ହାଇକୋର୍ଟଙ୍କ ଐତିହାସିକ ରାୟ – ସ୍ତ୍ରୀ ଛାଡି ଚାଲିଗଲେ ଆଉ ଗୋଟିଏ ବାହା ହୁଅ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ପାଟନା ହାଇକୋର୍ଟଙ୍କ ଐତିହାସିକ ରାୟ କହିଲେ ଭୁଲି ଯାଅ ଛାଡି ଚାଲି ଯାଇଥିବା ସ୍ତ୍ରୀ ଙ୍କୁ । ଆଉ ଜଣେ ଯୁବତୀଙ୍କୁ ଖୋଜି ବିବାହ କର । ପାଟନ ହାଇକୋର୍ଟ ଙ୍କ ନିଷ୍ପତିକୁ ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ଚାଲିଛି , ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି କିଛି ଏମିତି ରାୟ ଶୁଣାଇଛନ୍ତି କୋର୍ଟ ।ଜାତୀୟ ଗଣ ମାଧ୍ୟମର ମିଳିଥିବା ସୂଚନା ଅନୁସାରେ ଜଣେ ସ୍ତ୍ରୀ ସ୍ବାମୀଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣଙ୍କ ସହ ଚାଲିଯାଇଛନ୍ତି । ଆଉ ଏହାପରେ ସଂପୃକ୍ତ ପତ୍ନୀଙ୍କ ସ୍ବାମୀ ମାମଲା ଦାୟର କରିଥିଲେ ।

ହାଇକୋର୍ଟ ଶୁଣାଣି ପରେ ଅଭିଯୁକ୍ତ ପତ୍ନୀଙ୍କୁ ଯାମିନ୍ ପ୍ରଦାନ କରାଯାଇଥିବା ବେଳେ ଅସନ୍ତୋଷ୍ଟ ସ୍ବାମୀ ନଗେନ୍ଦ୍ରଙ୍କୁ କହିଛନ୍ତି ଯେ ପରଲୋକ ସହ ପଳାଇ ଯାଇଥିବା ପତ୍ନୀଙ୍କୁ ଭୁଲିଯାଅ ଏବଂ ଆଉ ଜଣଙ୍କୁ ଖୋଜ । ଆଉ ଏହାକୁ ନେଇ ଅଭିଯୋଗକାରୀ ସ୍ବାମୀଙ୍କୁ ଗୋଟିଏ ଏଭଳି ଆଶ୍ବସନା ଦେଇଛନ୍ତି ।

ଛାଡି ଚାଲି ଯାଇ ଥିବା ସ୍ତ୍ରୀଙ୍କୁ ଭୁଲି ଯାଅ ଅନ୍ୟ ଜଣେ ଯୁବତୀଙ୍କୁ ଖୋଜି ବିବାହ କର –

ବିହାର ସୀତାମାଡି ଅଞ୍ଚଳର ଘଟଣାକୁ ନେଇ ଏବେ ଜୋରସୋର୍ ଚାଲିଛି ଚର୍ଚ୍ଚା । ତେବେ ଏହି ଘଟଣାର ଶୁଣାଣି କରିଥିଲେ ବିଚାରପତି ପିକେ ଯାହା । 25 ବର୍ଷିୟ ନଗେନ୍ଦ୍ର ଜୟସନଙ୍କ ବିବାହ 2017 ମସିହାରେ ଜଣେ ଯୁବତୀଙ୍କ ସହ ହୋଇଥିଲା , ବିବାହ ପରେ ଯୁବତୀ ଜଣଙ୍କ ନିଜ ସ୍ବାମୀଙ୍କ ସହ ଶାଶୁଘର ନାଗପୁରକୁ ଯାଇଥିଲେ, ସୁଖରେ ଚାଲିଥିଲା ସଂସାର କିନ୍ତୁ ସ୍ତ୍ରୀ ଉଚ୍ଚଶିକ୍ଷା କରିବାକୁ ସ୍ବାମୀଙ୍କୁ କହିଥିଲେ , ଆଉ ସ୍ତ୍ରୀଙ୍କ କଥାରେ ସ୍ବାମୀ ନଗେନ୍ଦ୍ର ମଧ୍ୟ ରାଜି ହୋଇଥିଲେ ।

