RD ଛାତ୍ରୀ ଝରାଫୁଲ ଙ୍କ ମୃତ୍ୟୁ ମାମଲାରେ ମହା ଖୁଲାସା , ପୋଲିସ ହାତରେ ଅଭିଯୁକ୍ତ ! ଦୟାକରି ଝରାଫୁଲ ଙ୍କୁ ମାରିଥିବା ଏହି ଯୁବକ ଙ୍କୁ କି ଦଣ୍ଡ ମିଳିବା ଦରକାର କମେଣ୍ଟ କରନ୍ତୁ….

RD ଛାତ୍ରୀ ଝରାଫୁଲ ଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ଟୁଇଷ୍ଟ , ମୃତ୍ୟୁ ପଛରେ ରହିଛି ପ୍ରେମ ସଂପର୍କ । ତେବେ ବର୍ତ୍ତମାନ ସମୟରେ ସାରା ରାଜ୍ୟରେ ଝରାଫୁଲ ଙ୍କ ମୃତ୍ୟୁକୁ ନେଇ ବେଶ୍ ଚର୍ଚ୍ଚା ଜୋର ଧରିଛି । କେମିତି ହେଲା ମୃତ୍ୟୁ ? ଅବେଳରେ ଝଡି ଯାଇଥିବା ଝରାଫୁଲ ର କେମିତି ହେଲା ଏଭଳି ଅବସ୍ଥା ?ଝରାଫୁଲଙ୍କ ମୃତ୍ୟୁକୁ ନେଇ ବାପା ରମାକାନ୍ତ ନାୟକ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ବାପା ରମାକାନ୍ତ କହିଛନ୍ତି ଝରାଫୁଲର ରାକେଶ ସ୍ବାଇଁ ନାମକ ଯୁବକ ସହିତ ପ୍ରେମ ସଂପର୍କ ଥିଲା ।

ତେବେ ବର୍ତ୍ତମାନ ସମୟରେ ରାକେଶ ସ୍ବାଇଁଙ୍କୁ ପୋଲିସ୍ ଅଟକ ରଖିଛି ଏବଂ ପଚରାଉଚରା ମଧ୍ୟ କରୁଛି । କିନ୍ତୁ ବର୍ତ୍ତମାନ ସମୟରେ ଏହି ଘଟଣାକୁ ଯେଉଁ କାହାଣୀ ସାମ୍ନାକୁ ଆସିଛି ଆଉ ଏହାସହିତ ଅନେକ ଗୁଡିଏ ପ୍ରଶ୍ନ ବି ଏହି ଘଟଣାକୁ ନେଇ ରହିଛି ।

ଯେମିତିକ ଝରାଫୁଲଙ୍କ ହତ୍ୟାକୁ ନେଇ ପ୍ରେମ ସଂପର୍କ ସାମ୍ନାକୁ ଆସିଛି । ଯେ ଝରାଫୁଲ ନାୟକଙ୍କୁ ହତ୍ୟା କରିଛି କି ତାଙ୍କ ପ୍ରେମିକ ରାକେଶ ? ହୋଟେଲ୍ ରେ ରାତି ବିତେଇବା ପରେ ଅଚେତ୍ ହୋଇଗଲେ କେମିତି ? ଅଚେତ ଝରାଫୁଲଙ୍କୁ ସ୍କୁଟିରେ ନେଇ ଯାଉଥିବା ବେଳେ ମୃତ୍ୟୁ କେମିତି ହେଲା ? ରାକେଶ ଏବଂ ତାଙ୍କ ବନ୍ଧଉ ଶେଖର ମିଶି ହତ୍ୟା କରିଛନ୍ତି କି ?

 ଭୂବନେଶ୍ବରରୁ ନେଇ ଯାଜପୁର କୁଆଖିଆରେ ଫିଙ୍ଗିଲେ କାହିଁକି ? ତେବେ ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି ଏବଂ ଯେଉଁ ଘଟଣାକୁ ନେଇ ବର୍ତ୍ତମାନ ରାକେଶ ଯାହା କହୁଛି ତାହା ସନ୍ତୋଷଜନକ ହୋଇପାରୁନାହିଁ ବୋଲି ପ୍ରାଥମିକ ଭାବରେ ସୂଚନା ଆସୁଛି ।

ବର୍ତ୍ତମାନ ସମୟରେ କୁଆଖିଆ ପୋଲିସକୁ ରାକେଶଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ରାକେଶ ବନ୍ଧୁ ଶେଖର ଯିଏକି ଫେରାର ଅଛି । ତେବେ ଯଦି ହୋଟେଲ୍ ରୁମ୍ ରେ ସକାଳୁ ଅଚେତ୍ ହୋଇଯାଇଥିଲେ ଝରାଫୁଲ ଯାହା ରାକେଶଙ୍କର କହିବା କଥା କିନ୍ତୁ ଏହାକୁ ନେଇ ଅନେକ ପ୍ରଶ୍ନ ଆସୁଛି ଯେ କେମିତି ମୃତ୍ୟୁ ହୋଇଗଲା ଏବଂ ତାଙ୍କୁ କାହିଁକି କୁଆଖିଆକୁ ନେଇ ଯାଇଥିଲେ ।

ତେବେ ତାଙ୍କୁ କେଉଁ ଉପାୟରେ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ କାହିଁକି ନାଁ ଝରାଫୁଲଙ୍କ ଦେହରେ ସେମିତି କିଛି ବି କ୍ଷତବିକ୍ଷତ ନଥିଲା । ତେବେ ଏପର୍ଯ୍ୟନ୍ତ ପୋଲିସ୍ ପକ୍ଷରୁ ସେମିତି କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ଯେ ପ୍ରକୃତରେ ଘଟଣା ପଛର କାରଣ କଣ ।

ତେବେ ଏହି ଘଟଣାର ବିଭିନ୍ନ ଦିଗକୁ ଅନୁଧ୍ୟାନ କଲେ ଏହା ଏକ ରହସ୍ୟମୟ ଘଟଣା ପରି ପ୍ରତିୟମାନ ହେଉଛି , ହୁଏତ ପୋଲିସ୍ ରାକେଶ ସ୍ବାଇଁ ଙ୍କ ପାଖରୁ ସବିଶେଷ ତଥ୍ୟ ଆଦାୟ କରିବା ପରେ ଗଣମାଧ୍ୟମକୁ ଯାହା ପ୍ରତିକ୍ରିୟା ରଖିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।