ନିକଟ ଭବିଷ୍ୟତରେ 100 ଟଙ୍କା, 10 ଟଙ୍କା ଓ 5 ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ ହେବ ନାହିଁ। ସ୍ପଷ୍ଟ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍

ଆରବିଆଇ ର ବଡ ଘୋଷଣା , ପ୍ରତ୍ୟାହାର କରାଯିବ ପୂରୁଣା ଟଙ୍କା । ବ୍ୟାଙ୍କ ଫେରି ଯିବ 5, 10 ଏବଂ 100 ଟଙ୍କିଆ ନୋଟ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏଜିଏମ୍ ଙ୍କ ବଡ ଘୋଷଣା , ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲମାସ ମଧ୍ୟରେ ବଜାରରୁ 5 ଟଙ୍କିଆ , 10 ଟଙ୍କିଆ ଏବଂ 100 ଟଙ୍କିଆ ପୁରୁଣା ନୋଟ କୁ ଫେରାଇ ନିଆ ଯିବ ବୋଲି ସୂଚନା ଦେଇଛନ୍ତି ଆରବିଆଇ ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ବି ମହେଶ ।

ତେବେ ଆରବିଆଇ ଏଜିଏମ୍ ଙ୍କ କହିବା ଅନୁସାରେ ମାର୍ଚ୍ଚ କିମ୍ବା ଏପ୍ରିଲ ସୁଦ୍ଧା ଏ ସବୁ ପୁରୁଣା ନୋଟ ର ପ୍ରତ୍ୟାହାର ଉପରେ ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ଜୋରଦାର୍ ବିଚାର ବିମର୍ଶ କରା ଯାଉଛି । ଯଦି ସବୁ କିଛି ଠିକ୍ ରୁହେ ତେବେ ଖୁବ୍ ଶିଘ୍ର ଏ ନେଇ ଘୋଷଣା ହୋଇପାରେ ବୋଲି ବି ମହେଶ୍ ସୂଚନା ଦେଇଛନ୍ତି ।

ଅନେକ ସମୟରେ ନକଲି ନୋଟ କାରବାର କୁ ଏଡାଇବା ପାଇଁ ପୂରୂଣା ସିରିଜ୍ ର ନୋଟ ଗୁଡିକୁ ବନ୍ଦ କରି ଦେବାକୁ ଆରବିଆଇ ନିଷ୍ପତି ନେଇଥାଏ । ବିଦ୍ଧି ବଦ୍ଧ ଘୋଷଣା ପରେ ବନ୍ଦ କରା ଯାଇଥିବା ସମସ୍ତ ପୂରୁଣା ନୋଟ୍ କୁ ବ୍ୟାଙ୍କ ରେ ଜମା କରିବାକୁ ପଡିଥାଏ । ତେବେ ଏହି ସବୁ ଖବର ସଂମ୍ପୂର୍ଣ୍ଣ ଭାବରେ ମିଥ୍ୟା ଖବର ଅଟେ , ଆରବିଆଇ ପକ୍ଷରୁ ସେମିତି କିଛି ବି କୁହା ଯାଇନି କିମ୍ବା ସୂଚନା ମଧ୍ୟ ଦିଆ ଯାଇ ନାହିଁ ।

ତେବେ 100 ଟଙ୍କିଆ, 10 ଟଙ୍କିଆ ଏବଂ 5 ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ହେବ ନାହିଁ । ନିକଟ ଭବିଷ୍ୟତରେ ଏହି ସବୁ ନୋଟର ପ୍ରଚଳନ ବନ୍ଦ ହେବାର ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି । ଏ ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇ ଥିବା ଖବର କୁ ବ୍ୟାଙ୍କ କତୃପକ୍ଷ ଖଣ୍ଡନ କରିଛନ୍ତି ।

ତେବେ ମାର୍ଚ୍ଚ ଓ ଏପ୍ରିଲ ମାସ ପରେ 10 ଟଙ୍କିଆ , 10 ଟଙ୍କିଆ ନୋଟ ଏବଂ 5 ଟଙ୍କିଆ କଏନ୍ ର ପ୍ରଚଳନ ବନ୍ଦ ହେବ ବୋଲି ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇ ଥିଲା ଏବଂ ପ୍ରସାରଣ ମଧ୍ୟ ହୋଇ ଥିଲା । ତେବେ ଏହାକୁ ଗୁରୁତ୍ବର ସହିତ ନେଇ ଏ ଭଳି ଖବର ସଂମ୍ପୂର୍ଣ୍ଣ ମିଛ ବୋଲି ଆରବିଆଇ ପକ୍ଷରୁ କୁହା ଯାଇଛି ।

ଏହାସହିତ 10 ଟଙ୍କିଆ କଏନ୍ ଆଜି ଠୁ 15 ବର୍ଷ ପୂର୍ବ ରୁ ଜାରି ହୋଇଥିଲେ ମଧ୍ୟ ବିଭିନ୍ନ ଦୋକାନୀ ତଥା ବ୍ୟବସାୟୀ ମାନେ ଏବେ ବି ଏହି କଏନ୍ ନେବାକୁ ଅମଙ୍ଗ ହେଉଛନ୍ତି । ଏପରିକି 10 ଟଙ୍କିଆ କଏନ୍ ର ବୈଧତା କୁ ନେଇ ଅନେକ ଗୁଜବ ମଧ୍ୟ ଦେଖିବାକୁ ମିଳିଛି ଏବଂ ଶୁଣିବାକୁ ମିଳିଛି ।

କିନ୍ତୁ ଆରବିଆଇ ପକ୍ଷରୁ କୁହାଯାଇଛି କି କଏନ୍ ର ପ୍ରଚଳନକୁ ନେଇ ଲୋକମାନଙ୍କୁ ସଚେତନ୍ କରାଇବା ସହ 10 ଟଙ୍କିଆ କଏନ୍ ବନ୍ଦ କରିବାର କୌଣସି ଯୋଜନା ନାହିଁ କି କୌଣସି ନକଲି ମୁଦ୍ରାର ବିପଦ ନାହିଁ ବୋଲି ମଧ୍ୟ ସମସ୍ତ ଗ୍ରାହକଙ୍କୁ ଅବଗତ କରାଇବାକୁ ସମସ୍ତ ବ୍ୟାଙ୍କ ଗୁଡିକୁ ଉଦ୍ୟମ କରିବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।