ହେ ଭଗବାନ ! ପୁଣି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ୍ ,ତାଙ୍କର ସୁସ୍ଥତା ପାଇଁ ଇଶ୍ବର ଙ୍କ ନିକଟରେ ପ୍ରାର୍ଥନା କରନ୍ତୁ……..

ପୁଣି ମେଡିକାଲ୍ ରେ ଦାଦା ଭର୍ତ୍ତି ହୋଇଛନ୍ତି , ସୌରଭ ଗାଙ୍ଗୁଲି BCCI ଅଧ୍ୟକ୍ଷ । ଛାତିରେ ଯନ୍ତ୍ରଣା ପରେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଙ୍କୁ କୋଲକାତା ର ଘରୋଇ ହସ୍ପିଟାଲ ରେ ଆଡମିଟ୍ କରା ଯାଇଛି । ତେବେ ଗତ 2 ତାରିଖ ଦିନ ଜିମ୍ ରେ ବ୍ୟାମ କରୁ ଥିବା ବେଳେ ଦାଦା ଙ୍କୁ ହାର୍ଟ ଆଟାକ୍ ହୋଇଥିଲା ଏବଂ ତାଙ୍କୁ ଉଡ୍ ଲ୍ୟାଣ୍ଡ ହସ୍ପିଟାଲ୍ ରେ ଭର୍ତ୍ତି କରା ଯାଇ ଥିଲା , ତାଙ୍କର ଆଞ୍ଜିୟ ପ୍ଲାଷ୍ଟିକ କରା ଯାଇଥିଲା । ତାଙ୍କ ହାର୍ଟ ରେ ଆଉ ଦୁଇଟି ବ୍ଲକେଟ୍ ରହି ଥିବା ସୂଚନା ମିଳିଛି । ତେବେ ଚାଲନ୍ତୁ ଏ ସଂମ୍ପର୍କରେ ବିଷେଶ ଭାବରେ ଜାଣିନେବା ।

ତେବେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ ହୋଇ ପଡିଛନ୍ତି । ଆଜି ସକାଳେ ତାଙ୍କର ହୃଦ ଯନ୍ତ୍ରଣା ବୃଦ୍ଧି ପାଇଥିଲା ଏବଂ ସଂଗେ ସଂଗେ ତାଙ୍କର ପରିବାର ଲୋକ ମାନେ ତାଙ୍କୁ ଆପୋଲ୍ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ସେ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣ ରେ ରହିଛନ୍ତି ଏବଂ ଆମେ ଜାଣିଛୁ ଯେ ଗତ ଜାନୁୟାରୀ 2 ତାରିଖ ଦିନ ସେ ଜିମ୍ କରୁ ଥିବା ସମୟରେ ଅସୁସ୍ଥ ହୋଇ ପଡିଥିଲେ । ଆଉ 2 ତାରିଖ ଠାରୁ 4 ତାରିଖ ପର୍ଯ୍ୟନ୍ତ ଉଡ୍ ଲ୍ୟାଣ୍ଡ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଥିଲେ ଏବଂ ପ୍ରଖ୍ୟାତ୍ ହୃଦ ରୋଗ ବିଶେଷଜ୍ଞ ମାନେ ତାଙ୍କୁ ପରୀକ୍ଷା କରିଥିଲେ , ଆଉ ଠିକ୍ ସେହି ସମୟରେ ଜଣା ପଡିଥିଲା ଯେ ଗୋଟିଏ ଧମନୀରେ 95 ପ୍ରତିଶତ ଏବଂ ଅନ୍ୟ ଦୁଇଟି ବ୍ଲକେଟ ଥିଲା ।

ଆଉ ସେହି ମୂହୂର୍ତ୍ତରେ ଯେଉଁ 95 ପ୍ରତିଶତ ଧମନୀର ବ୍ଲକେଟ ଥିଲା ସେଥିରେ ସେନ୍ ବସାଯାଇଛି ଏବଂ ଆହୁରି ଦୁଇଟି ବ୍ଲକେଟକୁ ଔଷଧ ଦ୍ବାରା ସ୍ବଭାବିକ ସ୍ଥିତିକୁ ଫେରିବ ବୋଲି ଡାକ୍ତରମାନେ ମତ ଦେଇଥିଲେ । କିନ୍ତୁ ପୁଣି ଥରେ ସେ ହୃଦ ରୋଗରେ ପିଡିତ ହେବାରୁ ପରିବାଲ ସଦସ୍ୟ ମାନେ ତାଙ୍କୁ ଆଣି ଆପୋଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରିଛନ୍ତି ।

ଆପୋଲ୍ ହସ୍ପିଟାଲରେ ସାତ ଜଣିଆ ଡାକ୍ତର ଟିମ୍ ତାଙ୍କୁ ଚିକିତ୍ସା କରୁଛନ୍ତି । ଏହାପରେ BCCI ର ଅନ୍ୟ ସଦସ୍ୟ ତଥା କର୍ମକର୍ତ୍ତା ମାନେ ମଧ୍ୟ ହସ୍ପିଟାଲ୍ ରେ ପହଞ୍ଚିଛନ୍ତି । ଆଉ ଏହି ଖବର ସାରା ପଶ୍ଚିମବଙ୍ଗ ରେ ଏକ ବହୁତ ବଡ ଆଲୋଡନ ସୃଷ୍ଟି କରିଛି । ସୌରଭ ଗାଙ୍ଗୁଲିଙ୍କ ଅନୁଗତ ମାନେ ମଧ୍ୟ ବର୍ତ୍ତମାନ ବହୁ ଚିନ୍ତାରେ ପଡିଛନ୍ତି ।

ତେବେ ପୁଣି ଥରେ ମାତ୍ର 25 ଦିନ ବ୍ୟବଧାନରେ ସୌରଭ ଗାଙ୍ଗୁଲିଙ୍କର ଚେଷ୍ଟ ପେନ୍ ଦେଖା ଯାଇଛି , ସେଥିପାଇଂ ତାଙ୍କୁ ପୁଣି ମେଡିକାଲ୍ ରେ ଭର୍ତ୍ତି କରା ଯାଇଛି । ଛାତିରେ ତାଙ୍କର ଯନ୍ତ୍ରଣା ହୋଇଥିଲା , ତେବେ ତାଙ୍କର ଜାନୁୟାରୀ 2 ତାରିଖରେ ମଧ୍ୟ ଏହି ପ୍ରକାର ସ୍ଥିତି ଉତ୍ପନ ହୋଇଥିଲା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରର୍ବର୍ତ୍ତି ସମୟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ , ତେବେ ପୁଣି ତାଙ୍କର ଏମିତି ଅସୁସ୍ଥ ହୋଇଯିବା ନିହାତି ଭାବରେ ଗୋଟିଏ ଚିନ୍ତାର ବିଷୟ ପାଲଟିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।