କେବଳ ରାଜି ହୋଇଥିଲେ ତା ନୁହେଁ ବରଂ କଲେଜ୍ ରେ ପତ୍ନୀଙ୍କ ନାଁ ମଧ୍ୟ ଲେଖାଇ ଦେଇଥିଲେ । କଲେଜରେ ନାଁ ଲେଖାଯିବା ପରେ ଶାଶୁଘରୁ ପ୍ରତିଦିନ କ୍ଲାସ କରିବାକୁ ମଧ୍ୟ ଯାଉଥିଲେ ପତ୍ନୀ କିନ୍ତୁ ହଠାତ୍ ଗତ ଏପ୍ରିଲ ମାସରେ ସେ କେଉଁ ଆଡେ ନିଖୋଜ ହୋଇଯାଇଥିଲେ ।

ଆଉ ନିଖୋଜ ପତ୍ନୀଙ୍କୁ ପାଗଳ ପରି ଖୋଜିଥିଲେ ନଗେନ୍ଦ୍ର । କିନ୍ତୁ ଯେତେ ଖୋଜିଥିଲେ ବି ତାଙ୍କୁ ସେ ପାଇନଥିଲେ ହେଲେ ହଠାତ୍ ଏହାର କିଛି ଦିନ ପରେ ଜଣାପଡିଥିଲା ଯେ ଆଉ ଜଣେ ଯୁବକ ରାଜେଶ କାୁମାରଙ୍କ ସହ ବିବାହ କରି ତାଙ୍କ ସହ ସଂସାର କରିଛନ୍ତି ପତ୍ନୀ । ତେବେ ନଗେନ୍ଦ୍ରଙ୍କୁ ଦେଖି ସବୁ ସତ କଥା କହିଦେଇଥିଲେ ତାଙ୍କ ପତ୍ନୀ ।

କହିଥିଲେ ଯେ ,ରାଜେଶଙ୍କୁ ସେ ସ୍କୁଲ ସମୟରୁ ହିଁ ପ୍ରେମ କରୁଥିଲେ , ବିବାହ କରିବାକୁ ଉଭୟଙ୍କ ମଧ୍ୟରେ ସହମତି ହୋଇଥିଲା କିନ୍ତୁ ହୋଇପାରିନଥିଲା । ଆଉ ପରେ କଲେଜ୍ ରେ ପାଠ ପଢିବା ବେଳେ ସେ ନିଜ ଇଚ୍ଛାରେ ରାଜେଶଙ୍କ ସହ ଚାଲିଯାଇଥିବା ସ୍ବକାର ମଧ୍ୟ କରିଛନ୍ତି ।

ଆଉ ଏସବୁ ବାବଦରେ ନଗେନ୍ଦ୍ର ପାଟନାରେ ଅଭିଯୋଗ ମଧ୍ୟ କରିଥିଲେ । ଏହାପରେ ମାମଲା ଯେତେବେଳେ କୋର୍ଟରେ ପହଞ୍ଚିଥିଲା ସେତେବେଳେ ବିଚାରପତି ତାନିୟମଙ୍କୁ ଜାମିନ୍ ଦେଇ ପୂ୍ର୍ବ ସ୍ବାମୀ ନଗେନ୍ଦ୍ରଙ୍କୁ ଏଭଳି ଆଶ୍ବସନା ଦେଇଛନ୍ତି କୋର୍ଟ , ଯାହାକୁ ନେଇ ଏବେ ଦେଶରେ ଜୋରସୋର୍ ରେ ଚର୍ଚ୍ଚା ଚାଲିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।