ଦେଖନ୍ତୁ Live ଭିଡିଓ -ହଠାତ୍ ସୋସିଆଲ୍ ମିଡିଆରେ କାନ୍ଦି ପକାଇଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କର ବେଦନାର କାରଣ ଜାଣିଲେ , ଆପଣ ବି ଦୁଃଖିତ ହୋଇଯିବେ ।

ଆପଣ ମାନେ ସମସ୍ତେ ଯାତ୍ରା ଜଗତରୁ ବହୁ ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡାଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ଯିଏକି ଏହି ନିକଟରେ ନିଜର ଏକ ନାଚ କୁ ବହୁ ଚର୍ଚ୍ଚାକୁ ଆସିଥିଲେ । ତେବେ ଯାତ୍ରାରେ ବହୁ ଅଶ୍ଳୀଳ ଭାବରେ ଡ୍ୟାନ୍ସ କରିବାକୁ ନେଇ ସେ ସବୁବେଳେ ଚର୍ଚ୍ଚାକୁ ଆସିଥାନ୍ତି । ସେ ଆଜି ଲାଇଭ୍ ଭିଡିଓ କରି ଓଡିଶା ଲୋକଙ୍କ ପ୍ରତି ତାଙ୍କର କେତେ ଭଲପାଇବା ଏବଂ ବେଦନା , ଆଦର ଅଛି ସେ ବିଷୟରେ କହିଛନ୍ତି । ଆପଣ ମାନେ ସମସ୍ତେ ନିକଟରେ ଫେସବୁକ୍ ରେ ଭାଇରାଲ୍ ହେଉଥିବା କନକ ନ୍ୟୁଜ ଚ୍ୟାନାଲ୍ ରେ ଦେଖିବା ପାଇଁ ପାଇଥିବେ ଯେ ଜଣେ ଝିଅର ପାଠ ପଢିବା ପାଇଁ ବହୁ ଇଚ୍ଛା ଥିଲେ ମଧ୍ୟ ତାହାର ସାର୍ଟିଫିକେଟ୍ ବନ୍ଧା ପଢିଥିବାରୁ ସେ ପାଠ ପଢିପାରୁ ନାହିଁ ,

ତେଣୁ ସେ ନିଜର ସାର୍ଟିଫିକେଟ୍ କୁ ମୁକୁଳେଇବା ପାଇଁ ମୂଲକାମ ଅର୍ଥାତ ମାଟି କାମ କରି ଫଇଶା ସଗ୍ରହ କରୁଛି, ଆଉ ସେହି ପଇସାରେ ନିଜର ସାର୍ଟିଫିକେଟ୍ କୁ ମୁକୁଳେଇବ ଓ ପାଠ ପଢିବ । ଏହି ଘଠଣାଟି ପିପିଲିର ଡେଲାଙ୍ଗ ଅଞ୍ଚଳ

ତେବେ ରାଣୀ ପଣ୍ଡା ଏବେ ଓଡିଶା ବାହାରେ ରହୁଛନ୍ତି କିନ୍ତୁ କନକ ନ୍ୟୁଜରେ ଏଭଳି ଏକ ଖବର ଦେଖି ତାଙ୍କୁ ବହୁତ କଷ୍ଟ ହୋଇଛି । କାହିଁକି ନାଁ ତାଙ୍କ ରାଜ୍ୟର ଜଣେ ଝିଅ ପାଠପଢିବା ପାଇଁ ଅନ୍ୟର ମୂଲ ଲାଗିଛି । ତେବେ ତାଙ୍କୁ ଏହି ନ୍ୟୁଜ୍ ଦେଖି ବହୁତ କଷ୍ଟ ହେଲା , ତେଣୁ ରାଣୀ ପଣ୍ଡା ଭାବିଲେ ଯଦି ଏଭଳି ସମୟରେ ସେ ସେହି ଦୁଃଖୀ ଝିଅଟି ପାଖରେ ଛିଡା ନ ହୋଇ ପାରିଲେ ତାହେଲେ ଏହି ମଣିଷ ଜୀବନର ମୂଲ୍ୟ ହିଁ କିଛି ନାହିଁ ।

 ଏହା ସହିତ ରାଣୀ ପଣ୍ଡା କହିଛନ୍ତି ଆମ ରାଜ୍ୟ ଓଡିଶାରେ ବହୁତ ଭଲଭଲ ଏବଂ ବିଜ୍ଞ ଛାତ୍ରଛାତ୍ରୀ ଅଛନ୍ତି ଏବଂ ସେମାନେ ଯଦି ଏମିତି ଭଲ ପାଠ ପଢିବେ ତାହେଲେ ଆମ ଓଡିଶାର ନାଁ ବଢିବା ସହିତ ଦେଶର ମଧ୍ୟ ନାଁ ରଖିବେ । ଆଉ ,ସେ ହି ଝିଅଟି ବର୍ତ୍ତମାନ ବହୁ ଦରିଦ୍ର ଅବସ୍ଥାରେ ରହିଛି ଭଲ ପାଠପଢି ବଡ ମଣିଷ ହେଲେ ତାର ଏହି ଦାରିଦ୍ର୍ୟତା ଦୂରେଇ ଯିବ ଏବଂ ସେ ହସଖୁସିରେ ଜୀବନ ଅତିବାହିତ କରି ପାରିବ ।

ସେଥିପାଇଁ ରାଣୀ ପଣ୍ଡା ସେହି ଗରିବ ଝିଅଟିକୁ କଥା ଦେଇଛନ୍ତି ଯେ ସେ ଝିଅଟି ପାଠ ପଢା ପାଇଁ ଯାହା ବି ସେ ଚାହୁଁଛି ସେ ତାଙ୍କୁ ସହଯୋଗ କରିବେ ଏବଂ ତାଙ୍କର ସାର୍ଟିଫିକେଟ୍ ଯେତିକି ଟଙ୍କାରେ ବନ୍ଧା ପଡିଛି ସେ ତାକୁ ମୁକୁଳେଇବେ ବୋଲି କହିଛନ୍ତି ।

ତେବେ ସେ ଝିଅ ସହିତ ରାଣୀ ପଣ୍ଡା କଣ୍ଟାକ୍ଟ କରିବାକୁ ଚାହୁଁଛନ୍ତି ଏବଂ ସେ ଝିଅର ଆକାଉଣ୍ଡ ନମ୍ବର ମଧ୍ୟ ମାଗିଛନ୍ତି । ଏହା ସହିତ ରାଣୀ ପଣ୍ଡା ସେହି ଝିଅଟିକୁ କହିଛନ୍ତି ତମେ ମୋ ସାନ ଉଭଣୀ ଭଳି, ତେଣୁ ମୁଁ ତୁମକୁ ଯେତେବେଳେ ଯାହା ଆବଶ୍ୟକ ସାହାଯ୍ୟ କରିିବି । ତେବେ ଏହାସହିତ ସେ କହିଛନ୍ତି ଯେ ମୋ ଓଡିଶାର ଭାଇ ଏବଂ ଉଭଣୀ ମାନେ ଯେତେବେଳେ ଯାହା ବି ଅସୁବିଧାରେ ପଡିବେ ମୁଁ ସେମାନଙ୍କ ସାଥିରେ ରହିବି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।