକ ଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ ରେ ଛିଡା ହେବାକୁ ପଡିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।