ସରକାର ନେଲେ ବଡ ନିଷ୍ପତି ,ଆଜିଠୁ ବଦଳିବ ଏହି ଦଶଟି ନିୟମ , ଜାଣିରଖନ୍ତୁ ନଚେତ ହୋଇପାରନ୍ତି ଅସୁବିଧା ର ସାମ୍ନା….

ଆଜିଠୁ ବଦଳିବ ଏହି ଦଶଟି ନିୟମ , ତେବେ କଣ ଶସ୍ତା ରହିବ ଏବଂ କଣ ମହଙ୍ଗା , ଏଥିପାଇଁ ଲୋକଙ୍କର ପକେଟ ଉପରେ ପ୍ରଭାବ ପଡିବ କି । ପାଖାପାଖି ଦିନ 11 ଟାରେ ଘୋଷଣା ହେବ 2021–22 ଆର୍ଥିକ ବଜେଟ । ଏହିଥର କେଉଁ କ୍ଷେତ୍ରରେ କେନ୍ଦ୍ର ସରକାର କରି ପାରନ୍ତି ବଡ ପରିବର୍ତ୍ତନ । ଆଣିପାରନ୍ତି ନୂଆ ନୂଆ ନିୟମ । ତେବେ ଆସନ୍ତୁ ଜାଣିବା ଆଜିଠାରୁ କେଉଁ କେଉଁ ନିୟମରେ ପରିବର୍ତ୍ତନ ହେବ ଏବଂ ଏହାର ପ୍ରଭାବ ଲୋକଙ୍କର ଉପରେ କେତେ ମାତ୍ରାରେ ପଡିବ ।

1–ମହଙ୍ଗା ହେବ ଏଲପିଜିବର୍ତ୍ତମାନ ସମୟରେ ପେଟ୍ରୋଲ ଡିଜେଲର ଦର ବଢି ଚାଲିଥିବା ସମୟରେ ଆଜିଠୁ ମହଙ୍ଗା ହେବାକୁ ଯାଉଛି ରୋଷେଇ ଗ୍ୟାସ । କରୋନା କାଳରେ ପନିପରିବା ଠାରୁ ଆରମ୍ଭ କରି ରାସନ ସାମଗ୍ରୀ ସବୁ ମହଙ୍ଗା ହୋଇଛି । ଏହା ପରେ ଏଲପିଜି ଟଙ୍କା ବଢିବା ଲୋକଙ୍କର ଉପରେ ବଡ ପ୍ରଭାବ ପକେଇବ । ଆଜିଠାରୁ ଏଲପିଜି , ସିଏନଜି ଏବଂ ପିଏନଜିର ଦାମ ବଢିବ ବୋଲି ସୂଚନାରୁ ଜଣା ପଡିଛି ।

2–ପିଏନବି ଗ୍ରାହକଙ୍କ ପାଇଁ ବଡ ଖବର

ପଞ୍ଜାବ ନେସନାଲ ଗ୍ରାହକଙ୍କ ପାଇଁ ବଡ ଖବର , ଆଜି ଠାରୁ ବଦଳିଲା ଏଟିଏମରୁ ଟଙ୍କା ଉଠାଣ ନିୟମ । ଅନ୍ୟ ଏଟିଏମରୁ ଟଙ୍କା ଉଠାଇ ପାରିବେ ନାହିଁ ପିଏନବି ଗ୍ରାହକ ମାନେ । ସାରା ଦେଶରେ ବଢି ଚାଲିଥିବା ଏଟିଏମ ଠକେଇକୁ ରୋକିବା ପାଇଁ ବ୍ୟାଙ୍କ ତରଫରୁ ଏପରି ନିଷ୍ପତ୍ତି ନିଆ ଯାଇଛି ।

3–ସହଜ ହେବ ବାହାର ରାଜ୍ୟକୁ ଗମନା ଗମନ

ଏଣିକି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ମାଲ ପରିବହନ ଉପରେ ଗାଡି ଗୁଡିକ ଅନୁମତି ନେବାକୁ ପଡିବ ନାହିଁ । ମାତ୍ର କରୋନା କଟକଣାକୁ ପାଳନ କରିବା ବାଧ୍ୟତା ମୂଳକ ରହିବ ।

