କେନ୍ଦ୍ରର ବଡ଼ ଯୋଜନା:ଏଣିକି ବେକାର ଯୁବକ ଓ ଯୁବତୀଙ୍କୁ ୩୮ ଶହ ଟଙ୍କା ଦେବେ ଭତ୍ତା, ଏଥିରେ ଆପଣଙ୍କ ମତାମତ କଣ ଜଣାନ୍ତୁ….

ବେକାର ଯୁବକ , ଯୁବତୀଙ୍କ ପାଇଁ ବର୍ତ୍ତମାନର ବହୁତ ବଡ ଖବର. କେନ୍ଦ୍ର ସରକାର ଦେବେ 3800 ଟଙ୍କା ବେକାରୀ ଭତ୍ତା । ଚାଲନ୍ତୁ ଜାଣିବା କେଉଁ ମାସ ଠାରୁ ମିଳିବ ଟଙ୍କା, ନାଁ ପୁଣି ଏହି ଖବର ଗୁଜବ ।ବେରୋଜଗାରିଆ ଯୁବକ ଓ ଯୁବତୀଙ୍କୁ ମାସକୁ 3,800 ଟଙ୍କା ଭତ୍ତା ଦେଉଛନ୍ତି କେଦ୍ର ସରକାର। ଦେଶରେ ବଢିଚାଲିଥିବା ବେକାରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚା ଚାଲିଛି, କିନ୍ତୁ ଏହା ସଂମ୍ପୂର୍ଣ୍ଣ ମିଥ୍ୟା ।

ତେବେ ସୋସିଆଲ ମିଡିଆରେ ଯେ, କେବଳ ଖବର ଭାଇରାଲ ହେଉଛି ତାହା ନୁହେଁ, ଏହି ଯୋଜନା ସମ୍ପର୍କରେ ଏକ ଲିଙ୍କ୍ ମଧ୍ୟ ଦିଆଯାଇଛି। ଆଉ ସେହି ଲିଙ୍କ୍ ଖୋଲିଲେ ଏକ ଫର୍ମ ମିଳିବ ଏବଂ ଫର୍ମରେ ଆପଣ ନିଜ ସମ୍ପର୍କରେ ସମସ୍ତ ତଥ୍ୟ ଦେବେ ଆଉ ଏହାପରେ ଯୋଜନାରେ ସାମିଲ ହୋଇପାରିବେ।

ପୋଷ୍ଟରେ କଣ ଲେଖାଯାଇଛି ?

ଏହାକୁ ଓପନ କରିବା ପରେ ନିଜର ନାମକୁ ପଞ୍ଜିକରଣ କରିବା ଲାଗି କୁହାଯାଇଛି । ରେଜିଷ୍ଟ୍ରେସନ ପରେ ଆବେଦନ କରିଥିବା ଯୁବକ ଓ ଯୁବତୀଙ୍କୁ 3800 ଟଙ୍କା ମିଳିବ ବୋଲି କୁହାଯାଉଛି । ଆବେଦନର ବୟସ ସୀମା 18-50 ବର୍ଷ ରହିଛି। ପଞ୍ଜୀକରଣ ପାଇଁ, ଆପଣଙ୍କୁ pradhanmantrI-berojgar-bhatta-yojnaa ଲିଙ୍କରେ କ୍ଲିକ୍ କରିବାକୁ କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା , ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ମଧ୍ୟ ରହିଛି।

କିନ୍ତୁ ଏ ସମ୍ପର୍କରେ ଜାତୀୟ ଗଣମାଧ୍ୟମଗୁଡ଼ିକ ଅନୁସନ୍ଧାନ କରିଥିଲେ ହେଲେ, ଏହି ନାମରେ କେନ୍ଦ୍ର କୌଣସି ଯୋଜନା କରିନାହିଁ କି କାହାକୁ 3800 ଟଙ୍କା ଦିଆଯାଇନାହିଁ ବୋଲି ଜଣାପଡିଛି । ଏମିତି କୌଣସି ନିଷ୍ପତ୍ତି କେନ୍ଦ୍ର ନେଇ ନାହିଁ କିମ୍ବା କୌଣସି ବେରୋଜଗାରିଆଙ୍କୁ କେନ୍ଦ୍ର ମାସକୁ 3800 ଟଙ୍କା ଭତ୍ତା ଦେଉନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର ।

ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ଫେକ୍ ଲିଙ୍କ୍ ଦିଆଯାଉଛି । ଆଉ ତାହାକୁ ଏମିତି ଆକର୍ଷିତ ଭାବରେ ଦିଆଯାଉଛି ଯେ, ସମସ୍ତେ ଭାବିବେ କି କେନ୍ଦ୍ର କିଛି ନୂଆ ଯୋଜନା କରିଛି କିନ୍ତୁ ଏପରି ୱେବସାଇଟ୍ ବା ଲିଙ୍କ କେବଳ ଟଙ୍କା ରୋଜଗାର କରିବା ପାଇଁ କରାଯାଉଛି । କାରଣ ଆପଣ ମାନେ କିଛି ଏପରି ଫେକ୍ ୱେବସାଇଟରେ ପ୍ରବେଶ କଲେ ସେମାନଙ୍କ ଏନଗେଜମେଂଟ୍ ବଢିବା ସହ ବିଜ୍ଞାପନ ମଧ୍ୟ ମିଳିବ ଏବଂ ଭଲ ରୋଜଗାର ମଧ୍ୟ ହୋଇଯିବ । କିନ୍ତୁ ଏମିତି କଲେ ଏହାକୁ ସାଇବର ଅପରାଧ ବୋଲି ବିବେଚନା କରାଯିବ।

ଏପରି ଠକାମିରୁ ବର୍ତ୍ତିବେ କିପରି ?

ସାଇବର ବିଶେଷଜ୍ଞମାନେ ଦର୍ଶାଇଛନ୍ତି, http: // ରୁ ଆରମ୍ଭ ହୋଇଥିବା ଯେକୌଣସି URL ଅସୁରକ୍ଷିତ ହୋଇପାରେ। ଏହାକୁ କ୍ଲିକ୍ କରିବାବେଳେ, ଆପଣଙ୍କ ସିଷ୍ଟମ କିମ୍ବା ମୋବାଇଲରେ ସୂଚନା ଲିକ୍ ହେବାର ଆଶଙ୍କା ଅଛି । ଏପରି ପରିସ୍ଥିତିରେ, ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଇତ୍ୟାଦିର ଏକ ଇମେଲ ମାଧ୍ୟମରେ ଏକ ଲିଙ୍କ ପଠାଯାଏ, ଏହାକୁ ଖୋଲନ୍ତୁ ନାହିଁ କିନ୍ତୁ ସେହି ଅନୁଷ୍ଠାନର ୱେବସାଇଟକୁ ଯାଆନ୍ତୁ ଏବଂ ସମ୍ପୃକ୍ତ ଟ୍ୟାବ୍ କ୍ଲିକ୍ କରି ସୂଚନା ପ୍ରାପ୍ତ କରନ୍ତୁ।

କାରଣ ଏମିତି ଲିଙ୍କ୍ ଦେଇ ଟଙ୍କା ପଇସା ସହ ତଥ୍ୟ ଲୁଟ୍ କରୁଛନ୍ତି ଦୁର୍ବୃତ୍ତ। ତେଣୁ ଆପଣ ସାବଧାନ ହୁଅନ୍ତୁ, ସତର୍କ ରୁହନ୍ତୁ…..ଯଦି ଏମିତି କିଛି ଲିଙ୍କ୍ ଆସି ଆପଣଙ୍କୁ ହଇରାଣ କରୁଛି ତେବେ ନିକଟସ୍ଥ ପୋଲିସର ସାହାଯ୍ୟ ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।