ପର୍ସରେ କେଉଁ ଜିନିଷ ରଖିଲେ ଧନବୃଦ୍ଧି ହୋଇଥାଏ ଏବଂ କଣ କଲେ ଧନକ୍ଷୟ ହୋଇଥାଏ |

ପର୍ସ ଟିଏ କିଣି କରି ଆଣୁଛନ୍ତି ତାହା ଭଲ ବା ଆପଣ ଗିଫ୍ଟ କରି ଦେଉଥିଲେ ଶୁଭଦାୟକ ଦ୍ୱିତୀୟ କଥା ହେଉଛି ଯେଉଁ ପର୍ସ ଆପଣ ବ୍ୟବହାର କରୁଛନ୍ତି । ତାହାକୁ ପ୍ରତି ବର୍ଷରେ ଥରେ ବଦଳେଇ ଦିଅନ୍ତୁତାହା ଭଲ ଥାଉ କି ନ ଥାଉ । ବର୍ଷକୁ ଥ଼ରେ ବଦଳେଇ ଦିଅନ୍ତୁ ।କେହି କେହି ଭାବନ୍ତି ଯେ ଏହି ପର୍ସଟି ହେଉଛି ମୋ ପାଇଁ ଲକି ।ଏହି ପର୍ସ ରଖିଲା ଦିନ ଠାରୁ ମୋର ଧନ ବୃଦ୍ଧି ହେଉଛି ।ତେଣୁ ମଁ ପର୍ସ ବଦଳେଇବି ନାହଁ।ଏହା ଭାବିବା ସମ୍ପୂର୍ଣ୍ଣ ରୂପେ ଭୁଲ କାରଣ ପର୍ସ ପୁରୁଣା ହେବା ମାତ୍ରେ ତାକୁ ବଦଳେଇ ଦିଅନ୍ତୁ କାରଣ ଟଙ୍କାକୁ ଆମେ ଲକ୍ଷ୍ମୀ ବୋଲି ମାନିଥାଉ ।

ଲକ୍ଷ୍ମୀ କେବେ ହେଲେ ଅପରିଷ୍କାର ଜାଗାରେ ରହିବା ପାଇଁ ପସନ୍ଦ କରନ୍ତି ନାହଁ ଏବଂ ଯଦି ପାରୁଛନ୍ତି ତ ବର୍ଷକ ଭିତରେ ମଝିରେ ମଝିରେ ସେହି ପର୍ସଟିକୁ ହଳଦୀ। ପାଣିରେ ଧୋଇ ଖରାରେ ଶୁଖାନ୍ତୁ ।ତା ପରେ ବ୍ୟବହାର କରନ୍ତୁ , ଦେଖିବେ ଧନ ବୃଦ୍ଧି ହେବ ।ମଝିରେ ପର୍ସଟି ଫାଟି ଗଲେ କିମ୍ବା ଚିରିଗଲେ ତୁରନ୍ତ ପର୍ସଟିକୁ ବଦଳାନ୍ତୁ, ନଚେତ୍ ଆପଣଙ୍କ ଅଯଥା ପଇସା ଖର୍ଚ୍ଚ ହେବ ।

ଯେତେବେଳେ ଆପଣ ପୁରୁଣା ପର୍ସଟିକୁ ବଦଳାଇ ନୂଆ ପର୍ସ ଆଣୁଛନ୍ତି ତେବେ ପୁରୁଣା ପର୍ସକୁ ଏଣେତେଣେ ପକାନ୍ତୁ ନାହିଁ କିମ୍ବା କାହାକୁ ଦିଅନ୍ତୁ ନାହିଁ। ତେବେ ପର୍ସଟିକୁ ଗଛମୂଳରେ ପୋତି ଦିଅନ୍ତୁ ।ଯଦି ଆପଣ ଅନ୍ଲାଇନ୍ ରେ ପଇସା ଉଠଉଛନ୍ତି କିମ୍ବା ଟ୍ରାନ୍ସଫାର୍ କରୁଛନ୍ତି, ପର୍ସ ପାଖରେ ରଖିଛନ୍ତି କିନ୍ତୁ ବ୍ୟବହାର କରୁନାହାନ୍ତି । ଏହା କିନତୁ କରିବା ଅନୁଚିତ୍ । ପ୍ରତି ମାସର ପ୍ରଥମ ଦରମାର କିଛି ପଇସା ଘରର ସ୍ତ୍ରୀଲୋକଙ୍କୁ ଦେବେ ଏବଂ କିଛି ପଇସା ଠାକୁର ଘରେ ରଖିବେ ଏବଂ ସେଥିରୁ କିଛି ପଇସା ଠାକୁର କାର୍ଯ୍ୟରେ ଲଗେଇବେ ।ଏହାଦ୍ୱାରା ଧନର ଆଗମନ ହୋଇଥାଏ ।

