ବାଃ ଭଉଣୀ ବାଃ ! ଆଜିର ଏହି ପୁରୁଷ ସମାଜ ପାଇଁ ଉଦାହରଣ ସାଜିଲେ ଏହି ଝିଅ ! କରିଲେ ଏପରି କାମ ଜାଣିଲେ ହେବେ ଚକିତ , ଦୟାକରି ଏହି କର୍ମମୟୀ ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ….

ଆଜିର ସମାଜରେ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା ଗ୍ରହଣ କରୁଛନ୍ତି , କାରଣ ଏବେକା ସମାଜରେ ଶିକ୍ଷା ଗ୍ରହଣ କରିବା ନିତାନ୍ତ ଜରୁରୀ । ଶିକ୍ଷା ମାଧ୍ୟମରେ ଆମେ ମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବା । ତେବେ ପ୍ରତ୍ୟେକ ମନୁଷ୍ୟ ଚାହିଁଥାଏ କି ସେ ତାର ଜୀବନରେ କିଛି କରିବା ପାଇଁ ଏହା ସହିତ ପାଠ ପଢି କୌଣସି ଚାକିରର ଆଶା ତ ସମସ୍ତେ ରଖିଥାନ୍ତି । ମାତ୍ର ଏବେକା ସମୟରେ କୌଣସି ବ୍ୟକ୍ତି ଯେତେ ଅଧିକ ପାଠ ପଢିଲେ ମଧ୍ୟ ତାକୁ ଚାକିରି ମିଳିପାରେନାହିଁ । ମାତ୍ର ତାହା ପରେ ବି ସେ ତାର ଲଢେଇ ଜାରି ରଖିଥାଏ କାରଣ ଶିକ୍ଷିତ ବ୍ୟକ୍ତି କେବେବି ଆଗକୁ ବଢିବାରେ ପଛଘୁଞ୍ଚା ଦେଇନଥାଏ ।

ଅନେକ ସମୟରେ ଦେଖା ଦେଇଥାଏ କି କୌଣସି ପିଲା ଯଦି ପାଠ ପଢିବା ପାଇଁ ଇଚ୍ଛା କରିଥାଏ ମାତ୍ର ସେହି ସମୟରେ ତାର କିଛି ଅସୁବିଧା ବିସେଷ କରି ଆର୍ଥିକ ଅଭାବ ପାଇଁ ସେ ତାର ଇଚ୍ଛାକୁ ପୂରଣ କରିପାରେନାହିଁ । ମାତ୍ର ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ନାରୀଙ୍କର ବିଷୟରେ କହିବୁ ଯିଏ କି ବହୁତ ଅସୁବିଧାର ସମ୍ମୁଖୀନ ହୋଇ ମଧ୍ୟ ନିଜ ଗୋଡରେ ଛିଡା ହୋଇ ପାରିଛନ୍ତି ।ଆମେ ଆପଣ ମାନଙ୍କୁ ଯାଜପୁର ଜିଲ୍ଲା ବଡ ଚଣା ବ୍ଲକ ପନ୍ଦଣା ଗ୍ରମର ସୁଭଦ୍ରା ମହାନ୍ତିଙ୍କର କଥା କହୁଛୁ । ଯିଏ କି ବହୁତ କଷ୍ଟ କରି ପାଠ ପଢିଛନ୍ତି ଏପରିକି ଏବେ ସେ ନିଜ ରୋଜଗାରର ରାସ୍ତା ମଧ୍ୟ ଖୋଜି ବାହାର କରିଛନ୍ତି । ଯେତେବେଲେ ସୁଭଦ୍ରା ଯୁକ୍ତ ଦୁଇ ରେ ଭର୍ତ୍ତି ହେଲେ ସେତେବେଳେ ତାଙ୍କର ପରିବାରର ଆର୍ଥିକ ଅଭାବ କାରଣରୁ ବାପା ପାଠ ପଢେଇ ପାରିବେନି କହିଲେ ମାତ୍ର ସୁଭଦ୍ରା ପିଲା ମାନଙ୍କୁ ଟିଉସନ କରି ନିଜର ଯୁକ୍ତ ତିନି ଶେଷ କରିଥିଲେ । 


ଏହା ପରେ ସୁଭଦ୍ରା ଯେତେବେଳେ ବାପାଙ୍କର ଏବଂ ଘରର ଆର୍ଥିକ ଅଭାବ ଦେଖିଲେ ସେହି ସମୟରେ ସେ ଛୋଟ ଅଟା ଏବଂ ଦାନକଳ ଆଣି ବସାଇଲେ । ଏପରିକି ସେ ଛତୁ ଚାଷ କରିବା ଆରମ୍ଭ କରିଦେଇଥିଲେ ଯାହା ଦ୍ୱାରା ଦିନକୁ 15 ରୁ 20 କିଲୋ ଛତୁ ବିକ୍ରି କରି ସେଥିରୁ ମଧ୍ୟ ସେ କିଛି ଟଙ୍କା ପାଇ ପାରୁଥିଲେ ।

ପ୍ରଥମେ ଟିଉସନ ପରେ ଅଟା ଏବଂ ଦାନ କଳ ଏବଂ ପରେ ଛତୁ ଚାଷ ଏପରି କରି ଆଜି ସେ ବହୁତ ଭଲ ଟଙ୍କା କମେଇ ପାରୁଛନ୍ତି ଏବଂ ନିଜେ ମଧ୍ୟ ଆତ୍ମନିର୍ଭର ଶୀଳ ହୋଇ ପାରିଛନ୍ତି । ଏହା ସହିତ ଦୁନିଆକୁ ମଧ୍ୟ ଦେଖାଇ ଦେଇଛନ୍ତି କି ଦୃଢ ମନୋବଳ ଏବଂ ଇଚ୍ଛା ଶକ୍ତି ଥିଲେ ବ୍ୟକ୍ତି ସମସ୍ତ କାମ କରିପାରିବ , ଯେତେ ବାଧା ଆସିଲେ ମଧ୍ୟ ତାର କେହି କିଛି କ୍ଷତି କରିପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।