ସରକାରଙ୍କ ବଡ ଘୋଷଣା ! ଏଣିକି ପ୍ଲାଷ୍ଟିକ ଦେଲେ ମିଳିବ ମାଗଣା ଖାଇବା: ଜାଣନ୍ତୁ କେଉଁଠାରେ ମିଳୁଛି ଏମିତି ସୁବିଧା

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ବହୁତ ଖୁସି ହେବେ , କାରଣ ଏହା ଦ୍ୱାରା ଭୋକିଲା ରହୁଥିବା ଲୋକମନେ ଆଉ କେବେବି ଭୋକିଲା ରହିବେ ନାହିଁ । କାରଣ ଏବେକା ସମୟରେ ଏମିତି ଏକ ଅଭିଯାନ ଆରମ୍ଭ କରାଯାଇଛି ଯେଉଁ ଅଭିଯାନ ମାଧ୍ୟମରେ କେହି ଲୋକ ଯେମିତି ଭୋକିଲା ନରହିବେ ତାର ବ୍ୟବସ୍ଥା କରାଯାଇଅଛି ।ଆପଣ ମାନେ ଅନେକ ସମୟରେ ଦେଖିଥିବେ କି କେତେକ ଲୋକମାନେ ଏମିତି ରହିଛନ୍ତି ଯେଉଁମାନେ ବିଭିନ୍ନ ସ୍ଥାନରୁ ପ୍ଲିଷ୍ଟିକ , ଜରି ଆହୁରି କେତେକ ଜିନିଷ ଗୋଟାଉଥିବାର ଏବଂ ତାହାକୁ ନେଇ ହୁଏତ ସେମାନେ ବିତ୍କି କରିଥାନ୍ତି ଏବଂ ନିଜର ପେଟ ପୋଷିଥାନ୍ତି ।

ମାତ୍ର ଏବେ ଆଉ ସେତିକି କଷ୍ଟ କରିବାକୁ ପଡିବ ନାହିଁ ଅର୍ଥାତ ଆପଣ ମାନେ ସେହିପରି କିଛି ପ୍ଲାଷ୍ଟିକ ସଞ୍ଚୟ କରିପାରଲେ ଆପଣ ମାନଙ୍କୁ ମାଗଣାରେ ପେଟପୂରା ଖାଇବାକୁ ଦିଆଯିବ ।

ତେବେ ଏପରି ଏକ ଅଭିଯାନ ଦିଲ୍ଲୀ ନଗର ନିଗମ ଦ୍ୱାରକାର ନଜଫଗଡ ଜୋନ୍ ସ୍ଥିତ ବର୍ଦ୍ଧମାନ ପ୍ଲସ୍ ସିଟି ମଲରେ ଡାଇମଣ୍ଡ ସୁଇଟ୍ସ ଗାରବେଜ୍ କାଫେ ଆରମ୍ଭ କରିଛି । ଏଠାରେ ଆପଣ ମାନେ ଅଦରକାରୀ ଅଳିବା ବା ପ୍ଲିଷ୍ଟିକ ଦେଇ କରି ତା ବଦଳରେ ବ୍ରେକ୍ ଫାଷ୍ଟ, ଲଞ୍ଚ୍, ଡିନର ବା ମିଠା ଆପଣ ପେଟ ଭରିକି ଖାଇପାରିବେ ।

ଦକ୍ଷିଣ ଦିଲ୍ଲୀ ନଗର ନିଗମ ନଜଫଗଡ ଜୋନରେ ଏହି ଅଭିଯାନ ଏଥିପାଇଁ ଆରମ୍ଭ କରାୟଯାଛି ଏହା ଦ୍ୱାରା ସେମାନଙ୍କୁ ଦୁଇଟି ଲାଭ ମିଳିବ । ପ୍ରଥମତଃ ଏହା ଦ୍ୱାରା ଦେଶ ସ୍ୱଚ୍ଛ ରହିବ ଏବଂ ଲୋକମାନେ ଭୋକିଲା ରହିବେ ନାହିଁ ।

 ନଜଫଗଡ ଜୋନର ଡେପୁଟି କମିଶନର,”ରାଧାକୃଷ୍ଣ କହିଛନ୍ତି କି ଲୋକମାନେ ଯେଉଁ ଅଦରକାରୀ ପ୍ଲାଷ୍ଟିକ୍ ଦେଉଛନ୍ତି ତାକୁ ଡି କମ୍ପୋଜ୍ କରାଯାଉଛି, ଏବଂ ଲୋକମାନଙ୍କୁ ପରିବେଶ ପ୍ରତି ସଚେତନ କରିବା ପାଇଁ ଏହି ପଦକ୍ଷେପ ଉଠାଯାଇଛି” । ଏହି ଅଭିଯାନ ଅନୁସାରେ ଆପଣ ମାନେ ଏହି କାଫେରେ 1 କିଲେ ପ୍ଲାଷ୍ଟିକ ଦେଲେ ତା ବଦଳରେ ଆପଣଙ୍କୁ ଖାଇବାକୁ ମିଳିବ ।

ଯଦି ବି ଆପଣ ମାନେ ଖାଇବାକୁ ଚାହିଁନାହାନ୍ତି ତେବେ ଆପଣ ତ ବଦଳରେ ସେହି କାଫେରୁ ନିଜ ଘର ପାଇଁ ମିଠା ନେଇପାରିବେ । ମାତ୍ର କେବେବି ଖାଲି ହାତରେ ଆପଣ ପେରିବେ ନାହିଁ ।

ଏପରି ଏକ ଅଭିଯାନ ସମସ୍ତଙ୍କ ପାଇଁ ସୁନ୍ଦର ଅଟେ , କାରଣ ଏହା ଦ୍ୱାରା ଲୋକମାନେ ତ ଭୋକରେ ରହିବେ ନାହିଁ ଏହା ସହିତ ରାସ୍ତା ମଧ୍ୟରେ ପଡୁଥିବା ପ୍ଲାଷ୍ଟିକ ଦ୍ୱାରା ପ୍ରାକୃତିକ ପରିବେଶ ଯେପରି ନଷ୍ଟ ହେବାରେ ଲାଗିଛି ସେଥିରୁ ମଧ୍ୟ କିଛି ମାତ୍ରାରେ ଲାଭ ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।