ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କୁ, ହତ୍ୟାକରି ଯାଜପୁର ଜିଲ୍ଲାରେ ଫିଙ୍ଗିଦେଲେ ଦୁଇ ଯୁବକ। ଦୟାକରି କମେଣ୍ଟ କରନ୍ତୁ ଝରାଫୁଲଙ୍କୁ, ହତ୍ୟା କରିଥିବା ପାପୀ ଙ୍କୁ କି ଦଣ୍ଡ ମିଳିବା ଦରକାର…

ଘର ମୟୂରଭଞ୍ଜ ରେ, ପାଠ ପଢା ରାଜଧାନୀ ରେ ଏବଂ ମୃତ୍ୟୁ ଯାଜପୁର ରେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଝରାଫୁଲ ନାୟକ, ମୃତ ଦେହ ମିଳିଛି ଯାଜପୁର କୁଆଖିଆ ଥାନା ମୂଳାପାଳ ଛକ ନିକଟ ରାସ୍ତା କଢରୁ । ସମୟ ସକାଳ ପ୍ରାୟ 8 ଟା, ଚାରିଆଡେ ବିଜୁଳି ବେଗରେ ଖବର ପ୍ରଚାର ପରେ ମୃତ ଦେହ ନିକଟରେ ଜମି ଯାଇଥିଲା ଲୋକଙ୍କ ଗହଳି । ପାଖରେ ପଡିଥିଲା ଜୋତା ଏବଂ ବ୍ୟାଗ, ପୋଲିସ୍ ବି ପହଞ୍ଚିଲା ଆଉ ମୃତ ଦେହକୁ ଉଦ୍ଧାର ମଧ୍ୟ କରିଥିଲା । ହେଲେ ମୃତ୍ୟୁ କେମିତି ହେଲା ? ଅବେଳରେ ଝଡି ଯାଇଥିବା ଝରାଫୁଲ ର କେମିତି ହେଲା ଏଭଳି ଅବସ୍ଥା ? ନାଁ ପୋଲିସ୍ କହି ପାରୁଛି , ନାଁ କୌଣସି ସୁରାକ ମିଳୁଛି ?

କିନ୍ତୁ ସିସି ଟିଭି ଫୁଟେଜ୍ ର ବୟାନ କହୁଛି ଅଲଗା କିଛି । ଝରାଫୁଲ ର ମୃତ ଦେହକୁ ଧରି ସ୍କୁଟି ରେ ଆଗରେ ଆଉ ପଛରେ ବସିଛନ୍ତି ଦୁଇ ଜଣ ଯୁବକ , ଆଉ ଏମାନେ ହିଁ ମୃତ ଦେହକୁ ଆଣି ଏଠାରେ ଫିଙ୍ଗି ଥିବା କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ ।

ମୟୂରଭଞ୍ଜ ଯଶିପୁର ଥାନା ବୃନ୍ଦେଇପୋଷି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ +3 ଦ୍ୱିତୀୟ ବର୍ଷର ଛାତ୍ରୀ । ଜରାଫୁଲଙ୍କ ପରିବାର ଲୋକଙ୍କ କହିବା କଥା ଗତ ରବିବାର ଘରୁ ବାହାରି ଭୂବନେଶ୍ବର ସ୍ଥିତ ଭଉଣୀ ଘରକୁ ଯାଇଥିଲେ ଏବଂ ଗତ କାଲି ଅର୍ଥାତ 26 ତାରିଖ ଦିନ ବସ୍ ରେ ଫେରୁଥିଲେ ଗାଁ କୁ ।

ତେବେ ଘରେ ପହଞ୍ଚି ନଥିବାରୁ ପରିବାର ଲୋକେ ବାରମ୍ବାର ଫୋନ୍ କରିଥିଲେ ଝରାଫୁଲଙ୍କୁ, ଏହାପରେ ଝରାଫୁଲ ତାଙ୍କ ବାପାଙ୍କ କଲ୍ ରିସିଭ କରି ବାଣୀବିହାରରେ ତାଙ୍କ ଦେହ ଖରାପ ହୋଇଯିବାରୁ ସାଙ୍ଗ ଘରେ ଅଛନ୍ତି ବୋଲି କହିଥିଲେ । କିନ୍ତୁ ଏହାପର ଠାରୁ ଆଉ କଲ୍ ରିସିଭ୍ କରି ନଥିଲେ ଝରାଫୁଲ ।

ଏହାପରେ ତାଙ୍କ ଭାଇ ତାଙ୍କୁ ହ୍ବାଟସଆପ୍ ରେ ମ୍ୟାସେଜ୍ କରିଥିଲେ ଏବଂ ଝରାଫୁଲ୍ ମଧ୍ୟ ରିପ୍ଲାଏ ଦେଇଥିଲେ । ସେ ଠିକ୍ ଅଛନ୍ତି , ନେଟୱାର୍କ ପ୍ରବଲେମ୍ ରହୁଛି ଏବଂ ସାଙ୍ଗ ସୋନାଲୀଙ୍କ ଘରେ ଅଛି ,ବ୍ୟସ୍ତ ହୁଅନା ବୋଲି ଝରାଫୁଲଙ୍କ ମୋବାଇଲ୍ ରୁ ଚାର୍ଟ ହୋଇଛି ତାଙ୍କ ଭାଇଙ୍କ ସହ । ଆଜି ସକାଳେ ବି ଫୋନ୍ ସହ ଚାର୍ଟ ବି କରିଛନ୍ତି ତାଙ୍କ ଭାଇ କିନ୍ତୁ କୌଣସି ଉତ୍ତର ମିଳିନଥିଲା ଏବଂ ତାଙ୍କର ମୋବାଇଲ୍ ବନ୍ଦ ଥିଲା । 

ତାହାରି ଭିତରେ ଆଜି ସକାଳେ ଝରାଫୁଲର ମୃତ ଦେହ ମିଳିଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲା ପୋଲିସ୍ । ପରିବାର ଲୋକେ ପହଞ୍ଚି ମୃତଦେହକୁ ଚିହ୍ନଟ ସହ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବାପାଏବଂ ଭାଇ ।

ତେବେ କେମିତି ହେଲା ମୃତ୍ୟୁ ? ମୃତ ଦେହ ନେଇଥିବା ବ୍ୟକ୍ତି କିଏ? କିଏ ସେହି ବାନ୍ଧବୀ ସୋନାଲୀ ? ମୃତ୍ୟୁ ପୂର୍ବରୁ ଝରାଫୁଲଙ୍କ ସହ ଘଟିଥିଲା କଣ ? ଏବେ ଏମିତି ପ୍ରଶ୍ନ ଛିଡା ହୋଇଥିବା ବେଳେ ମାମଲାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ୟୁନିଭର୍ସିଟି କତୃପକ୍ଷ ଏବଂ ଛାତ୍ରୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।