4–ସିନେମା ହଲରେ ପରିବର୍ତ୍ତନ

ସିନେମା ହଲରେ ଆଜିଠାରୁ ଶତ ପ୍ରତିଶତ ଲୋକ ସିନେମା ଦେଖିପାରବେ । ପ୍ରତିଟି ସିଟକରେ ବସି ସିନେମାର ମଜା ନେଇପାରିବେ ମାତ୍ର କରୋନା କଟକତମାକୁ ମାନି କରି ସମସ୍ତ କାମ କରିବାକୁ ପଡିବ । ଯେଉଁଥିପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଗାଇଡ ଲାଇନ ଜାରି କରିଛନ୍ତି । ମାତ୍ର ଏ ବାବଦରେ ପରିସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ ।

5–ରାସନ କାର୍ଡରେ ବଡ ପରିବର୍ତ୍ତନ

ରାସନ କାର୍ଡ ହିତାଧିକାରୀ ବ୍ୟତୀତ ଅନ୍ନପୂର୍ଣ୍ଣା ବା ଅନ୍ତର୍ଦେୟ କାର୍ଡ ଧାରୀ ମାନଙ୍କୁ ପ୍ରତି ମାସ ମିଳୁଥିବା ରାସନ ସାମଗ୍ରୀ ଏବେ ବାୟୋମେଟ୍ରିକ ପଦ୍ଧତି ଅନୁସାରେ ମୋବାଇଲ ଓଟିପି ଏବଂ ଆଇଆରାଇଏସ ଜରିଆରେ ମିଳିବ ।

6–ଫ୍ରାକଲିନ ଟେମ୍ପଲେଟରେ ପରିବର୍ତ୍ତନ

ଫେବୃଆରୀ 1 ରୁ ଫ୍ରାକଲିନ ଟେମ୍ପଲେଟସନ ମ୍ୟୁଚୁଆଲ ଫଣ୍ଡ ର 6 ଟି ବନ୍ଦ ଯୋଜନାରେ ପାଣ୍ଠି ବିତରଣ ପ୍ରକ୍ରିୟା ସ୍ଥିର କରିବା ପାଇଁ ସୁପ୍ରିମ କୋର୍ଟ ନିଷ୍ପତ୍ତି ନେବେ ।

7–ନୂତନ ବିମାନର ଉଡାଣ

ସପାଇସ ଜେଟ 1 ଫେବୃଆରୀରୁ 20 ଟି ନୂତନ ବିମାନ ଘୋଷଣା କରିଛି । ଡେରାଡୁନ , ଅମୃତସର , ଉଦୟପୁର ଏବଂ ଦିଲ୍ଲୀ ସମେତ ଯୋଡି ହୋଇଥିବା ଅନ୍ୟ 20 ଟି ସହରକୁ ବିମାନ ଉଡିବାକୁ ଘୋଷଣା କରିଛି ।

8–ସମବାୟ ସମିତି ବ୍ୟାଙ୍କ

ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ସମିତି ବ୍ୟାଙ୍କର ଆଜିରଷ୍ଟ୍ରେଟ ବ୍ୟାଙ୍କକୁ ପୁଣି ଥରେ ଠିଆ କରିବା ପାଇଁ ଫେବୃଆରୀ 1 ସୁଦ୍ଧା ନିମେଷକଙ୍କର ନିକଟରେ ଏହାର ପ୍ରସ୍ତାବ ଦାଖଲ କରିବାର ସମୟ ସୀମା ସ୍ଥିର କରିଛନ୍ତି ।

9–ସ୍ଥାନୀୟ ଟ୍ରେନ ସେବା ଆରମ୍ଭ

ଫେବୃଆରୀ 1 ଠାରୁ ମହାରାଷ୍ଟ୍ର ଏବଂ ମୁମ୍ବାଇରେ ସାଧାରଣ ଲୋକଙ୍କ ପାଇଁ ସ୍ଥାନୀୟଟ୍ରେନ ସେବା ନିର୍ଦ୍ଦିଷ୍ଟ ସମୟରେ ଚାଲୁ ହେବ । ଯାହାକି କରୋନା ମହାମାରୀ ପାଇଁ ଦୀର୍ଘ ମାସ ହେବ ବନ୍ଦ ରହିଥିଲା ।

10–ଟ୍ରେନ ଚଳାଛଲ ବୃଦ୍ଧି

ଭାରତୀୟ ରେଳବାୟ ପକ୍ଷରୁ ବିଧିବନ୍ଧ ସୂଚନା ମିଳିନାହିଁ ତଥାପି ଆଶା କରାଯାଉଛି କି ବର୍ତ୍ତମାନ ସୟରେ ଟ୍ରେନ ସଂଖ୍ୟା ବୃଦ୍ଦି କରାଯାଇପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।