ପର୍ସରେ ପଇସାକୁ ସଜାଡି ରଖନ୍ତୁ , ମୋଡିମାଡି ରଖନ୍ତୁ ନାହିଁ। ନୋଟ ଏବଂ କଏନ୍ ଅଲଗା ଅଲଗା ରଖନ୍ତୁ । ପର୍ସରେ କାହାରି ବି ଫୋଟ ରଖନ୍ତୁ ନାହିଁ।ତା ସହିତ ପର୍ସରେ କୌଣସି ଭିଜିଟିଙ୍ଗ କାର୍ଡ କିମ୍ବା ପୁରୁଣା ଲିଷ୍ଟ ରଖନ୍ତୁ ନାହିଁ । ଯାହା ଫଳରେ ଆପଣଙ୍କ ନକାରାତ୍ମକ ଉର୍ଜା ହେବ ଏବଂ ଆପଣଙ୍କ ଅଯଥା ଖର୍ଚ୍ଚ ବଢିଥାଏ । ପର୍ସକୁ ସର୍ବଦା ପରିସ୍କାର ରଖନ୍ତୁ ।

ଆପଣ ବାହାରୁ ଆସିଲା ପରେ ଆପଣଙ୍କ ପର୍ସଟିକୁ ଘରର କୌଣସି ସ୍ତ୍ରୀ ଲୋକଙ୍କୁ ଦିଅନ୍ତୁ ଏବଂ କୁହନ୍ତୁ ପର୍ସଟିକୁ ଆଲମାରି ରେ ରଖନ୍ତୁ । ଯଦି ଆପଣଙ୍କ ପର୍ସରୁ ଟଙ୍କାଟିଏ ବି ଚୋରି ହୋଇଥାଏ ତେବେ ଆପଣଙ୍କ ଭାଗ୍ୟ ଦୁର୍ଭା୍ଗ୍ୟରେ ପରିଣତ ହେବ ।ଧନହାନୀ ହେବ। ଘରେ କହିଦିଅନ୍ତୁ ପର୍ସରୁ ପିଇସା ଚୋରି ନ କରିବା ପାଇଁ ।ଯଦି ଆପଣ ପର୍ସଟିକୁ ପ୍ୟାଣ୍ଟର ପଛପଟେ ରଖିଥାନ୍ତି,ପ୍ୟାଣ୍ଟଟିକୁ ବଦଳେଇ ସାରିଲାପରେ ଯଦି ଝୁଲେଇ ରଖନ୍ତି ତେବେ ଆପଣ ମଧ୍ୟ ଅସୁବିଧା ପରିସ୍ଥିତିରେ ଝୁଲି ରହିବେ ।ତେଣୁ ପର୍ସଟିକୁ ଭଲଭାବରେ ରଖନ୍ତୁ ।

ଏବେ ଆସନ୍ତୁ ଜାଣିବା ପର୍ସରେ କେଉଁ ଜିନିଷ ରଖିଲେ ମା ସନ୍ତୁଷ୍ଟ ହୁ୍ଅନ୍ତି ଏବଂ ଆପଣଙ୍କ ଧନ ବୃଦ୍ଧି ହୋଇଥାଏ , ଅଯଥା ଖର୍ଚ୍ଚ ହୁଏନାହିଁ, ଆପଣଙ୍କ ଉନ୍ନତି ହୋଇଥାଏ ।ତା ହେଲେ ପ୍ରଥମେ ରୂପା କଏନ୍ ଆଣି ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରନ୍ତୁ ଏବଂ ଆପଣଙ୍କ ପର୍ସରେ ରଖନ୍ତୁ,ଦେଖିବେ ଆପଣଙ୍କ ଉନ୍ନତି ହେବ। ଯଦି ଆପଣ ରୂପା କଏନ୍ ରଖିବାକୁ ଅସମର୍ଥ ତେବେ କଉଡିକୁ ପର୍ସରେ ରଖନ୍ତୁ ।

ଆହୁରି ମଧ୍ୟ ଉପାୟ ଅବଲମ୍ୱନ କରିପାରିବେ,ତାହାହେଲା ଆପମ ସକାଳୁ ସ୍ନାନ କରି ଏକ ଅଶ୍ୱତ୍ଥ ପତ୍ରକୁ ଗଙ୍ଗା ଜଳରେ ଧୋଇ ସେଥିରେ କୁଙ୍କୁମରେ ଶ୍ରୀ ଲେଖି ମା ଲକ୍ଷ୍ମୀଙ୍କୁ ଆରାଧନା କରି ପର୍ସରେ ରଖନ୍ତୁ,ସେପର୍ଯ୍ୟନ୍ତ ରଖନ୍ତୁ ଯେପର୍ଯ୍ୟନ୍ତ ପତ୍ରଟି ଶୁଖି ନ ଯାଇଛି । ଶୁଖିଗଲା ପରେ ସେ ପତ୍ରଟିକୁ କାଢି ଆଉ ଏକ ସେହିଭଳି ପତ୍ର ରଖନ୍ତୁ ।ପର୍ସରେ କୌଣସି ଦେବାଦେବୀଙ୍କ ଫୋଟ ରଖନ୍ତୁ ନାହିଁ କି କୌଣସି କାଗଜପତ୍ର ରଖନ୍ତୁ ନାହିଁ ।ଯଦି ପାରିବେ ବଜାରରୁ ଲାଲ,ଧଳା କିମ୍ବା ହଲଦିା ରଙ୍ଗର ପର୍ସ କିଣି ଆଣିବେ । ଏହା ଆପଣଙ୍କ ପାଇଁ ଶୁଭ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।